ଭବାନୀପାଟଣା: କୋରୋନା ପାଇଁ ସାରା ଦେଶ ଲକଡାଉନ । ଦୋକାନ ବଜାର ବନ୍ଦ । ହୋଟେଲ ଓ ରେସ୍ତୋରାଁରେ ତାଲା । ଏମିତିରେ ଭୋକିଲା ପେଟ କଥା କିଏ ବୁଝେ । ହେଲେ ଏହି ଅସହାୟଙ୍କ ଦୁଃଖକୁ ହୃଦବୋଧ କରି ଆଗେଇ ଆସିଛନ୍ତି କିଛି ସମାଜସେବୀ । ଆଉ ଏପରି କିଛି ଶ୍ରମିକ ଓ ଅସହାୟଙ୍କୁ ବାଣ୍ଟିଛନ୍ତି ଖାଦ୍ୟ ସାମଗ୍ରୀ।
ରାଜ୍ୟରେ ଏବେ ଲାକଡାଉନ ପରିସ୍ଥିତିରେ କିଛି ସମାଜସେବୀ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ ଓ କାମଧନ୍ଦା ଅଭାବରୁ ଘରେ ରହିଥିବା ଶ୍ରମିକଙ୍କ ପରିବାରମାନଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଛନ୍ତି । ଡ଼ି ଡ଼ି ବିଲଡର ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମାଝୀଗୁଡା ଓ ଗମ୍ଭାରୀଗୁଡା ପଞ୍ଚାୟତରେ ରହିଥିବା ରାଜ୍ୟ ବାହାର ଶ୍ରମିକମାନଙ୍କୁ ଚାଉଳ, ଡ଼ାଲି, ତେଲ, ଲୁଣ, ଆଳୁ ଓ ପିଆଜ ଭଳି ଖାଦ୍ୟ ସାମଗ୍ରୀ ବାଣ୍ଟିଛନ୍ତି ଏହି ସମାଜସେବୀ ।
ତେବେ ଏଭଳି ଏକ ଘଡିସନ୍ଧି ସମୟରେ ଶ୍ରମିକ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ସୁଖ ଦୁଃଖରେ ସାମିଲ ହେବା ବାସ୍ତବରେ ପ୍ରଶଂସନୀୟ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ