ETV Bharat / state

କୋରୋନା ଲକଡାଉନ: ଯାତ୍ରୀବାହୀ ବସ କର୍ମଚାରୀ ହନ୍ତସନ୍ତ - lockdown effect

ଲକଡାଉନ ଯୋଗୁଁ ବନ୍ଦ ହୋଇ ରହିଛି ରାଜ୍ୟର ହଜାର ହଜାର ଯାତ୍ରୀବାହୀ ବସ । ଯାହାଦ୍ବାରା ଦୁର୍ଦ୍ଦିନରେ ସଢ଼ୁଛନ୍ତି ରାଜ୍ୟର ଯାତ୍ରୀବାହୀ ବସରେ କାର୍ଯ୍ୟରତ କର୍ମଚାରୀମାନେ । ମାଲିକ କି ସରକାର କେହି ସେମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବାରୁ ସେମାନଙ୍କ ଅବସ୍ଥା ସାଂଘାତିକ ହେବାକୁ ବସିଲାଣି ।

କୋରୋନା ଲକଡାଉନ: ଯାତ୍ରୀବାହୀ ବସ କର୍ମଚାରୀ ହନ୍ତସନ୍ତ

author img

By

Published : May 16, 2020, 11:52 PM IST

ଭବାନୀପାଟଣା: କୋରୋନା ଯୋଗୁଁ ଏବେ ସବୁଠି ଲକଡାଉନ । ଠପ ହୋଇଯାଇଛି ସାଧାରଣ ଜୀବନ ଯାତ୍ରା, ବନ୍ଦ ହୋଇଯାଇଛି ଯାତାୟତ । ଫଳରେ ବନ୍ଦ ହୋଇ ରହିଛି ରାଜ୍ୟର ହଜାର ହଜାର ଯାତ୍ରୀବାହୀ ବସ । ଯାହାଦ୍ବାରା ଦୁର୍ଦ୍ଦିନରେ ସଢ଼ୁଛନ୍ତି ରାଜ୍ୟର ଯାତ୍ରୀବାହୀ ବସରେ କାର୍ଯ୍ୟରତ କର୍ମଚାରୀମାନେ । ମାଲିକ କି ସରକାର କେହି ସେମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବାରୁ ସେମାନଙ୍କ ଅବସ୍ଥା ସାଂଘାତିକ ହେବାକୁ ବସିଲାଣି ।

ଚିତ୍ତରଞ୍ଜନ ମାଝୀ ପେଶାରେ ଜଣେ ହେଲ୍ପର । ପରିବାର କହିଲେ 4ପ୍ରାଣୀ କୁଟୁମ୍ବ । ଚକ ଗଡୁ ଥିଲା ଦୁଇ ପଇସା ଘରୁକୁ ଆସୁଥିଲା । ପିଲାଙ୍କୁ ପ୍ରାଇଭେଟ ସ୍କୁଲରେ ପାଠ ପଢ଼ାଇବା ସହ ଠିକଠାକ ଚଳିଯାଉଥିଲା ଚିତ୍ତରଞ୍ଜନଙ୍କ ପରିବାର । କିନ୍ତୁ ଲକଡାଉନ ଯୋଗୁଁ ସେ ଏବେ ଚିନ୍ତାରେ । ପିଲାଙ୍କ ପାଠପଢା କେମିତି ହେବ ଘର କେମିତି ଚାଲିବ ସେନେଇ ଏବେ ସନ୍ଦେହରେ । ପେଟପାଟଣା ଉପରେ ଲାତ ମାରିଥିବା ଲକଡାଉନ ଯୋଗୁଁ ସୃଷ୍ଟି ହୋଇଛି ବିଷମ ପରିସ୍ଥିତି । ଏବେ ଚକାବନ୍ଦ ସହ ହାତ ବନ୍ଦ ।

ଘୋ ଘୋରେ ଫାଟି ପଡୁଥିବା କଳାହାଣ୍ଡି ଜିଲ୍ଲା ମୁଖ୍ୟ ବସଷ୍ଟାଣ୍ଡ ଏବେ ଖାଁ ଖାଁ ଲାଗୁଛି । ଗତ ମାର୍ଚ୍ଚ ୧୩ ତାରିଖରୁ ଆଜି ପର୍ଯ୍ୟନ୍ତ କୌଣସି ବସ ଚାଲୁନି । କେମିତି ଚାଲିବ ପରିବାର ସେଇ ଚିନ୍ତାରେ ଯାତ୍ରୀବାହୀ ବସ ସହିତ ସିଧାସଳଖ ଜଡିତ ହୋଇ ଜୀବିକା ନିର୍ବାହ କରୁଥିବା ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲ୍ପର । ଗୋଟିଏ ପଟେ ଗାଡି ଚାଲୁ ନଥିବାରୁ ମାଲିକ ସଂଘ ହାତ ଟେକି ଦେଇଥିବା ବେଳେ ସରକାର ମଧ୍ୟ ଏ ଦୁସ୍ଥ କର୍ମଚାରୀଙ୍କୁ ଆଡ଼ ଆଖିରେ ଚାହୁଁ ନାହାନ୍ତି । ସ୍ଥିତି ଏଭଳି ହେଲାଣି ଦିନ କେଇଟା ପରେ ହୁଏତ ଏମାନଙ୍କ ପରିବାର ଭୋକ ଉପାସରେ ଦିନ କାଟିବା ପ୍ରାୟତଃ ନିଶ୍ଚିତ ।

କୋରୋନା ଲକଡାଉନ: ଯାତ୍ରୀବାହୀ ବସ କର୍ମଚାରୀ ହନ୍ତସନ୍ତ

ଜିଲ୍ଲାର ବିଭିନ୍ନ ବସଷ୍ଟାଣ୍ଡ ଏମିତି ଧାଡି ଧାଡି ହୋଇ ଠିଆ ହୋଇଛି ଶହ ଶହ ବସ । ତଥ୍ୟ ଅନୁସାରେ ଲକଡାଉନ ପରଠାରୁ ସାରା ରାଜ୍ୟରେ ବନ୍ଦ ଅଛି ପ୍ରାୟ ୧୪ ହଜାର ଘରୋଇ ବସ ଯାହା ଭିତରୁ ୬ ହଜାର ଏସି ୮ ହଜାର ନନ ଏସି । ଡ୍ରାଇଭର ହେଲ୍ପର ଗାଁକୁ ପଳାଇ ଯାଇଛନ୍ତି କିଛି କିଛି ହେଲ୍ପର ଗାଡି ଜଗିଛନ୍ତି । ଏଣେ ବସ ଚାଲୁନଥିବାରୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ବି ସହିଲେଣି ମାଲିକ ମାନେ ଆଗକୁ କେମିତି ବ୍ୟାଙ୍କ ଇଷ୍ଟଲମେଣ୍ଟ ଟ୍ୟାକ୍ସ ଇନ୍ସୁରାନ୍ସ ଦାଖଲ କରିବେ ସେ ଚିନ୍ତା ମଧ୍ୟ ଘାରିଛି । ତେଣୁ ଏଭଳି ପରିସ୍ଥିତିରେ କର୍ମଚାରୀଙ୍କୁ ଦରମା ଦେବା ସେମାନଙ୍କ ପକ୍ଷେ ଆଦୌ ସମ୍ଭବ ନୁହେଁ ବୋଲି ସଫା ସଫା କହିଥିବା ବେଳେ ଆଗାମୀ ୬ ମାସର ବ୍ୟାଙ୍କ ସୁଧ ମାର୍ଚ୍ଚ ମାସର ଟ୍ୟାକ୍ସ ଛାଡ଼ ପାଇଁ ମଧ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ।

କଳାହାଣ୍ଡି ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.