ETV Bharat / state

ବ୍ୟାଟେରୀ ଚାଳିତ ସାଇକଲ ତିଆରି କଲେ କଳାହାଣ୍ଡିର ଯୁବକ

author img

By

Published : Aug 29, 2021, 7:58 AM IST

ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସମୟରେ ବ୍ୟାଟେରୀ ଚାଳିତ ସାଇକେଲ ନିର୍ମାଣ କରି ଚର୍ଚ୍ଚାରେ କଳାହାଣ୍ଡିର ଜଣେ ଯୁବକ । ଅଧିକ ପଢନ୍ତୁ...

ବ୍ୟାଟେରୀ ଚାଳିତ ସାଇକଲ ତିଆରି କଲେ କଳାହାଣ୍ଡିର ଯୁବକ
ବ୍ୟାଟେରୀ ଚାଳିତ ସାଇକଲ ତିଆରି କଲେ କଳାହାଣ୍ଡିର ଯୁବକ

ଭବାନୀପାଟଣା: ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ବିଦ୍ୟୁତ କିମ୍ବା ବ୍ୟାଟେରୀ ଚାଳିତ ବାହାନ ପ୍ରତି ଆକୃଷ୍ଟ ହେବାକୁ ଲାଗୁଛନ୍ତି । ଏଭଳି ସମୟରେ କଳାହାଣ୍ଡି ଜିଲ୍ଲା ତୁଲାପଡା ଗାଁର ଯୁବକ ପିଣ୍ଟୁ ଭୋଇ ଏକ ଇଲେକ୍ଟ୍ରିକ ସାଇକେଲ ତିଆରି କରି ଚର୍ଚ୍ଚାର ବିଷୟ ପାଟଲିଛନ୍ତି ।

ଏହି ସାଇକେଲ ଉଦ୍ଭାବନ ପାଇଁ 12 ଭୋଲ୍ଟ ବ୍ୟାଟେରୀ ଓ 12 ଭୋଲ୍ଟ ଗ୍ରେଡ ମଟର ବ୍ୟବହାର କରିଛନ୍ତି ପିଣ୍ଟୁ । ଥରେ ବ୍ୟାଟେରୀ ଚାର୍ଜ ହେଲେ ଏହା 20 କିଲୋମିଟର ପର୍ଯ୍ୟନ୍ତ ଯାଇପାରିବାର କ୍ଷମତା ରଖିଛି । କିନ୍ତୁ ଏହା ଧିରେ ଧିରେ ଚାଲିବ । ତେବେ ବ୍ୟାଟେରୀ ଚାର୍ଜ ହେବାକୁ 2 ଘଣ୍ଟା ସମୟ ଲାଗିବ ବୋଲି କହିଛନ୍ତି ପିଣ୍ଟୁ ।

ତେବେ ପିଣ୍ଟୁ ପାଠପଢା ସାଙ୍ଗକୁ ଏକ ଇଲେକ୍ଟ୍ରିକାଲ ଦୋକାନରେ ମଧ୍ୟ କାମ କରନ୍ତି । ଏହି ବ୍ୟାଟେରୀ ଚାଳିତ ସାଇକେଲ ତିଆରି ପାଇଁ ଦୋକାନ ମାଲିକ ତାଙ୍କୁ ଉତ୍ସାହିତ କରିଥିବା ସେ କହିଛନ୍ତି । ପିଣ୍ଟୁଙ୍କ ଏହି ବ୍ୟାଟେରୀ ସାଇକେଲ ଦେଖିବାକୁ ଲୋକଙ୍କ ଗହଳି ଲାଗୁଥିବା ଦେଖିବାକୁ ମିଳୁଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.