ETV Bharat / state

ଦେଶ ଶୁଣିବ ରାପର ଡୁଲେଙ୍କ ଦାଦନ ଦୁଃଖ, ବଲିଉଡରୁ ଆସିଛି ଡାକରା

author img

By

Published : Jul 13, 2020, 8:38 PM IST

ପ୍ରତିକୂଳ ପରିସ୍ଥିତିରେ ଲୁକାୟିତ ପ୍ରତିଭାର ପରିପ୍ରକାଶ କରି ଚର୍ଚ୍ଚାରେ ପଛୁଆ ଅଞ୍ଚଳର ଖପରର ଘରର ରାପର ଡୋଲେଶ୍ବର ତାଣ୍ଡି ଓରଫ ଡୁଲେ ତାଣ୍ଡି । ଦାଦନ ଜୀବନର ଦୁଃଖ ଯନ୍ତ୍ରଣାକୁ ଅଙ୍ଗେ ଲିଭେଇଥିବା ଡୁଲେ ଆଜି ସମାଜର ଅନ୍ୟ ଦାଦନର ଯନ୍ତ୍ରଣାକୁ ନିଜ ରାପ୍ ସଙ୍ଗୀତ ମାଧ୍ୟମରେ ଲୋକଲୋଚନକୁ ଆଣିବାର ପ୍ରୟାସ ପାଇଁ ଆଜି ସେ ଚର୍ଚ୍ଚାରେ । ଦେଖନ୍ତୁ ଡୁଲେଙ୍କୁ ନେଇ ଆମର ସ୍ବତନ୍ତ୍ର ରିପୋର୍ଟ...

ବଲିଉଡରେ ରାପ କରିବେ କଳାହାଣ୍ଡି ପୁଅ ଡୁଲେ !
ବଲିଉଡରେ ରାପ କରିବେ କଳାହାଣ୍ଡି ପୁଅ ଡୁଲେ !

ଭବାନୀପାଟଣା: ପ୍ରତ୍ୟେକ ବ୍ୟକ୍ତି ଭିତରେ ରହିଛି କିଛି ନା କିଛି ପ୍ରତିଭା...ବେଳେ ବେଳେ ପ୍ରତିକୂଳ ପରିସ୍ଥିତିରେ ଲୁକାୟିତ ପ୍ରତିଭାର ପରିପ୍ରକାଶ ଘଟିଥାଏ । ଏମିତି କିଛି ଦେଖିବାକୁ ମିଳିଛି ଡୁଲେ ତାଣ୍ଡିଙ୍କ କ୍ଷେତ୍ରରେ । ଦାଦନ ଜୀବନର ଦୁଃଖ ଯନ୍ତ୍ରଣାକୁ ଅଙ୍ଗେ ନିଭେଇଥିବା ଡୁଲେ ଆଜି ସମାଜର ଅନ୍ୟ ଦାଦନ ଯନ୍ତ୍ରଣାକୁ ନିଜ ରାପ୍ ସଙ୍ଗୀତ ମାଧ୍ୟମରେ ଲୋକଲୋଚନକୁ ଆଣିବାର ପ୍ରୟାସ କରିଛନ୍ତି । ଆଉ ତାଙ୍କର ଏହି ପ୍ରୟାସ ପାଇଁ ଆଜି ସେ ଚର୍ଚ୍ଚାରେ ।

ବଲିଉଡରେ ରାପ କରିବେ କଳାହାଣ୍ଡି ପୁଅ ଡୁଲେ !

ଏ ହେଉଛନ୍ତି କଳାହାଣ୍ଡି ବୋର୍ଡା ଗାଁର ଦାଦନ ଶ୍ରମିକ ଡୋଲେଶ୍ବର ତାଣ୍ଡି ଓରଫ ଡୁଲେ ତାଣ୍ଡି । ଖପରର ଘରର ରାପର ଭାବେ ପରିଚିତ ଡୁଲେ ନିଜ ପ୍ରତିଭା ପାଇଁ ଏବେ ବଲିଉଡରେ ବି ଚର୍ଚ୍ଚାରେ । ଡୁଲେ ବିଏସସି ପାଠ ପଢିଥିଲେ ମଧ୍ୟ ପରିବାରର ଦାୟିତ୍ବ ତୁଲାଇବାକୁ ସେ ବି ଜଣେ ଦାଦନ ଶ୍ରମିକ ସାଜିଥିଲେ । ଆଉ ଲକଡାଉନ ସମୟରେ ଦାଦନ ଶ୍ରମିକଙ୍କ ଦୁଃଖକୁ ସେ ଅଙ୍ଗେ ନିଭେଇଛନ୍ତି । କେବଳ ସେତିକି ନୁହେଁ ଧନସମ୍ପତ୍ତି କହିଲେ ଖପର ଘର ଛଡା ତାଙ୍କ ପାଖରେ କିଛି ନଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ଗରିବୀର ଜ୍ବଳନ୍ତ ଉଦାହରଣ ସାଜିଥିବା ଡୁଲେ ଦେଶର ବ୍ୟବସ୍ଥା ତଥା ସାମାଜିକ ଅବ୍ୟବସ୍ଥାକୁ ନେଇ ସୁନ୍ଦର ସୁନ୍ଦର ପ୍ରସ୍ତୁତ କରିଥିବା ରାପ୍ ଆଜି ସଭିଙ୍କ ମନକୁ ଛୁଇଁପାରିଛି । ସତେ ଯେମିତି ତାଙ୍କ ରାପ୍ ଏକ ବିପ୍ଲବ ପରି ମନେ ହେଉଛି । ସୋସିଆଲ ମିଡିଆରେ ଏହା ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ ବଲିଉଡ କଳାକାର ମଧ୍ୟ ଏହାକୁ ପ୍ରଶଂସା କରୁଛନ୍ତି । ଆଉ ତାଙ୍କର ଅଧିକାଂଶ ରାପରେ ଗରିବ ଓ ଦାଦନଙ୍କ ପ୍ରତି ସମର୍ପିତ ଭଳି ମନେହୁଏ । ସମାଜର ବାସ୍ତବତାକୁ ଅତି ନିଖୁଣ ଭାବେ ନିଜ ରାପରେ ଦର୍ଶାଇ ବେଶ ପରିଚିତ ଆଜି ।

ବଲିଉଡରେ ରାପ କରିବେ କଳାହାଣ୍ଡି ପୁଅ ଡୁଲେ !
ବଲିଉଡରେ ରାପ କରିବେ କଳାହାଣ୍ଡି ପୁଅ ଡୁଲେ !
ବଲିଉଡରେ ରାପ କରିବେ କଳାହାଣ୍ଡି ପୁଅ ଡୁଲେ !
ବଲିଉଡରେ ରାପ କରିବେ କଳାହାଣ୍ଡି ପୁଅ ଡୁଲେ !

ସେପଟେ ବଲିଉଡର ଲୋକପ୍ରିୟ ଗାୟକ ବିଶାଲ ଦଦଲାନିଙ୍କୁ ଏହି ପଖାଳ ଶାଗ ଖିଆ ଗରିବ ପୁଅର ରାପ ସଙ୍ଗ ଏତେ ପସନ୍ଦ ଆସିଛି ଯେ ସେ ରେକର୍ଡିଂ ପାଇଁ ମାୟାନଗରୀକୁ ଆସିବାକୁ ଦେଇଛନ୍ତି ନିମନ୍ତ୍ରଣ । ପଙ୍କରୁ ପଦ୍ମ ଫୁଟିଲା ପରି ପଛୁଆ ଜିଲ୍ଲାରୁ ମାୟା ନଗରୀକୁ ଯାତ୍ରା କରିବେ ଖପର ଘରର ରାପର । ନିଜ ପ୍ରତିଭା ବଳରେ ସେ ଯେ ଭବିଷ୍ୟତରେ ବଲିଉଡର ବଡ ବଡ ଷ୍ଟାର ପରି ସଫଳତା ନପାଇବେ ଏହା କିଏ ବା କହିବ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.