ETV Bharat / state

ସମୟର ଖେଳ: ବାପା ଆରପାରିରେ, ଖେଳକୁଦ ବୟସରେ ପରିବାର ସମ୍ଭାଳୁଛି ଝିଅ

ବାପାର ଦେହାନ୍ତ ପରେ ମାଆର ପଣତ କାନିରେ ଘୋଡେଇ ହୋଇ ସାହାରା ନେଇଥିଲେ ୩ ଛୁଆ । ହେଲେ ସମୟ ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ କ୍ଷଣିକ ଭିତରେ ସବୁ ଓଲଟପାଲଟା ହୋଇଗଲା । ବାପାଙ୍କର ମୃତ୍ୟୁ ପରେ ଛୁଆଙ୍କୁ ଗୋଡରେ ଆଡେଇ ଘରୁ କୁଆଡେ ଚାଲିଗଲା ମାଆ । ଫଳରେ ୩ କୋମଳମତି ଶିଶୁ ଅନାଥ ଭଳି ଜୀବନ ବିତାଉଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବୋରଗୁଡା ଗାଁରେ ଏକ ହୃଦୟ ବିଦାରକ ଘଟଣା । ଅଧିକ ପଢନ୍ତୁ

author img

By

Published : Sep 8, 2022, 1:17 PM IST

କଁଅଳ ବୟସରେ ଅନାଥ ହେଇଗଲେ ୩ ଭଉଣୀ
କଁଅଳ ବୟସରେ ଅନାଥ ହେଇଗଲେ ୩ ଭଉଣୀ

ଭବାନୀପାଟଣା: ମଣିଷ ପରିସ୍ଥିତିର ଦାସ । କ୍ଷଣିକେ ସୁଖ କ୍ଷଣିକେ ଦୁଃଖ । କେତେବେଳେ ଯେ ମଣିଷ ଭାଗ୍ୟରେ କଣ ଘଟିବ ସେଇଟା ହିଁ ଭଗବାନ ନିର୍ଣ୍ଣୟ କରିଥାନ୍ତି । ବାପାର ଦେହାନ୍ତ ପରେ ମାଆର ପଣତ କାନିରେ ଘୋଡେଇ ହୋଇ ସାହାରା ନେଇଥିଲେ ୩ ଛୁଆ । ହେଲେ ସମୟ ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ କ୍ଷଣିକ ଭିତରେ ସବୁ ଓଲଟପାଲଟା ହୋଇଗଲା । ବାପାଙ୍କର ମୃତ୍ୟୁ ପରେ ଛୁଆଙ୍କୁ ଗୋଡରେ ଆଡେଇ ଘରୁ କୁଆଡେ ଚାଲିଗଲା ମାଆ । ଫଳରେ ୩ କୋମଳ ମତି ଶିଶୁ ଅନାଥ ଭଳି ଜୀବନ ବିତାଉଛନ୍ତି । ଫଳରେ ଦୁଇ ଭାଇଭଉଣୀଙ୍କୁ ମଣିଷ କରିବା ପାଇଁ ପାଠରେ ଡୋରି ପକାଇଛି ବଡଭଉଣୀ । ସ୍କୁଲ ଯିବା ବୟସରେ କଲମ ଖାତା ଧରି ପାଠ ପଢିବା ହାତରେ ଏବେ କୁଲିମଜୁରି କରି ୨ ଭାଇ ଭଉଣୀଙ୍କ ପେଟକୁ ଖାଦ୍ୟ ଯୋଗାଉଛି । ଦୁଇ ଭାଇ ଭଉଣୀଙ୍କୁ ମଣିଷ କରିବା ପାଇଁ ପାଠ ଛାଡି ଶ୍ରମିକ ସାଜିଛି ନାବାଳିକା ଜ୍ୟୋତ୍ସ୍ନା । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବୋରଗୁଡା ଗାଁରେ ।

କଁଅଳ ବୟସରେ ଅନାଥ ହେଇଗଲେ ୩ ଭଉଣୀ

ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ବୋରଗୁଡା ଗାଁର ଶ୍ୟାମ ମାଝୀ ଓ ସ୍ତ୍ରୀ ଲକ୍ଷ୍ମୀ ମାଝୀଙ୍କ ୩ ପୁଅ ଝିଅଙ୍କୁ ନେଇ ଗୋଟିଏ ସୁନ୍ଦର ସଂସାର ଥିଲା । ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ ହେଲେ ଦଇବ ସହିଲା ନାହିଁ । ଗତ ୬ ବର୍ଷ ତଳେ ଶ୍ୟାମ ମାଝୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆରପାରିକି ଚାଲିଗଲେ । ତାଙ୍କ ସ୍ତ୍ରୀ ୩ ଜଣ ଶିଶୁଙ୍କୁ ପ୍ରତିପୋଷଣ କରି ଆସୁଥିଲେ । ହେଲେ କୌଣସି କାରଣ ବଶତଃ ୩ ଛୁଆଙ୍କୁ ଛାଡି ମାଆ ଜଣକ କେଉଁଆଡେ ଚାଲିଗଲା । ମାଆ ଛାଡି ଚାଲିଗଲା ପରେ ୩ ଛୁଆ ଅନାଥ ଅବସ୍ଥାରେ ଏବେ ଜୀଵନ ଅତିବାହିତ କରୁଛନ୍ତି ।

ଆଉ ସେପଟେ ବାପା ମାଆଙ୍କ ପରେ ଏବେ ଭାଇ ଭଉଣୀଙ୍କ ପେଟକୁ ଦାନା ଯୋଗାଇବା ପାଇଁ ଜ୍ୟୋତ୍ସ୍ନା ପର ଘରେ ମୂଳଲାଗି ଭାଇ ଭଉଣୀଙ୍କ ପ୍ରତିପୋଷଣ କରୁଛନ୍ତି । ଜ୍ୟୋତ୍ସ୍ନା ମାଝୀ ପାଠ ପଢିବା ସମୟରେ ବାପା ଚାଲିଗଲେ ପରେ ପରେ ମାଆ କେଉଁଆଡେ ଗଲା ଯେ ଆଉ ଫେରିଲା ନାହିଁ ଶେଷରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଜ୍ୟୋତ୍ସ୍ନା ନିଜ ପାଠ ପଢ଼ାରେ ଡୋରି ବାନ୍ଧିଲେ ଆଉ ହାତରେ କଲମ ବଦଳରେ ଶ୍ରମିକ ସାଜିଲେ । ପଢ଼ିବାର ଇଛା ଥିବା ସତ୍ତ୍ୱେ ଗତ ଦୁଇବର୍ଷ ହେବ ପାଠ ଛାଡି ପରିବାର ପ୍ରତିପୋଷଣ ଦାୟିତ୍ୱ କାନ୍ଧରେ ନେଇଛନ୍ତି । ଦୁଇ ଭାଇ ଭଉଣୀଙ୍କୁ ପାଠ ପଢ଼ାଇ ଭଲ ମଣିଷ କରି ଗଢି ତୋଳିବା ପାଇଁ ସେ ନିଜ ସ୍ୱପ୍ନକୁ ଭୁଲି ଯାଇଛନ୍ତି । ସେପଟେ କୌଣସି ସରକାରୀ ସହାୟତା ମିଳିନଥିବା ବେଳେ ସରକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏମାନଙ୍କୁ ସହାୟକ ହେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଏନେଇ ଜୋତ୍ସ୍ନା କହିଛନ୍ତି ଯେ," ବାପା ମରିଗଲା ପରେ ମୁଁ ନିଜେ ପରିବାରର ବୋଝ ମୁଣ୍ଡାଉଛି । ଦୁଇ ଭାଇଭଉଣୀଙ୍କୁ ମଣିଷ କରିବା ପାଇଁ ମୁଁ ଶ୍ରମିକ ଭାବେ କାମ କରି ପରିବାର ଚଳାଉଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.