ETV Bharat / state

ନିଆରା ବାହାଘର, କିନ୍ନରଙ୍କୁ ବିବାହ କଲେ ଯୁବକ - ଦେପୁର ଗାଁର ସଙ୍ଗୀତା କିନ୍ନର

କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅନ୍ତର୍ଗତ ଧୁରକୁଟି ଗାଁର ଫକୀର ନିଆଲ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦେପୁର ଗାଁର ସଙ୍ଗୀତା କିନ୍ନରଙ୍କ ସହ ବିବାହ କରିଛନ୍ତି । ଅଧିକ ପଢନ୍ତୁ

ନିଆଁରା ବାହାଘର, କିନ୍ନରଙ୍କୁ ବିବାହ କଲେ ଯୁବକ

author img

By

Published : Sep 11, 2022, 8:11 PM IST

ଭବାନୀପାଟଣା: ପ୍ରେମ ପବିତ୍ର । ପ୍ରେମ ମାନେ ନାହିଁ ବାଧାବିଘ୍ନ । ଏଥିପାଇଁ ମଣିଷ ଦେଖି ନଥାଏ ଜାତି, ଧର୍ମ , ବର୍ଣ୍ଣ । ମନ ସହ ମନର ମିଳନ ହିଁ ପ୍ରେମର ପ୍ରକୃତ ଅର୍ଥ । ଆଉ ଯେତେବେଳେ ପ୍ରେମ ବିବାହର ରୂପ ନେଇ ଯାଏ ସେତିକି ବେଳେ ମନର ଉତ୍ସାହ ପ୍ରକାଶ କରି ହୁଏ ନାହିଁ । ଠିକ ଏହି ଭଳି ଏକ ନିଆରା ପ୍ରେମ ବିବାହ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ନର୍ଲା ଥାନା ଧୁରକୁଟି ଗାଁର ଫକୀର ନିଆଲ ଦେପୁର ଗାଁର ସଙ୍ଗୀତା କିନ୍ନରଙ୍କୁ ବିବାହ କରିଛନ୍ତି । ଫକୀର ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ବିବାହକୁ ଫକୀରଙ୍କ ପରିବାର ଲୋକେ ସ୍ବୀକୃତି ମଧ୍ୟ ଦେଇଛନ୍ତି ।

ନିଆଁରା ବାହାଘର, କିନ୍ନରଙ୍କୁ ବିବାହ କଲେ ଯୁବକ

ସୂଚନା ଅନୁଯାୟୀ, ଜିଲ୍ଲାର ନର୍ଲା ଥାନା ଅନ୍ତର୍ଗତ ଧୁରକୁଟି ଗାଁର ଫକୀର ନିଆଲ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦେପୁର ଗାଁର ସଙ୍ଗୀତା କିନ୍ନରଙ୍କ ସହ ବିବାହ କରିଛନ୍ତି । ତେବେ ଧୁରକୁଟି ଗାଁର ଫକୀର ନିଆଲ ଗତ କିଛି ବର୍ଷା ତଳେ ବିବାହ କରିଥିଲେ, ତାଙ୍କର ପୁଅ ଟିଏ ମଧ୍ୟ ଅଛି । ହେଲେ ଗତ ବର୍ଷେ ତଳେ ତାଙ୍କର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦେପୁର ଗାଁର ସଙ୍ଗୀତା କିନ୍ନରଙ୍କ ସହ ଦେଖା ହୋଇଥିଲା । ସେଠାରୁ ଉଭୟ ଫୋନରେ କଥାବାର୍ତ୍ତା ହେଉଥିଲେ । ପରେ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହାକୁ ନେଇ ଫକୀର ନିଜ ସ୍ତ୍ରୀ ଓ ପରିବାରକୁ ମଧ୍ୟ ଜଣାଇ ଥିଲେ । ସେପଟେ ସଙ୍ଗୀତା ମଧ୍ୟ କିନ୍ନର ସଙ୍ଘକୁ ଏ ସମ୍ପର୍କରେ ଜଣାଇଥିଲେ । ତେବେ ଉଭୟ ପକ୍ଷର ସହମତିରେ ଆଜି ଫକୀର ଓ ସଙ୍ଗୀତା କିନ୍ନର ନର୍ଲା ଠାରେ ଥିବା ବହୁଚୋରୀ ମାତାଙ୍କ ମନ୍ଦିରରେ ସେବାକାରୀ କିନ୍ନର ସଂଘ ସଭାପତି କାମିନୀ କିନ୍ନରଙ୍କ ସହଯୋଗରେ ବିବାହ କରିଛନ୍ତି । ଏନେଇ ଏହି ନିଆରା ବିବାହରେ ଜିଲ୍ଲାର ଅନେକ କିନ୍ନର ସାମିଲ ହେବା ସହ ବିବାହ ଦେଖିବାକୁ ଲୋକେ ମଧ୍ୟ ଭିଡ ଜମାଇ ଥିଲେ ।

ଏନେଇ ସଙ୍ଗୀତା କିନ୍ନର କହିଛନ୍ତି, "ମୁଁ ନିଜକୁ ଧନ୍ୟ ମନେ କରୁଛି । କାରଣ ତାଙ୍କ ପରିବାରରେ ମତେ ସମସ୍ତେ ଗ୍ରହଣ କରିଛନ୍ତି । ଏପରିକି ତାଙ୍କ ପ୍ରଥମ ପତ୍ନୀ ମଧ୍ୟ ମତେ ଗ୍ରହଣ କରିଛନ୍ତି । ଏଥି ପାଇଁ ବି ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । "

ଏହା ମଧ୍ୟ ପଢ଼ନ୍ତୁ: ପ୍ରେମକୁ ଦେଲେ ନୂଆ ପରିଚୟ, କିନ୍ନରଙ୍କୁ ସାତ ଜନ୍ମର ସାଥି କଲେ ଯୁବକ

ସୂଚନା ଥାଉକି, ପ୍ରାୟ ଦୁଇ ବର୍ଷ ପୂର୍ବେ ଅନୁଗୋଳ ଜିଲ୍ଲାରେ କିନ୍ନରକୁ ଜୀବନ ସାଥି ଭାବେ ବାଛିଥିଲେ ଜଣେ ସାଧାରଣ ଯୁବକ । ଉଭୟଙ୍କ ମଧ୍ୟରେ ଦୀର୍ଘ ୫ବର୍ଷ ହେବ ଗଢି ଉଠିଥିବା ସମ୍ପର୍କ ଶେଷରେ ବିବାହ ରୂପ ନେଇଥିଲା । ଜୀବନ ସାରା ଏକାଠି ରହିବାକୁ ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ ଦୁହେଁ । ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀ ଠାକୁରାଣୀ ଠାରେ ଉଭୟେ ଉଭୟଙ୍କୁ ବରଣମାଳା ଦେଇ ବିବାହ କରିଥିଲେ । ଅନୁଗୋଳ ବୁଢାପଙ୍କ ଗାଁର ଚିନ୍ମୟୀ କିନ୍ନରଙ୍କୁ ନିଜ ଜୀବନସାଥି ଭାବେ ବାଛିଥିଲେ ଜିଲ୍ଲାର କଣିହାଁ ସାନତ୍ରିବିଡା ଗାଁର ବବଲୁ ପ୍ରଧାନ । ମନ୍ଦିରରେ ବିବାହ ସାରିବା ପରେ ଅନୁଗୋଳ କୋର୍ଟରେ ମଧ୍ୟ ବିବାହକୁ ନେଇ ସେମାନେ ଚୁକ୍ତିନାମା କରିଥିଲେ । ଏଭଳି ଏକ ବିରଳ ବିବାହ କେବଳ ଅନୁଗୋଳରେ ନୁହେଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.