ETV Bharat / state

ଶ୍ରମିକଙ୍କୁ ଅବହେଳା ନେଇ ସରକାରଙ୍କ ଉପରେ ବର୍ଷିଲା ରାଷ୍ଟ୍ରୀୟ ମଜଦୁର ସଂଘ - ରାଜ୍ୟରେ ଅବହେଳିତ ଶ୍ରମିକ

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତି ବିରୋଧକୁ ନିନ୍ଦା କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଅଧିକ ପଢନ୍ତୁ...

ଶ୍ରମିକମାନଙ୍କୁ ଅବହେଳା ନେଇ ସରକାରଙ୍କ ଉପରେ ବର୍ଷିଲା ରାଷ୍ଟ୍ରୀୟ ମଜଦୁର ସଂଘ

author img

By

Published : Nov 5, 2020, 8:57 AM IST

ଭବାନୀପାଟଣା: ରାଜ୍ୟରେ ଅବହେଳିତ ଶ୍ରମିକ । କୋରୋନା ସମୟରେ ଦିନରାତି ଏକ କରି କାମ କରୁଥିଲେ ବି ଶ୍ରମିକମାନଙ୍କୁ ମିଳିନି କୋରୋନା ଯୋଦ୍ଧାର ମାନ୍ୟତା । କୋରୋନା ସମୟରେ ବିଦ୍ୟୁତ ଟାରିଫ ବୃଦ୍ଧି ସହ ସରକାରଙ୍କର ଶ୍ରମିକ ନୀତି ବିରୋଧକୁ ଘୋର ନିନ୍ଦା କରିଛି ରାଷ୍ଟ୍ରୀୟ ମଜଦୁର ସଂଘ । ଏ ନେଇ କଳାହାଣ୍ଡି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ 3ରୁ 5ତାରିଖ ଯାଏଁ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

ଶ୍ରମିକମାନଙ୍କୁ ଅବହେଳା ନେଇ ସରକାରଙ୍କ ଉପରେ ବର୍ଷିଲା ରାଷ୍ଟ୍ରୀୟ ମଜଦୁର ସଂଘ

ବିଦ୍ୟୁତ ଦର 20ପଇସା ବୃଦ୍ଧି, କୃଷକ ଓ ଶ୍ରମିକ କର୍ମଚାରୀ ବିରୋଧୀ ଆଇନ ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ । ଏ ପରିପେକ୍ଷ୍ରୀରେ ଗୁରୁବାର କଳାହାଣ୍ଡି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସରକାରଙ୍କର ଶ୍ରମିକ ମାରଣା ନିତୀକୁ ଘୋର ନିନ୍ଦା କିରିଛି ଶ୍ରମିକ ସଂଘ। ରାଜ୍ୟରେ ଥିବା ସମସ୍ତ ଠିକା ଶ୍ରମିକମାନଙ୍କୁ କିପରି ସ୍ଥାୟୀ ଶ୍ରମିକ କରାଯିବ ଦାବି କରି ଆନ୍ଦୋଳନ କରିଛି କଳାହାଣ୍ଡି ଜିଲ୍ଲାର ଶ୍ରମିକ ସଂଘ । ସରକାରଙ୍କର ଶ୍ରମିକମାନଙ୍କ ପ୍ରତି ଏପରି ବ୍ୟବସ୍ଥାକୁ ଗ୍ରହଣ କରାଯିବନି ବୋଲି କହିଛନ୍ତି ଶ୍ରମିକ ନେତା ଦୁର୍ଗା ମାଧବ ପଣ୍ଡା ।

ଏ ନେଇ ବିକ୍ଷୋଭ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 22ଦଫା ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଆନ୍ଦୋଳନକାରୀ ମାନେ କୋଭିଡ ନିୟମ ପାଳନ କରି ଏକ ଶୋଭାଯାତ୍ରାରେ ବାହାରି ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରମିକ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂହ. ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.