ETV Bharat / state

ସାମ୍ବାଦିକଙ୍କ ଗିରଫକୁ କଳାହାଣ୍ଡିରେ ବିରୋଧ - ଅର୍ଦ୍ଧେନ୍ଦୁ ଦାସ ଗିରଫ

ବରିଷ୍ଠ ସାମ୍ବାଦିକ ତଥା ଏକ ଘରୋଇ ଚାନେଲର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ କଳାହାଣ୍ଡିର ବିଭିନ୍ନ ସଙ୍ଗଠନ ତରଫରୁ ବିରୋଧ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଅର୍ଦ୍ଧେନ୍ଦୁ ଦାସଙ୍କୁ ଖଲାସ କରିବା ପାଇଁ ଦାବୀ ହୋଇଛି । ଅଧିକ ପଢ଼ନ୍ତୁ

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ କଳାହାଣ୍ଡିରେ ବିରୋଧ

author img

By

Published : Jul 5, 2022, 5:42 PM IST

ଭବାନୀପାଟଣା: ବରିଷ୍ଠ ସାମ୍ବାଦିକ ତଥା ଏକ ଘରୋଇ ଚାନେଲର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ କଳାହାଣ୍ଡିର ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଛି । ରାଜ୍ୟ ସରକାର ଜାଣିଶୁଣି ସାମ୍ବାଦିକଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଭବାନୀପାଟଣାରେ ସାମ୍ବାଦିକ ଓ ବୁଦ୍ଧିଜିବୀ ଫୋରମ ପକ୍ଷରୁ ପ୍ରତିବାଦ ସଭା ଓ ଶୋଭାଯାତ୍ରା କରାଯାଇଛି ।

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ କଳାହାଣ୍ଡିରେ ବିରୋଧ

ବରିଷ୍ଠ ସାମ୍ବାଦିକ ତଥା ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ମାଲିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ ନେଇ ସାମ୍ବାଦିକ ଓ ବୁଦ୍ଧିଜିବୀ ଫୋରମ ପକ୍ଷରୁ ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି(ମଙ୍ଗଳବାର) କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ସମୂହ, ଓକିଲ ସଂଘ, ବିଜେପି, ସିପିଆଇ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭବାନୀପାଟଣା ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଅମଲା ଭବନ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏସପିଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ସହ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଖଲାସ କରିବା ପାଇଁ ଦାବୀ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.