ETV Bharat / state

ରେଳଧାରଣାରୁ ଯୁବକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର - ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଲାଞ୍ଜିଗଡ ରୋଡକୁ ସଂଯୋଗ କରୁଥିବା ରେଳ ଧାରଣାରୁ ଯୁବକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

man body recovered from a railway track
man body recovered from a railway track
author img

By

Published : Jul 20, 2023, 12:43 PM IST

man body recovered from a railway track

ଭବାନୀପାଟଣା: ରେଳ ଧାରଣାରୁ ନିଖୋଜ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ଭବାନୀପାଟଣାରୁ ଲାଞ୍ଜିଗଡ ରୋଡକୁ ସଂଯୋଗ କରୁଥିବା ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ଯୁବକଙ୍କ ଅଣ୍ଟାରୁ ତଳକୁ ମୃତଦେହ ଗୋଟିଏ ସ୍ଥାନରୁ ଉଦ୍ଧାର ହୋଇଥିବା ବେଳେ ଶରୀର ଉପର ଭାଗ ବର୍ତ୍ତମାନ ସୁଦ୍ଧା ପୋଲିସ ହାତରେ ଲାଗିନାହିଁ । ମୃତକ ଜଣଙ୍କ ମନ୍ଦାରବଗିଚା ପଡ଼ାର ସାଇ ଆଚାରି ହୋଇଥିବା ଜଣାପଡିଛି ।

ମୃତ ଯୁବକ ଜଣକ ନିଜ ଘରେ କୌଣସି କାରଣକୁ ନେଇ ପାଟିତୁଣ୍ଡ କରିବା ସହ ମଙ୍ଗଳବାର ରାତି ଠାରୁ ଘରୁ କେଉଁଆଡେ ପଳାଇଥିଲେ । ଏନେଇ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଗତକାଲି ସକାଳ ସମୟରେ ରେଳ ଧାରଣାରେ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ପରେ ମୃତକ ଜଣଙ୍କ ନିଖୋଜ ଯୁବକ ହୋଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରି ଚିହ୍ନଟ ପାଇଁ ସାଇ ଆଚାରିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ଘଟଣା ସ୍ଥଳରେ ମୃତ ଯୁବକଙ୍କ ପରିବାର ଲୋକେ ପହଞ୍ଚି ପୁଅର ମୃତଦେହକୁ ଚିହ୍ନଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ପାରିବାରିକ କଳହ ଯୋଗୁଁ ଯୁବକ ଜଣଙ୍କ ରେଳ ଧାରଣାରେ ଜୀବନ ହାରିଥିବା ପ୍ରାଥମିକ ତଦନ୍ତରୁ ରେଳବାଇ ପୋଲିସ ଜାଣିବାକୁ ପାଇଛି । ଜୁନାଗଡ଼ ସମ୍ବଲପୁର ପାସେଞ୍ଜର ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ଶରୀର ତଳ ଭାଗ ଠାବ ହୋଇଥିବା ବେଳେ ଉପର ଭାଗକୁ ପୋଲିସ ଖୋଜୁଛି ।

ଏହା ମଧ୍ୟ ପଢନ୍ତୁ-ରେଳ ଧାରଣା ପାର ବେଳେ ମାଡି ଆସିଲା ଟ୍ରେନ, ଶରୀରରୁ ଅଲଗା ହୋଇଗଲା ଯୁବକଙ୍କ ହାତ ଗୋଡ

ଗତ ଜୁନ୍ 23 ତାରିଖରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ରେଳ ଧାରଣା ପାର ହେଉଥିବା ବେଳେ ଯୁବକଙ୍କ ଉପରେ ମାଡିଯାଇଥିଲା ରଥଯାତ୍ରା ସ୍ପେଶାଲ ଟ୍ରେନ୍‌ । ଗୁରୁତର ଯୁବକ ହେଉଛନ୍ତି ସେହି ଗାଁର ସୁଦାମ ଭୋଇ । ଦୁର୍ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ସ୍ଥାନୀୟ ଲୋକେ ସୁଦାମ ଭୋଇକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନୀପାଟଣା ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.