ETV Bharat / state

ମମିତା ମେହେର ହତ୍ୟାକାଣ୍ଡ: କଳାହାଣ୍ଡି ଗସ୍ତରେ ବିଜେପିର ୧୫ ଜଣିଆ ଟିମ

author img

By

Published : Oct 26, 2021, 3:21 PM IST

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଗସ୍ତରେ ବିଜେପିର ୧୫ ଜଣିଆ ଟିମ । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟାକାଣ୍ଡ: କଳାହାଣ୍ଡି ଗସ୍ତରେ ବିଜେପିର ୧୫ ଜଣିଆ ଟିମ
ମମିତା ମେହେର ହତ୍ୟାକାଣ୍ଡ: କଳାହାଣ୍ଡି ଗସ୍ତରେ ବିଜେପିର ୧୫ ଜଣିଆ ଟିମ

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଶାସକ ବିଜେଡି ତଦନ୍ତ ଆଳରେ ସମସ୍ତ ତଥ୍ୟ ପ୍ରମାଣକୁ ଲୁଚାଇ ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଖସାଇବାର ପୂର୍ଣ୍ଣ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ତେବେ ଏହି ହତ୍ୟାକାଣ୍ଡର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପିର ୧୫ ଜଣିଆ ଟିମ କଳାହାଣ୍ଡି ଗସ୍ତ କରିଥିବା ଜଣାପଡ଼ିଛି ।

ଏହି ବୀଭତ୍ସ ହତ୍ୟାକାଣ୍ଡର ତଦନ୍ତ ପୋଲିସ ଠିକ ଭାବେ କରୁନାହିଁ । ଗୋବିନ୍ଦ ସାହୁ ବାରାକରୁ ଫେରାର ହେବା ଏବଂ ଏହି ସମୟରେ ବିଦ୍ୟୁତ ସରବରାହ ବନ୍ଦ କରାଯିବାକୁ ନେଇ ସନ୍ଦେହ ଜାତ ହୋଇଛି । ଅଭିଯୁକ୍ତ ଗୋବିନ୍ଦର ଗୋଡ଼ରେ ଆହତ କାରଣରୁ ଠିକ ଭାବେ ଚାଲି ପାରୁ ନଥିବା ବେଳେ ୧୨ ଫୁଟ ଉଚ୍ଚତାର ପାଚେରୀ ଡେଇଁ ପଳାଇବା ଆଦି ଅନେକ ଘଟଣା ବହୁ ସନ୍ଦେହ ସୃଷ୍ଟି କରିଛି ବୋଲି ବିଜେପି ଅଭିଯୋଗ କରିଛି ।

ଏଭଳି ବୀଭତ୍ସ ହତ୍ୟାକାଣ୍ଡର ସତ୍ୟାସତ୍ୟ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଆଜି ୧୫ ଜଣିଆ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲା ଗସ୍ତ କରି ମହାଲିଙ୍ଗ ଷ୍ଟାଡିୟମରେରେ ମମିତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ଥିତି ଅନୁଧ୍ୟାନ ପରେ ଭବାନୀପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯକ୍ରମରେ ସମସ୍ତ ସୂଚନା ଦିଆଯିବ ବୋଲି ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.