ETV Bharat / state

ସ୍କୁଲରେ ଶିକ୍ଷକ ମରୁଡି, ଗେଟରେ ତାଲା ପକାଇଲେ ଅଭିଭାବକ - କଳାହାଣ୍ଡି ଖବର

ସ୍କୁଲରେ ନାହାଁନ୍ତି ଶିକ୍ଷକ। ଘନଘନ ଅଭିଯୋଗ ପରେ ବି ଜିଲ୍ଲା ଶିକ୍ଷା ବିଭାଗର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଯାହାଫଳରେ ଅଧିକ ଶିକ୍ଷକ ନିଯୁକ୍ତି ଦାବିକରି ସ୍କୁଲରେ ଗେଟରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି
author img

By

Published : Sep 17, 2019, 9:08 PM IST

କଳାହାଣ୍ଡି: 10ଟି ଶ୍ରେଣୀ ପିଲାଙ୍କୁ ପଢାଇବାକୁ 4 ଜଣ ଶିକ୍ଷକ। ଏ ସମସ୍ୟା ଆଜି ବା କାଲିର ନୁହେଁ ଦୀର୍ଘଦିନ ହେବ ଲାଗି ରହିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ। ଘନଘନ ଅଭିଯୋଗ ପରେ ବି ଜିଲ୍ଲା ଶିକ୍ଷା ବିଭାଗର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଯାହାଫଳରେ ଅଧିକ ଶିକ୍ଷକ ନିଯୁକ୍ତି ଦାବିକରି ସ୍କୁଲରେ ଗେଟରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ।

ବିଦ୍ୟାଳୟରେ ଶିକ୍ଷକ ମରୁଡି, ଗେଟରେ ତାଲା ପକାଇଲେ ଅଭିଭାବକ

ସୂଚନା ଅନୁସାରେ, ସାସ୍ତୁଗୁଡା ସ୍କୁଲରେ ମାତ୍ର ୪ ଜଣ ଶିକ୍ଷକ କାର୍ଯ୍ୟରତ ଥିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀରେ ୨୭୦ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି। ତେବେ ଅଷ୍ଟମରୁ ଦଶମ ଶ୍ରେଣୀକୁ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ନଥିବା ବେଳେ ଜଣେ ମାତ୍ର ବିଜ୍ଞାନ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବା ଅଭିଯୋଗ ହୋଇଛି।

ତେବେ ଆଗକୁ ଦଶମ ବୋର୍ଡ଼ ପରୀକ୍ଷା ଥିବାବେଳେ ବିନା ଶିକ୍ଷକରେ କେମିତି ପାଠପଢା ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏବେ ସୁଦ୍ଧା ଆନ୍ଦୋଳନ ସ୍ଥାନରେ କୌଣସି ଅଧିକାରୀ ପହଞ୍ଚି ନାହାଁନ୍ତି।

ତେବେ ଜୟପାଟଣା ଅତିରିକ୍ତ ଶିକ୍ଷା ଅଧିକାରୀ ଆଉ ୨ ଜଣ ଶିକ୍ଷକଙ୍କୁ ଡେପୁଟେସନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ବି ଅଭିଭାବକ ଓ ଗ୍ରାମବାସୀ ମାନେ ନିଜ ଜିଦରେ ଅଡ଼ି ବସିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଶିକ୍ଷକ ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସାସ୍ତୁଗୁଡା ଠାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଅଭାବ କୁ ନେଇ ଦୀର୍ଘ ଦିନ ରୁ ଦାବି ହୋଇଅସୁଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆଜି ଅଭିଭାବକ ଓ ଗ୍ରାମବାସୀ ମାନେ ସ୍କୁଲ ଗେଟ ରେ ତାଲା ମାରି ପ୍ରତିବାଦ ସହ ଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି। Body:ସୂଚନା ଅନୁସାରେ ସାସ୍ତୁଗୁଡା ସ୍କୁଲ ରେ ମାତ୍ର ୪ ଜଣ ଶିକ୍ଷକ କାର୍ଯରତ ଥିବା ବେଲେ ପ୍ରଥମ ରୁ ଦଶମ ଶ୍ରେଣୀ ରେ ୨୭୦ ଜଣ ଛାତ୍ର ଛାତ୍ରୀ ଶିକ୍ଷାଦାନ କରୁଛନ୍ତି ,ତେବେ ଅଷ୍ଟମ ରୁ ଦଶମ ଶ୍ରେଣୀ କୁ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ନଥିବା ବେଳେ ଜଣେ ମାତ୍ର ବିଜ୍ଞାନ ଶିକ୍ଷକ ଭରସା ରେ ପାଠପଢ଼ା ଚାଲିଥିବା ଅଭିଯୋଗ ହୋଇଛି। ଆଗକୁ ଦଶମ ବୋର୍ଡ଼ ପରୀକ୍ଷା ଥିବା ବେଳେ ବିନା ଶିକ୍ଷକ ରେ କେମିତି ପାଠ ପଢା ହେବ ତାହା କୁ ନେଇ ପ୍ରଶ୍ନବାଚୀ ଦେଖା ଦେଇଛି। Conclusion:ଆନ୍ଦୋଳନ ସ୍ଥାନ ରେ କୌଣସି ଅଧିକାରୀ ପହଞ୍ଚି ନଥିବା ବେଳେ ଜୟପାଟଣା ଅତିରିକ୍ତ ଶିକ୍ଷା ଅଧିକାରୀ ଆଉ ୨ ଜଣ ଶିକ୍ଷକ ଡେପୁଟେସନ କରାଯିବ ବୋଲି କହୁଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ମାନେ ନିଜ ଜିଦ ରେ ଅଡ଼ି ବସିଛନ୍ତି।
ବାଇଟ-ବିନ୍ଦୁ ନାଗ (ଛାତ୍ରୀ)
ବୀଇଟ-ନିଲା ନାଏକ(ଅଭିଭାବକ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.