ଭବାନୀପାଟଣା: ଲକଡାଉନ ପାଇଁ କଳାହାଣ୍ଡି ପୋଲିସର କଡା ପଦକ୍ଷେପ । ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଥିବା କୋରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ଦୂରତ୍ବକୁ ବିଶେଷ ଗୁରୁତ୍ବ ଦେଉଛନ୍ତି । ଏହି କ୍ରମରେ କିଛି ଲୋକେ ସାମାଜିକ ଦୂରତ୍ବ ପ୍ରତି ବିଶେଷ ଗୁରୁତ୍ବ ଦେଉଥିବା ବେଳେ ଭବାନୀପାଟଣା ସହରର ସାପ୍ତାହିକ ହାଟ ଯୋଗୁଁ ଲୋକେ ଏହି ନିର୍ଦ୍ଦେଶନାମାକୁ ଅମାନ୍ୟ କରୁଥିବାର ଦେଖିବାକୁ ମିଳିଛି ।
ତେବେ ଏ ନେଇ ଟାଉନ ପୋଲିସ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକସ୍ଥଳେ କଡାକଡି ତାଗିଦ କରିଥିଲା । ଏପରିକି ବଢୁଥିବା ଜନସମାଗମକୁ ରୋକିବା ପାଇଁ ସହରର ବିଭିନ୍ନ ରାସ୍ତାକୁ ବ୍ୟାରିକେଡ ଯୋଗେ ବନ୍ଦ କରାଯାଇଥିଲା ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ ମାମଲାରେ ଜିଲ୍ଲାର ବିଭିନ୍ନ ଥାନାରେ ୮୦ଟି ମାମଲା ରୁଜୁ କରାଯାଇ ୧୨୬ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୬୨ଟି ଯାନବାହାନକୁ ସିଜ କରାଯାଇଥିବା ସୂଚନା ରହିଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ