ଭବାନୀପାଟଣା: ଲଡୁଗାଁ ରେ ପୁଣି ୪ ଦିନ ବଢ଼ିଲା ସଟଡାଉନ ଅବଧି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସହର ରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ନେଇ ସଟଡାଉନ ଘୋଷଣା କରାଯାଇଛି । ଗତ ଗୁରୁବାର ଠାରୁ ପ୍ରଥମ ପର୍ଯ୍ୟାୟର 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଥିଲା ପ୍ରଶାସନ ଓ ଲଡୁଗାଁ ସରପଞ୍ଚ ।
ଆଜି ପ୍ରଥମ ଅବଧି ଶେଷ ହେବା ପରେ ପୁଣିଥରେ ଆସନ୍ତା ୪ ଦିନ ପାଇଁ ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ ଡେଙ୍ଗୁରା ଦେଇ ଲୋକଙ୍କୁ ଅବଗତ କରିବା ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ସରପଞ୍ଚ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲଡୁଗାଁ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ବଜାର ବନ୍ଦ ରହିବା ସହ ଜରୁରୀକାଳୀନ ସେବାକୁ ଏହି କଟକଣାରୁ ବାଦ ଦିଆଯାଇଛି । କୌଣସି ଲୋକ ବିନା କାରଣରେ ବାହାରକୁ ନ ଆସିବାକୁ ବାରଣ କରାଯାଇଛି ।
ସୂଚନାଥାଉକି ଲଡୁଗାଁରେ 10 କୋରୋନା ପଜିଟିଭି ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଜିଲ୍ଲାପ୍ରଶାସନ ସଟଡାଉନକୁ ବୃଦ୍ଧି କରିଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ତୁରନ୍ତ ଡୋରଟୁ ଡୋର ସର୍ଭେ ଆରମ୍ଭ କରିବ ବୋଲି ଜଣାପଡିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ