ETV Bharat / state

କର୍ତ୍ତବ୍ୟ ଓ କାମ ଦ୍ବାରା ବିକାଶରେ ସହଭାଗୀ ହୋଇପାରିବ ସାମ୍ବାଦିକ: ମୃଣାଳ ଚାଟାର୍ଜୀ - କଳାହାଣ୍ଡିର ସାମଗ୍ରିକ ବିକାଶରେ ସାମ୍ବାଦିକଙ୍କ ସହଭାଗିତା

କଳାହାଣ୍ଡିର ସାମଗ୍ରିକ ବିକାଶରେ ସାମ୍ବାଦିକଙ୍କ ସହଭାଗୀତା ଆଲୋଚନା ଚକ୍ର ଅନୁଷ୍ଠିତ । ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକମାନେ କିଭଳି କାର୍ଯ୍ୟ କରିବେ ସେ ନେଇ ପରାମର୍ଶ ଦେଲେ ଆଇଆଇଏମ୍‌ସି ଢେଙ୍କାନାଳର ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ । ଅଧିକ ପଢନ୍ତୁ

କର୍ତ୍ତବ୍ୟ ଓ କାମ ଦ୍ବାରା ବିକାଶରେ ଭାଗିଦାରୀ ହୋଇପାରିବ ସାମ୍ବାଦିକ: ମୃଣାଳ ଚାଟାର୍ଜୀ
କର୍ତ୍ତବ୍ୟ କରି ବିକାଶରେ ଭାଗିଦାରୀ ହୁଅନ୍ତୁ ସାମ୍ବାଦିକ
author img

By

Published : Sep 11, 2022, 5:11 PM IST

ଭବାନୀପାଟଣା: କଳାହାଣ୍ଡି ବିକାଶ ପରିଷଦ ତରଫରୁ କଳାହାଣ୍ଡିର ସାମଗ୍ରିକ ବିକାଶରେ ସାମ୍ବାଦିକଙ୍କ ସହଭାଗୀତା ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଶ୍ବବିଦ୍ୟାଳୟଠାରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍‌ସି ଢେଙ୍କାନାଳର ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକମାନେ କିଭଳି କାର୍ଯ୍ୟ କରିବେ ସେ ଦିଗରେ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ ।

କର୍ତ୍ତବ୍ୟ ଓ କାମ ଦ୍ବାରା ବିକାଶରେ ଭାଗିଦାରୀ ହୋଇପାରିବ ସାମ୍ବାଦିକ: ମୃଣାଳ ଚାଟାର୍ଜୀ

କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୃଣାଳ ଚାଟାର୍ଜୀ କହିଥିଲେ, "ଏହା ସହ ସାମ୍ବାଦିକ ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବା ସହିତ ସାମାଜିକ, ଅର୍ଥନୈତିକ, ଶୈକ୍ଷିକ, ବୌଦ୍ଧିକ ତଥା ସାଂସ୍କୃତିକ ବିକାଶ ଏବଂ ସେସବୁର ସଂରକ୍ଷଣ ଦିଗରେ ଉଭୟ ଜନସାଧାରଣ ଓ ପ୍ରଶାସନିକ କଳକୁ ଦିଗ୍‌ଦର୍ଶନ ପ୍ରଦାନ କରିବାରେ ବ୍ରତୀ ହେବା ଆବଶ୍ୟକ । ନିଜର ସାମ୍ବାଦିକତା କର୍ତ୍ତବ୍ୟ ଓ କାମ ଦ୍ବାରା ବିକାଶରେ ମଧ୍ୟ ସହଭାଗୀ ହୋଇପାରିବେ ସାମ୍ବାଦିକ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ତୃଣମୂଳ ସ୍ତରରେ ସ୍ଥିତି ଓ ସୁଯୋଗର ସନ୍ଧାନ କରି ସାମ୍ବାଦିକତା ସମାଜକୁ ବିକାଶ ପଥରେ ଆଗକୁ ନେଇପାରେ । ସରକାରଙ୍କ ନୀତି ଓ ଯୋଜନା ସଂପର୍କରେ ଲୋକମାନଙ୍କୁ ଜଣାଇବା ସହିତ ଲୋକମାନଙ୍କ ଆବଶ୍ୟକତାକୁ ସଠିକ ଭାବେ ଉପସ୍ଥାପନ କରି ସାମ୍ବାଦିକତା ଏକ ଯୋଗସୂତ୍ର ଭାବେ କାମ କରିପାରେ । ଏଥିପାଇଁ ସାମ୍ବାଦିକମାନେ ଉନ୍ନୟନମୁଖୀ ହେବାର ଆବଶ୍ୟକତା ରହିଛି । ଦୋଷତୃଟି ଦେଖିବା ଓ ଦେଖାଇବା ସହିତ ଉନ୍ନୟନ ବାଟ ଏବଂ ଉପାୟ ଦେଖାଇବା ସାମ୍ବାଦିକତାର କାମ ।'' ତେଣୁ ଏହା ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଆଲୋଚନାରେ ପ୍ରକାଶ କରିଥିଲେ ମୃଣାଳ ଚାଟାର୍ଜୀ ।

ଏହା ମଧ୍ୟ ପଢନ୍ତୁ-୨୦୦ ଟଙ୍କା ଦେଲେ ମିଳୁଛି ମାଟ୍ରିକ ସାର୍ଟିଫିକେଟ, ଅଭିଯୋଗ ଆଣିଲେ ଛାତ୍ର

ବରିଷ୍ଠ ସାମ୍ବାଦିକ ରାହାସବିହାରୀ ବେହେରା କହିଛନ୍ତି ଯେ, ''ସାମ୍ବାଦିକର କାମ ହେଲା ସତ୍ୟ ପ୍ରକାଶ କରିବା, ଏବଂ ସତ୍ୟ ପ୍ରକାଶକରିବା ସମୟରେ ବହୁ ଗୁରୁତ୍ବପବର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁଛି, ଏବଂ ସେଥି ମଧ୍ୟରୁ ଗୋଟିଏ ଶବ୍ଦର ଗୁରୁତ୍ବ ମଧ୍ୟ ବହୁତ ଅଛି, ଏବଂ ତାକୁ କାର୍ଯ୍ୟକାରୀ କରିବା ଭଳି ଲେଖା, ଶୈଳୀ ଏବଂ ମାଧୁର୍ଯ୍ୟ ଯଦି ରହିଲା ତେବେ ସରକାରଙ୍କ ଉପରେ ଆମେ ପ୍ରଭାବ ପକାଇ ପାରିବା, ସରକାର ମଧ୍ୟ ସାମ୍ବାଦିକର ଯେଉଁ ଖବର ଥିବ ତାପରେ ସେ ଗୁରୁତ୍ବ ଦେବାକୁ ବାଧ୍ୟ ହେବେ ।''

କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡ କହିଛନ୍ତି ଯେ, ''ସାମ୍ବାଦିକ ମାନେ ହେଉଛନ୍ତି ଗୋଟିଏ ଅଞ୍ଚଳର ମୁଖ୍ୟ ସ୍ବର, ସେମାନଙ୍କ ମାଧ୍ୟମରେ ହିଁ ସବୁ କଥା ସାଧାରଣ ଜନତାଙ୍କ ପାଖକୁ ଯାଇଥାଏ, ଆଉ ସାଧାରଣ ଜନତା ଯାହା ଅନୁଭବ କରୁଥାନ୍ତି, ବିଚାର କରୁଥାନ୍ତି ଜଣେ ସାମ୍ବାଦିକ ଆହୁରି ମଧ୍ୟ ଅଧିକରୁ ଅଧିକ ତଥ୍ୟ ସମ୍ବଳିତ କରିପାରିଥାଏ । ଏବଂ ସେମାନଙ୍କୁ ଆହୁର ଅଧିକ ତଥ୍ୟ ଦେଇପାରିଥାଏ । ଆଉ ସେଥିରୁ ଗୋଟିଏ ଅଞ୍ଚଳ ଉପକୃତ ହୋଇପାରିଥାଏ ।"

ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସାମ୍ବାଦିକମାନେ ନିଜ ନିଜର ମତ ଉପସ୍ଥାପନ କରିବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ରାହାସବିହାରୀ ବେହେରା ସ୍ଥାନୀୟ ସାମ୍ବାଦିକଙ୍କର ପ୍ରତିନିଧିତ୍ବ କରି ଆଲୋଚନା ଚକ୍ରର ସାରାଂଶ କହିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.