ETV Bharat / state

ଇନ୍ଦ୍ରାବତୀରୁ ଖରିଫ ଜଳସେଚନ ଆରମ୍ଭ;୧,୧୨,୮୬୬ ହେକ୍ଟର ଜମିକୁ ମାଡିବ ପାଣି - କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ପ୍ରକଳ୍ପର

କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ପ୍ରକଳ୍ପର ହାତୀ ବ୍ୟାରେଜରୁ ଖରିଫ ଜଳସେଚନ ଆରମ୍ଭ ହୋଇ ଜଳସେଚନର ଅବଧି ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରଖାଯାଇଛି । ଅଧିକ ପଢନ୍ତୁ

Kharif irrigation begins in Indravati
ଇନ୍ଦ୍ରାବତୀରୁ ଖରିଫ ଜଳସେଚନ ଆରମ୍ଭ;
author img

By

Published : Jul 7, 2022, 4:17 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ପ୍ରକଳ୍ପର ହାତୀ ବ୍ୟାରେଜରୁ ଖରିଫ ଜଳସେଚନ ଆରମ୍ଭ । ତେବେ କଳାହାଣ୍ଡି ଜିଲ୍ଲାର ସାତଟି ବ୍ଲକର ୧,୧୨,୮୬୬ ହେକ୍ଟର ଜମିରେ ଜଳସେଚନ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି ।

ଇନ୍ଦ୍ରାବତୀରୁ ଖରିଫ ଜଳସେଚନ ଆରମ୍ଭ;

ହାତୀ ବ୍ୟାରେଜ ଜଳପତ୍ତନ ୨୬୩ମି ପହଞ୍ଚିବା ପରେ ବାମ ମୁଖ୍ୟ କେନାଲରେ ୭.୪ କ୍ୟୁମେକ୍ସ ଓ ଦକ୍ଷିଣ ମୁଖ୍ୟ କେନାଲରେ ୫ କ୍ୟୁମେକ୍ସ ପାଣି ଛଡା ଯାଇଛି ।ବାମ ମୂଖ୍ୟ କେନାଲରେ ୭.୪ କ୍ୟୁମେକ୍ସ ପାଣି ଛଡା ଯାଇ ୫୯,୨୪୨ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ଏହାଦ୍ବାରା ୨୨୧ ଗ୍ରାମର ଲୋକେ ଉପକୃତ ହେବେ । ସେହିପରି ଦକ୍ଷିଣ ମୁଖ୍ୟ କେନାଲରେ ୫ କ୍ୟୁମେକ୍ସ ପାଣି ଛଡା ଯାଇ ୨୮,୩୪୭ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ଫଳରେ ୧୨୮ ଗ୍ରାମର ଲୋକେ ଉପକୃତ ହେବେ । ଏହାଛଡା କେନାଲରୁ ଉଠା ଜଳସେଚନ ମାଧ୍ୟମରେ ୮୮ଟି ଗ୍ରାମର ୨୫,୨୭୪ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବର ଲକ୍ଷ୍ୟ ରଖାଯାଇଛି ।

ସେପଟେ ଦକ୍ଷିଣ କେନାଲର ମରାମତି କାମ ଚାଲିଥିବା ବେଳେ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଖରିଫ ଜଳସେଚନକୁ ନେଇ ଆଶଙ୍କା ରହିଥିଲା । ତେବେ ଆଜି ପାଣି ଛଡାଯିବା ପରେ ଚାଷୀ ମହଲରେ ଖୁସି ଦେଖାଦେଇଛି । ଏହି ଅବସରରେ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ପାଣି ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଚଳିତ ଖରିଫ ଋତୁ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଜୁଲାଇ ୭ତାରିଖରୁ ନଭେମ୍ବର ୫ତାରିଖ ପର୍ଯ୍ୟନ୍ତ ଉଭୟ କେନାଲରେ ଜଳସେଚନ ନିମନ୍ତେ ପାଣି ଛଡାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.