ETV Bharat / state

33 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ଲାଞ୍ଜିଗଡ଼ ଜିପିଟିଏ - ଲାଞ୍ଜିଗଡ଼ ଜିପିଟିଏ

ପୋଖରୀ ପୁନରୁଉଦ୍ଧାର କାମର ବିଲ୍‌ କରାଇଦେବାକୁ ୩୩ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ଲାଞ୍ଜିଗଡ଼ ଜିପିଟିଏ । ଅଧିକ ପଢନ୍ତୁ...

33 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ଲାଞ୍ଜିଗଡ଼ ଜିପିଟିଏ

author img

By

Published : Jul 14, 2020, 4:27 AM IST

ଭବାନୀପାଟଣା: ପୋଖରୀ ପୁନରୁଉଦ୍ଧାର କାମର ବିଲ୍‌ କରାଇଦେବାକୁ ୩୩ ହଜାର ଟଙ୍କା ଲାଞ୍ଚ ଦାବିକରି ଭିଜିଲାନ୍ସ ଜାଲରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କୁମଖାଲ ଓ ପୋଖରିବନ୍ଦ ପଞ୍ଚାୟତ ଦାଇତ୍ଵରେ ଥିବା ଜିପିଟିଏ ସୁବ୍ରତ ମଲ୍ଲିକ ।

33 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ଲାଞ୍ଜିଗଡ଼ ଜିପିଟିଏ

ବ୍ଲକର କୁମଖାଲ ପଞ୍ଚାୟତ ତିମନବାଡ଼ି ଗାଁର ଗୌତମ ନାଗ ସୋରିଷ ପଦର ଗାଁର ଏକ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ କରିଥିଲେ । ଏହି କାମର ଦୁଇ ଲକ୍ଷ ଟଙ୍କା ବିଲ୍‌ ପାସ କରିବା ପାଇଁ ଜିପିଟିଏ ସୁବ୍ରତ ମଲ୍ଲିକ ୩୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଗୌତମ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବାକୁ ଜାଲ ବିଛା ଯାଇଥିଲା ।

ଯୋଜନା ଅନୁସାରେ ବିଶ୍ଵନାଥପୁରଠାରେ ଜିପିଟିଏଙ୍କ ସରକାରୀ ବାସଭବନରେ ସୋମବାର ଅପରାହ୍ନରେ ଗୌତମ ୩୩ ହଜାର ଟଙ୍କା ସୁବ୍ରତ ମଲ୍ଲିକଙ୍କୁ ଦେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.