ETV Bharat / state

କଳାହାଣ୍ଡିରେ କୋଶଳ ମହାବନ୍ଦ ଡାକରା, ଚକ ଅଖ ବନ୍ଦ

କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ଆଜି କୋଶଳ ମହାବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯିବ । ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Sep 7, 2022, 10:25 AM IST

Updated : Sep 7, 2022, 12:11 PM IST

କଳାହାଣ୍ଡିରେ କୋଶଳ ମହାବନ୍ଦ ଡାକରା
କଳାହାଣ୍ଡିରେ କୋଶଳ ମହାବନ୍ଦ ଡାକରା

ଭବାନୀପାଟଣା: ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ଡାକରା । କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଳନ ହେଉଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି ମହାବନ୍ଦ ଡାକରା ପାଳନ ହେଉଛି । ବନ୍ଦ ପ୍ରଭାବରେ ଚକ ଅଖ ସବୁ ବନ୍ଦ । ଦୋକାନରେ ତାଲା ବଜାର ଶୂନଶାନ । ଏହି ୧୨ ଘଣ୍ଟିଆ ବନ୍ଦ ଡାକରାରେ ପଶ୍ଚିମ ଓଡ଼ିଶାର ସମସ୍ତ ୧୧ଟି ଜିଲ୍ଲାରେ ବନ୍ଦ ପାଳନ କରାଯିବ । ଏଥିରେ ଜରୁରୀ ସେବାକୁ ବାଦ ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦର ପ୍ରଭାବ ରହିବ ।

କଳାହାଣ୍ଡିରେ କୋଶଳ ମହାବନ୍ଦ ଡାକରା

ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛି କିନ୍ତୁ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହାକୁ ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଛି ।

ଏହା ବି ପଢନ୍ତୁ...କୋଶଳ ବନ୍ଦ ଡାକରା: ବଲାଙ୍ଗୀରରେ ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ

ଏହି ବନ୍ଦ ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ବ୍ଳକରେ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ସେହିଭଳି ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଭବାନୀପାଟଣା କଲେଜ ଛକରେ କୋଶଳ ସେନା ପକ୍ଷରୁ ରାସ୍ତାରୋକ ହୋଇଥିବା ଦେଖିବାକୁ ମିଳିଛି । ଦେଶ ସ୍ବାଧୀନତାକୁ 75 ବର୍ଷ ପୂରଣ ହୋଇଛି ହେଲେ ପଶ୍ଚିମ ଓଡିଶା କୋଶଳ ଅଞ୍ଚଳର ଅବଦାନକୁ କେହି ବୁଝି ପାରୁନାହାନ୍ତି । ସରକାର ତାଙ୍କ କର୍ତ୍ତବ୍ୟ ତୁଲାଇନାହାନ୍ତି । ଏ ଅଞ୍ଚଳରେ ବିକାଶ କରିବାରେ ସରକାର ବିଫଳ ହୋଇଛନ୍ତି । ଯୋଜନା ନାଁରେ ରାଜନୀତି ହୋଇଛି ଆଉ କେତେ ଦିନ ଏ ଭେଦଭାବ ଚାଲିବ ବୋଲି କହିଛନ୍ତି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ । ବନ୍ଦକୁ ସଫଳ କରିବା ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ସମର୍ଥନ ଲୋଡିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Sep 7, 2022, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.