ETV Bharat / state

ନିମ୍ନମାନର ବିଜୁ ଏକ୍ସପ୍ରେସୱେ ନିର୍ମାଣ କାମ, ଉଦଘାଟନ ପୂର୍ବରୁ ଫାଟି ଆଁ - କଳାହାଣ୍ଡି ବିଜୁ ଏକ୍ସପ୍ରେସୱେ ନିର୍ମାଣ କାମ

କଳାହାଣ୍ଡି ବିଜୁ ଏକ୍ସପ୍ରେସୱେ ନିର୍ମାଣ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ୧୮୨ କୋଟି ଵ୍ୟୟ ଅଟକଳରେ ନିର୍ମିତ ୪ ଲେନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ସଡକର ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ

low grade work allegation of biju express way
ନିମ୍ନମାନର ବିଜୁ ଏକ୍ସପ୍ରେସୱେ ନିର୍ମାଣ କାମ
author img

By

Published : Mar 3, 2023, 11:29 AM IST

ନିମ୍ନମାନର ବିଜୁ ଏକ୍ସପ୍ରେସୱେ ନିର୍ମାଣ କାମ

ଭବାନୀପାଟଣା: ଆସନ୍ତା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସି ବିଜୁ ଏକ୍ସପ୍ରେସୱେ ଉଦଘାଟନ କରିବେ । ୧୮୨ କୋଟି ଵ୍ୟୟ ଅଟକଳରେ ନିର୍ମିତ ୪ ଲେନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ସଡକ ଜିଲ୍ଲାବାସୀଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଦିନକ ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଜୁ ଏକ୍ସପ୍ରେସ ସଡକର ଉଦଘାଟନ ହେବ । ମାତ୍ର ଉଦଘାଟନ ପୂର୍ବରୁ ରାସ୍ତା ଫାଟି ଆଁ । ନିମ୍ନମାନର ନିର୍ମାଣକାମ ହୋଇଥିବା ଅଭିଯୋଗ ହୋଇଛି ।

ରାସ୍ତା ନିର୍ମାଣର ଦାୟିତ୍ୱ ନେଇଥିବା ଠିକାଦାର, ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନେ ରାତିଦିନ ଏକ କରି ଦେଇଛନ୍ତି । ରାସ୍ତା ନିର୍ମାଣ କାମକୁ ୫ ତାରିଖ ପୂର୍ବରୁ ଶେଷ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ତେଣୁ ଯେମିତି ସେମିତି କାମ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟବାସିନ୍ଦା । ପୂର୍ତ୍ତ ବିଭାଗ ଦିନ ରାତି ଏକ କରି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ ଚାଲିଥିବା ବେଳେ ରାସ୍ତା କାମର ସ୍ଥାୟୀତ୍ୱ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଉରକେଲା ଠାରୁ ଆମପାଣି ପର୍ଯ୍ୟନ୍ତ ୫୪୬ କିଲୋମିଟର ପର୍ଯ୍ୟନ୍ତ ୪ ଲେନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ କରାଯାଉଛି । ଏଥିରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଝାରସୁଗୁଡା ସମେତ ୮ଟି ଜିଲ୍ଲାକୁ ସଂଯୋଗ କରାଯାଇଛି । ସେଥି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ୭୧ କିଲୋମିଟର ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏଥିରେ ୧୮୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ଜିଲ୍ଲାର ଆମପାଣି ଠାରୁ ଆରମ୍ଭ କରି ସିନାପାଲି ଭାୟା ଧର୍ମଗଡ଼, ଗୋଲାମୁଣ୍ଡା ରହିଛି । ଏହି ରାସ୍ତା ମଧ୍ୟରେ ୧୧ଟି ଛୋଟ ପୋଲ ଥିବା ବେଳେ ୨ଟି ବଡ଼ ପୋଲ ମଧ୍ୟ ନିର୍ମାଣ କରାଯାଇଛି ।

ଏହା ବି ପଢନ୍ତୁ...ବଦଳିବ ମୟୂରଭଞ୍ଜ ପର୍ଯ୍ୟଟନସ୍ଥଳୀର ରୂପରେଖ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ରାସ୍ତା ନିର୍ମାଣ ଦିନ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ କିମ୍ବା ରାଜନେତା କେହି ମଧ୍ୟ ଦିନେ ହେଲେ ତଦାରଖ କରିନାହାନ୍ତି ତେଣୁ ଠିକାଦାର ମନଇଚ୍ଛା କାମ କରୁଛନ୍ତି । ରାଜ୍ୟ ମୁଖିଆ ଆସିବା ଜାଣି ପୂର୍ତ୍ତ ବିଭାଗ ଅଧିକାରୀ ଓ ଯନ୍ତ୍ରୀ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତେ ତଦାରଖ କରିବା ପାଇଁ ବାହାରିଛନ୍ତି । ଉଦଘାଟନକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ରାତିଦିନ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ରାସ୍ତା ନିର୍ମାଣ କାମ ଚାଲିଛି । ହେଲେ ଏହି ରାସ୍ତା ନିର୍ମାଣ ଅତି ନିମ୍ନମାନର ହୋଉଥିବା ଅଭିଯୋଗ ହୋଇଛି । ରାସ୍ତାରେ ମଝିରେ ଥିବା ବର୍ଡର ଫାଟି ଆଁ କରିଛି । ସଠିକ ସମୟ ପାଣି ଦିଆଯାଉନାହିଁ । ସଙ୍ଗେ ସଙ୍ଗେ ତିଆରି ତାହା ଉପରେ ରଙ୍ଗ ମରାଯାଉଛି । ନିମ୍ନମାନର କାମ ଯୋଗୁଁ ଏହାର ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁମାନେ ଏହି ରାସ୍ତାରେ ନିର୍ଭରଶୀଳ ହେବେ ସେମାନେ ଉଦବେଗ ପ୍ରକାଶ କରିଛନ୍ତି ।

୧୮୨ କୋଟି ଵ୍ୟୟ ଅଟକଳରେ ନିର୍ମିତ ୪ ଲେନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ରାସ୍ତାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ପ୍ରାୟ ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଧର୍ମଗଡ଼ ସରକାରୀ ବସଷ୍ଟାଣ୍ଡ ଓ ୭ କୋଟି ୮୪ ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିବେ । ଗୋଲାମୁଣ୍ଡାର ବୃନ୍ଦାବହାଲ ଠାରୁ ଆମପାଣି ପର୍ଯ୍ୟନ୍ତ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ଅଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.