ETV Bharat / state

କଳାହାଣ୍ଡି ମଣ୍ଡିରେ ଧାନର ଅଭାବି ବିକ୍ରି, ଚାଷୀ ଅସନ୍ତୁଷ୍ଟ

author img

By

Published : Jan 26, 2023, 11:00 AM IST

ଥମୁନି ମଣ୍ଡିରେ କଟନିଛଟନି ବିବାଦ। ଯାହାକୁ ନେଇ ମଣ୍ଡିରେ ତେଜୁଛି ଅସନ୍ତୋଷ । ଅଧିକ ପଢ଼ନ୍ତୁ

Farmers protest
ଚାଷୀ ଅସନ୍ତୋଷ

ଚାଷୀ ଅସନ୍ତୋଷ

ଭବାନୀପାଟଣା : ମୁଣ୍ଡର ଝାଳ ତୁଣ୍ଡରେ ମାରି ପେଟ ପାଇଁ ଦାନା ଉପାର୍ଜନ କରୁଥିବା ଚଷା ପୁଅର ଦୁଃଖ କହିଲେ ନସରେ । କେତେବେଳେ ଲଗାଣ ବର୍ଷାରେ ଚାଷ ଜମି ନଷ୍ଟ ହେଉଛି ତ କେତେବେଳେ ପାଣି ଅଭାବରୁ ସବୁକିଛି ଉଜୁଡି ଯାଉଛି । ଏତେ ସମସ୍ୟା ଭିତରେ ଏବର୍ଷ ଭଲ ଅମଳ ପରେ ଚାଷୀ ଟିକିଏ ଅଣ୍ଟା ସଳଖିଲା ବେଳକୁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ସାଜିଛି ମଣ୍ଡିରେ ଧାନର ଅଭାବି ବିକ୍ରି । କଳାହାଣ୍ଡି ଜିଲ୍ଲାରେ ମଣ୍ତିରେ କଟନି ଛଟନିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଚାଷୀ । ଏହାକୁ ନେଇ ନିନ୍ଦା କରିଛନ୍ତି ଚାଷୀ ନେତା ଚିନ୍ମୟ ବେହେରା । ଏ ସମ୍ପର୍କରେ ଚାଷୀ ନେତା ଚିନ୍ମୟ ବେହେରା କହିଛନ୍ତି ''ଏଥିରେ ପ୍ରାୟ ୫୦ କୋଟି ଟଙ୍କା ଘୋଟାଲା ହେଉଛି । ଯାହାକୁ ସରକାରୀ ବାବୁ, ମିଲର୍ସ, ଧାନକିଣା ସଂସ୍ଥା ଓ ଦଲାଲ ଭାଗବାଣ୍ଟି ନେଉଛନ୍ତି'' ।

ସୂଚନାନୁସାରେ କଳାହାଣ୍ଡି ଜିଲ୍ଲାରେ ଗତ ନଭେମ୍ବର ୨୫ ତାରିଖରେ ଆରମ୍ଭ ହୋଇଥିଲା ଖରିପ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ।ଜିଲ୍ଲାରେ ୭୪ ଟି ପେକ୍ସ, ୧୭୫ଟି ମଣ୍ଡି, ୩୩ଟି ସ୍ୱୟଂସହାୟିକା ଗୋଷ୍ଠୀ ଓ ୭୦ଟି ମିଲର୍ସଙ୍କ ମାଧ୍ୟମରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଜାରି ରଖିଛି ଜିଲ୍ଲା ଯୋଗାଣ ବିଭାଗ । ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଧାନ ସଂଗ୍ରହ ଜାରି ରହିଛି ।

ହେଲେ ଏସବୁ ଭିତରେ ଚାଷୀ ମଣ୍ଡିରେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ମଣ୍ଡିମାନଙ୍କରେ ଧାନ କିଣାରେ ବ୍ୟାପକ କଟନିଛଟନି ହେଉଥିବା ଦେଖାଯାଉଛି । ଏହି ବାବଦକୁ ବର୍ଷକୁ ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କଠାରୁ ଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି । ତେବେ କୋଟିକୋଟି ଟଙ୍କା କାହା ପକେଟକୁ ଯାଉଛି ସେନେଇ ଚର୍ଚ୍ଚା ଜୋର ଧରିଛି । ବର୍ଷବର୍ଷ ଧରି ଏଭଳି କାରବାର ଚାଲିଥିବା ବେଳେ ସରକାର ସବୁ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଏଫଏକ୍ୟୁ ମାନର ଧାନ ନୁହେଁ ବୋଲି ଜିଲ୍ଲାର ୯୦ ପ୍ରତିଶତରୁ ଅଧିକ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୫ରୁ ୬ ଜେଜି ଧାନ କଟା ଯାଉଛି । ଜିଲ୍ଲାର ସବୁ ଧାନର ମାନ ଏକା ସାଙ୍ଗରେ କିପରି ଖରାପ ହେଉଛି ତାହାର ତଦନ୍ତ କରାଗଲେ ବହୁ ଗୁମର ଫିଟିବ ବୋଲି ଚାଷୀ ମହଲରେ ଦାବି ହେଉଛି । ଧାନର ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ଏବର୍ଷ ୨୦୪୦ ଟଙ୍କା ରହିଛି । କ୍ଵିଣ୍ଟାଲ ପିଛା ୫-୬ କେଜି ହିସାବରେ କଲେ ୧୦୨ ଟଙ୍କାରୁ ଅଧିକ କଟିଯାଇଥାଏ ।

ଅନ୍ୟପକ୍ଷରେ ମିଲର୍ସମାନେ ମଣ୍ଡି ମାନଙ୍କରେ ଏଜେଣ୍ଟ ଦ୍ୱରା ବସ୍ତା ପିଛା ୧ କେଜି କାଟିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଖୋଦ ମିଲର୍ସ ଏଜେଣ୍ଟ କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି । ଏନେଇ ମିଲର୍ସ ଏଜେଣ୍ଟ ଉଚ୍ଛବ ନାଏକ କହିଛନ୍ତି "ଗୋଟିଏ ଅଖା ବସ୍ତାର ଓଜନ ପ୍ରାୟ ୬୫୦ ଗ୍ରାମ ରହିଥାଏ । ହେଲେ ସିଧାସଳଖ ୧ କେଜି ଧାନ ବସ୍ତା ପିଛା କାଟୁଛି ମିଲର୍ସ । ସରକାର ସାଧାରଣ ଧାନର ମୂଲ୍ୟ କ୍ଵିଣ୍ଟାଲ ପିଛା ୨୦୪୦ ଟଙ୍କା ଓ ଏଗ୍ରେଡ ଧାନର କୁଇଣ୍ଟାଲ ପିଛା ୨୧୦୦ ଟଙ୍କା ରଖିଛନ୍ତି ।" ତେବେ ଯଦି ସାଧାରଣ ଧାନ ବୋଲି ଆଖ୍ୟା ଦେଇ ଧାନ ମୂଲ୍ୟ ଧାର୍ଯ୍ୟ କରାଯାଇଛି ତାହେଲେ ଏଠି ଆଉ କଟନିଛଟନିର ପ୍ରଶ୍ନ କେଉଁଠୁ ଆସିଲା ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ତେବେ ଏ ଦିଗରେ ତଦନ୍ତ ହେଲେ ଏକ ବଡ଼ ରାକେଟ ସାମ୍ନାକୁ ଆସିବ ବୋଲି ଚାଷୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.