କଳାହାଣ୍ଡି: ଆଜି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ବନ୍ଦ ଡାକରା । ସମସ୍ତ କୋର୍ଟ କଚେରୀ ସହ ସରକାରୀ ଅନୁଷ୍ଠାନକୁ ପିକେଟିଂ କରି ବନ୍ଦ କରାଯାଇଛି । କେବଳ ଜରୁରୀକାଳୀନ ସେବା ସହ ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ ପ୍ରତିଷ୍ଠାନକୁ ଖୋଲା ରଖାଯାଇଛି । ତେବେ ଦୀର୍ଘ ଦିନ ଧରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ସ୍ଥାୟୀ ବେଞ୍ଚ ଦାବି କରିଆସୁଛନ୍ତି ।
ଜଷ୍ଟିସ ଯଶବନ୍ତ ସିଂ କମିଶନଙ୍କ ସୁପାରିଶ କ୍ରମେ, କଳାହାଣ୍ଡି ଜିଲ୍ଲାର ସମସ୍ତ ମାନବିନ୍ଦୁକୁ ପୂରଣ କରୁଥିବାର ଏକ ରିପୋର୍ଟ ଉଲ୍ଲେଖ କରିଥିଲେ । ଯେଉଁ ମାମଲାରେ ଜିଲ୍ଲା ଓକିଲ ସଂଘର ଦାବି ଯର୍ଥାଥ ଦର୍ଶାଇଛି ସଂଘ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ