ଭବାନୀପାଟଣା: ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଗହଣା । ରୋଗୀ ସାଜି ଡାକ୍ତରଙ୍କଠାରୁ ଲୁଟି ନେଲେ ଗହଣା । ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଗାଁରେ ।
ସୂଚନାଅନୁସାରେ, ଉତ୍କେଲା ଗାଁରେ ହୋମିଓପ୍ୟାଥିକ ଡାକ୍ତରାଣୀ ରଶ୍ମିତା ମିଶ୍ରଙ୍କ ଘରୁ ଦିନ ଦିପହରରେ ଡକାୟତି ହୋଇଛି । ଜଣେ ଲୋକ ରୋଗୀ ବେଶରେ ଆସି ଡାକ୍ତରାଣୀଙ୍କୁ ପ୍ରଥମେ ପିଇବାକୁ ପାଣି ମାଗିଥିଲେ । ଡାକ୍ତର ରଶ୍ମିତା ପାଣି ପାଇଁ ଘର ଭିତରକୁ ଯିବା ପରେ ତାଙ୍କ ପଛପଟୁ ବନ୍ଧୁକ ଦେଖାଇ ରଶ୍ମିତା ପିନ୍ଧିଥିବା ସମସ୍ତ ଗହଣା ସହିତ ଟଙ୍କା ଓ ଏଟିଏମ ଲୁଟି ନେଇଛି ଲୁଟେରା । ଏହା ସହିତ ଘଟଣା ନେଇ ମୁହଁ ଖୋଲିଲେ ହତ୍ୟା କରିବା ନେଇ ଧମକ ଦେଇଛି ଲୁଟେରା ।
ଘଟଣା ନେଇ ଡାକ୍ତର ଜଣକ କେସିଙ୍ଗା ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିଛି । ଲୁଟେରାକୁ କାବୁ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିିଭି ଭାରତ