ETV Bharat / state

International Labour Day: କଳାହାଣ୍ଡିରେ ଶ୍ରମିକ ଦିବସ ପାଳିତ, ଶ୍ରମ କାର୍ଡ ବଣ୍ଟନ

author img

By

Published : May 1, 2022, 4:53 PM IST

ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ(International Labour Day 2022) କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳିତ । ଅଧିକ ପଢନ୍ତୁ

କଳାହାଣ୍ଡି ଜିଲ୍ଲାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଭବାନୀପାଟଣା: ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳିତ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶ୍ରମିକ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇଥିଲେ । ଶ୍ରମିକ ମାନଙ୍କ ନୂତନ ଶ୍ରମ କାର୍ଡ ଓ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତା ରାଶି ବଣ୍ଟନ କରାଯାଇଥିଲା ।

ଏହାସହ ଆଜିଠାରୁ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରି ସରକାର ଶ୍ରମିକ ଦିବସର ଭେଟି ଦେଇଥିବା ବେଳେ ଆଗାମୀ ଦିନରେ ଶ୍ରମିକ ମାନଙ୍କ ବିକାଶ ହେବ ବୋଲି ପ୍ରତିଶୃତି ମିଳିଛି । ସେହିପରି ସମସ୍ତ ଶ୍ରମିକଙ୍କୁ ସରକାର ସମସ୍ତ ସୁବିଧା ଯୋଗାଇ ଦେବା ସହ ସଚେତନ କରାଉଥିବା କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.