ETV Bharat / state

ଚାକିରୀ ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟିନେଲେ ଟଙ୍କା - ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟିନେଲେ ଟଙ୍କା

ସାବଧାନ ଆପଣ ମଧ୍ୟ ଅନଲାଇନରେ ଚାକିରୀ ଖୋଜୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ, କାରଣ ଚାକିରୀ ପାଇବା ଆଶାରେ ଆପଣ ହୋଇ ପାରନ୍ତି ସ୍ୱର୍ବସାନ୍ତ । ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଲୁଟେରାଙ୍କ ଆତଙ୍କ ରାଜ। ଆଖି ପିଛୁଳାକେ ଲୁଟି ନେଉଛନ୍ତି ଜୀବନ ଜାକର ସଞ୍ଚିତ ପୁଞ୍ଜି। ଅଧିକ ପଢନ୍ତୁ

laksh of money cyber crime for job in kalahandi
ଚାକିରୀ ଦେବା ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟିନେଲେ ଟଙ୍କା
author img

By

Published : Feb 1, 2022, 6:05 PM IST

ଭବାନୀପାଟଣା : ଚାକିରୀ ଦେବା ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟି ନେଲେ ଟଙ୍କା। ସାବଧାନ ଆପଣ ମଧ୍ୟ ଅନଲାଇନରେ ଚାକିରୀ ଖୋଜୁଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ କାରଣ ଚାକିରୀ ପାଇବା ଆଶାରେ ଆପଣ ହୋଇପାରନ୍ତି ସ୍ୱର୍ବସାନ୍ତ । ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଲୁଟେରାଙ୍କ ଆତଙ୍କରାଜ । ଆଖି ପିଛୁଳାକେ ଲୁଟି ନେଉଛନ୍ତି ଜୀବନ ଜାକର ସଞ୍ଚିତ ପୁଞ୍ଜି । କେତେବେଳେ ଅନଲାଇନ ସାମଗ୍ରୀ କିଣିବା ହେଉ ଅବା ଚାକିରୀ ଖୋଜିବା ବେଳେ ସତର୍କ ନ ରହିଲେ ଆପଣ ମଧ୍ୟ ହୋଇପାରନ୍ତି ଠକାମିର ଶିକାର ।

ଚାକିରୀ ଦେବା ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟିନେଲେ ଟଙ୍କା
ଏଇ ଯେମିତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ରାମନଗର ପଡ଼ାରେ ରହୁଥିବା ଯୁବତୀଙ୍କୁ ଚାକିରୀ ପ୍ରଲୋଭନ ଦେଖାଇ ଆକାଉଣ୍ଟରୁ ଗାୟବ କରିଦେଲେ ଟଙ୍କା । ସୂଚନା ଅନୁଯାୟୀ ସହରର ରାମନଗର ପଡାର ସମୀକ୍ଷା ବେହେରା ନିଜ ପାଠ ପଢ଼ା ସରିବା ପରେ ଅନଲାଇନ ମାଧ୍ୟମରେ ଚାକିରୀ ଖୋଜୁଥିଲେ ବିଭିନ୍ନ ୱେବସାଇଟ ମାଧ୍ୟମରେ ନିଜ ଫୋନ ନମ୍ବର ଦେଇ ରେଜିଷ୍ଟ୍ରେସନ ମଧ୍ୟ କରିଥିଲେ। ଆଉ ଏହାର ସୁଯୋଗ ନେଇ ସାଇବର ଲୁଟେରା ଅତି ଚତୁରତାର ସହ ସମୀକ୍ଷାଙ୍କୁ ଫୋନ କରି ଚାକିରୀ ଦେବା ବିଷୟରେ କଥା ହୋଇଥିଲେ।ପରେ ସମୀକ୍ଷାଙ୍କ ଆଧାର କାର୍ଡ ଠାରୁ ଆରମ୍ଭ କରି ସମସ୍ତ ବ୍ୟାଙ୍କ ବିବରଣୀ ନେଇ ଯିବା ପରେ ପ୍ରଥମେ ତାଙ୍କ ଆକାଉଣ୍ଟ ରୁ ୨୦ ହଜାର ଓ ପରେ ୩୦ ହଜାର ଟଙ୍କା ଲୁଟି ନେଇ ଗଲେ ସାଇବର ଲୁଟେରା। ଏନେଇ ଯୁବତୀ ଜଣଙ୍କ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ ସାଇବର ଲୁଟେରାଙ୍କ କୌଣସି ସନ୍ଧାନ ମିଳିନାହିଁ।ସେପଟେ ଏ ସମ୍ପର୍କରେ କଳାହାଣ୍ଡି ଏସପି ଶ୍ରବଣ ବିବେକଙ୍କୁ ପଚାରିବାରୁ ଅଭିଯୁକ୍ତଙ୍କୁ ଟ୍ରାକ କରାଯାଉଥିବା ସେ ପ୍ରକାଶ କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.