ଭବାନୀପାଟଣା:ଲଦାଖ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ । ଏହି ସଂଘର୍ଷରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ବୀର ଶହୀଦଙ୍କ ସ୍ମୃତିଚାରଣ କରି କଳାହାଣ୍ଡି ଜିଲ୍ଲା କୋଶଳ ସେନା ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ତେବେ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ । ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଚୀନ ସେନାର ମଧ୍ୟ ୪୦ରୁ ଉର୍ଦ୍ଧ୍ବ ଯବାନ ମୃତାହତ ହୋଇଥିବା ସୂଚନା ରହିଛି । ତେବେ ଭାରତର ଏହି ବୀର ପୁତ୍ରକୁ କୋଶଳ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ