ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଘୋଡାଘାଟ ଛକ ନିକଟରେ ଜଣେ ମଦ ଦୋକାନ ମ୍ୟାନେଜରଙ୍କୁ ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ । ଗତକାଲି(ବୁଧବାର) ଦିନ ଘଟିଛି ଏହି ଘଟଣା । ତେବେ ଘୋଡାଘାଟ ଛକ ନିକଟରେ ଅନୀଲ ଯଶପାଲ ନାମକ ଜଣେ ମଦ ଦୋକାନ ମ୍ୟାନେଜରଙ୍କୁ କେତେକ ଦୁର୍ବୃତ୍ତ ବନ୍ଧୁକ ମୁନରେ ମାଡ ମାରି ଲହୁଲୁହାଣ କରିବା ସହ ତାଙ୍କ ନିକଟରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ଫେରାର ମାରିଥିଲେ । କସାକେନ୍ଦୁରେ ଥିବା ନିଜ ଭଡାଘରକୁ ଯାଉଥିବା ବେଳେ ଏହି ଅଘଟଣ ଘଟାଇଥିଲେ ଦୁବୃର୍ତ୍ତ । ଏନେଇ ଥାନାରେ ଅଭିଯାଗ ପରେ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ