ETV Bharat / state

କଳାହାଣ୍ଡି ମହୋତ୍ସବ ଘୁମୁରା ଉଦଘାଟିତ, ଗାଁଠୁ ସହର ଉତ୍ସବ ମୁଖର

author img

By

Published : Jan 15, 2023, 9:00 AM IST

କଳାହାଣ୍ଡି ମହୋତ୍ସବ ଘୁମୁରା ୨୦୨୩ ଉଦଘାଟିତ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସାଂସଦ ବସନ୍ତ ପଣ୍ଡା । ଅଧିକ ପଢନ୍ତୁ

କଳାହାଣ୍ଡି ମହୋତ୍ସବ ଘୁମୁରା ଉଦଘାଟିତ
କଳାହାଣ୍ଡି ମହୋତ୍ସବ ଘୁମୁରା ଉଦଘାଟିତ
କଳାହାଣ୍ଡି ମହୋତ୍ସବ ଘୁମୁରା ଉଦଘାଟିତ

ଭବାନୀପାଟଣା: ଭବ୍ୟ ଆୟୋଜନ ସହ କଳାହାଣ୍ଡି ମହୋତ୍ସବ ଘୁମୁରା ୨୦୨୩ ଉଦଘାଟିତ ହୋଇଯାଇଛି । ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶଧାରାର ବାର୍ତ୍ତାବହ ଏହି ଲୋକ ମହୋତ୍ସବର ରୌପ୍ୟ ଜୟନ୍ତୀ ପାଳନ ପାଇଁ ଗାଁଠୁ ସହର ଉତ୍ସବ ମୁଖର ରହିଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ସମେତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷୁଧୀ ବାଗ, ସଦର ବିଧାୟକ ପ୍ରଦୀପ କୁମାର ନାଏକଙ୍କ ପ୍ରତିନିଧି ମନୋଜ ସାହୁ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଏସପି ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

କଳାହାଣ୍ଡି ମାଟିର ପ୍ରାଚୁର୍ଯ୍ୟତା ଓ ପରିପୂର୍ଣ୍ଣତା ସଂପର୍କରେ ସାରା ଦୁନିଆ ଦେଖିବା ଆରମ୍ଭ କଲାଣି । କଳାହାଣ୍ଡି ଆଜି ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଜନଜୀବନର ଅଗ୍ରଗତି ଭଳି ଏହି ଜିଲ୍ଲାର କଳା, ସଂସ୍କ୍ରୁତି ଓ ଐତିହ୍ୟ, ପରମ୍ପରାର ନିଖୁଣତା ବର୍ଷ ବର୍ଷ ଧରି ଦେଶ ଓ ବିଦେଶରେ ଆଦୃତ ହୋଇଆସିଛି । ଜିଲ୍ଲାର ପ୍ରତ୍ୟେକ ମଣିଷ ନିଜ ନିଜର ଆତ୍ମସମୀକ୍ଷା କରିବା ସହିତ ଜିଲ୍ଲା ପ୍ରତି ନିଜର ଯୋଗଦାନ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି । କଳାହାଣ୍ଡି ଉତ୍ସବ ଘୁମୁରା କେବଳ ଉତ୍ସବ ନୁହେଁ ବରଂ କଳା, ସଂସ୍କ୍ରୁତି, ଐତିହ୍ୟ ଏବଂ ପରମ୍ପରାର ମହାକୁମ୍ଭ ବୋଲି ଅନୁଷ୍ଠିତ କଳାହାଣ୍ଡି ଉତ୍ସବର ଉଦଘାଟନୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀର ସ୍ମରଣିକା 'କଳାଝରଣ' ଓ ଜିଲ୍ଲାସ୍ତରୀୟ କବି ସମ୍ମିଳନୀର ମୁଖପତ୍ର 'ନିଶାନ୍' କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହାସହିତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ୯ ଜଣ କୁନି ପ୍ରତିଭାଙ୍କ ସମେତ ଚାରିଜଣ ଘୁମୁରା କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦିନ ତମାମ୍ ଅନୁଷ୍ଠିତ ଘୁମୁରା ପ୍ରତିଯୋଗିତାର ତିନୋଟି ଘୁମୁରା ଦଳକୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶୁଭେନ୍ଦୁ ମହାପାତ୍ର ଓ ନମିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଘୁମୁରା, ବଜାଶାଲ, ଢେମସା, ସଖୀନାଚ, ବନାବାଡ଼ି, ମାନ୍ଦଲିଆ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ସହିତ ଆସାମର ବିହୁ, ଝାଡ଼ଖଣ୍ଡର ପାଇକିଆ, ମଧ୍ୟପ୍ରଦେଶର ବର୍ଦେଇ, ମହାରାଷ୍ଟ୍ରର ଲାବଣୀ, ରାଜସ୍ଥାନର ମାନିଂହାର ଓ କାଲବେଲିଆ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

ଶେଷରେ ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞାନ ଓଝା ଏବଂ ସାଥୀଙ୍କ ହାସ୍ୟ ଅଭିନୟକୁ ଲକ୍ଷାଧିକ ଦର୍ଶକ ବିଳମ୍ବିତ ରାତି ଯାଏଁ ଉପଭୋଗ କରିଥିଲେ । ପ୍ରଥମ ଦିନରେ ୩୫୫ରୁ ଅଧିକ ଷ୍ଟଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କଳାହାଣ୍ଡି ପୋଲିସ ପକ୍ଷରୁ ୭ ପ୍ଲାଟୁନ ପୁଲିସ ଫୋର୍ସ ସମେତ ଅଗ୍ନିଶମ ବିଭାଗ, ଏନସିସି କ୍ୟାଡ଼େଟ୍ ଓ ସ୍ବେଚ୍ଛାସେବୀମାନେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.