ETV Bharat / state

ବ୍ୟାଙ୍କ ସମ୍ମୁଖରେ ଡକାୟତି, ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା - ଚୋରି ଡକାୟତି ବୃଦ୍ଧି

ଡିକି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଥାନାରେ ଅଭିଯୋଗ ପରେ ବି ଦୁର୍ବୃତ୍ତଙ୍କ ଟେର୍ ପାଉନି ପୋଲିସ । ଅଧିକ ପଢନ୍ତୁ

loot lakhs of rupees
ଡିକି ଭାଙ୍ଗି ଲୁଟ୍
author img

By

Published : Dec 29, 2022, 11:39 AM IST

ଭବାନୀପାଟଣା: ବ୍ୟାଙ୍କ ସମ୍ମୁଖରୁ ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ତାରାପୁର ଗାଁରେ ଘଟିଛି ଏହି ଘଟଣା । ଏହି ଗାଁର ଗୁଣଧର ଘର କାମ ପାଇଁ ଧର୍ମଗଡ଼ ଭାରତୀୟ ଷ୍ଟେଟବ୍ୟାଙ୍କରୁ ୧ ଲକ୍ଷ ୩୦ ହଜାର ଟଙ୍କା ଉଠାଇଥିଲେ । ଟଙ୍କା ଉଠାଇ ସେ ନିଜ ବାଇକ ଡିକିରେ ରଖିଥିଲେ ।

ତେବେ ଡିକିରେ ଗୁଣଧର ଟଙ୍କା ରଖି ବ୍ୟାଙ୍କ ସମ୍ମୁଖରେ ଥିବା ହୋଟେଲକୁ ଚା' ପିଇବା ପାଇଁ ଯାଇଥିଲେ । ସେହି ସମୟରେ ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଣଧରଙ୍କ ବାଇକ ଡିକିର ତାଲା ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଥିଲେ । ଏହାଦେଖି ସ୍ଥାନୀୟ କିଛି ଲୋକ ଦୁର୍ବୃତ୍ତଙ୍କୁ ଗୋଡ଼ାଇ ଥିଲେ । ହେଲେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ। ଏନେଇ ଗୁଣଧର ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରିଆଡ଼େ ତଦନ୍ତ କରିଥିଲା । ଏହାସହ ବ୍ୟାଙ୍କ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ ।

ଏହାମଧ୍ୟ ପଢ଼ନ୍ତୁ. Hockey World Cup Trophy Tour: ଫୁଲବାଣୀରେ ପହଁଞ୍ଚିଲା ବିଶ୍ୱକପ, କରାଗଲା ଭବ୍ୟ ସ୍ୱାଗତ

ସୂଚନାନୁସାରେ କିଛି ମାସର ବ୍ୟବଧାନ ପରେ ପୁଣିଥରେ ଜିଲ୍ଲାରେ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ବ୍ୟାଙ୍କ ନିକଟରେ ପୋଲିସ ପୋଷ୍ଟ କିମ୍ବା ସୁରକ୍ଷା ବ୍ୟବସ୍ଥା ନଥିବା କାରଣରୁ ଏଭଳି ଲୁଟପାଟ ବୃଦ୍ଧି ପାଉଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.