କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଳକ କାର୍ଯ୍ୟାଳୟରେ କିଛି ସରକାରୀ କର୍ମଚାରୀ ଦୁର୍ନୀତି କରୁଥିବା ଅଭିଯୋଗ ନେଇ ଅଞ୍ଚଳବାସୀଙ୍କ ଧାରଣା । ଏହି ବ୍ଲକ କାର୍ଯ୍ୟଳୟରେ କାର୍ଯ୍ୟରତ ଅତିରିକ୍ତ ଯନ୍ତ୍ରୀ ବାଞ୍ଛାବଟ ପାଣ୍ତେଙ୍କ ବଦଳି ଦାବିରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଲୋକେ ।
ଅଭିଯୋଗ ଅନୁସାରେ ଥୁଆମୂଳ ରାମପୁର ବ୍ଳକରେ କାର୍ଯ୍ୟରତ ଅତିରିକ୍ତ ଯନ୍ତ୍ରୀ ବାଞ୍ଛାବଟ ପାଣ୍ତେ ଅନେକ ଦିନ ଧରି ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି । କିନ୍ତୁ କୌଣସି ଲୋକ ଏନେଇ ଅଭିଯୋଗ କଲେ ତାକୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ବିଡିଓ କର୍ଣ୍ଣପାତ ନକରିବାରୁ ଆଜି (ମଙ୍ଗଳବାର) ପ୍ରବଳ ବର୍ଷା ସତ୍ତ୍ବେ ଧାରଣା ଦେଇଛନ୍ତି ଲୋକେ । ଥୁଆମୂଳ ରାମପୁର ଶିକ୍ଷିତ ସଚେତନ ଯୁବଗୋଷ୍ଠୀ ମଞ୍ଚ ପକ୍ଷରୁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଇଟିଭି ଭାରତ, କଳାହାଣ୍ଡି