ETV Bharat / state

କଳାହାଣ୍ଡିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଅସ୍ତବ୍ୟସ୍ତ ଜୀବନ - kalahandi temperature rises to 44 degree celcius

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରବଳ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । କଳାହାଣ୍ଡିରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ତାପମାତ୍ରା ଏବେ 44 ଡିଗ୍ରୀ ଟପି ଥିବା ରେକର୍ଡ ହୋଇଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜୀବନ ଯାତ୍ରା

author img

By

Published : May 29, 2020, 3:05 PM IST

ଭବାନୀପାଟଣା: ଗୋଟେ ପଟେ ଲକଡାଉନ ଆଉ ଆର ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ମାର୍ଚ୍ଚ ମାସରୁ ହିଁ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ଏବେ ପୁଣି ଥରେ ସକାଳ ୧୧ ଠାରୁ ଦିନ ୫ ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । କଳହାଣ୍ଡିରେ ଏବେ ତାପମାତ୍ରା 44 ଡିଗ୍ରୀରୁ ଅଧିକ ରହୁଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜୀବନ ଯାତ୍ରା

ଫଳରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଘରୁ ବାହାରିବା ଏକ ରକମ ମୁସକିଲ ହୋଇପଡୁଛି । ଜରୁରୀ କାମ ଥିଲେ ହିଁ ଲୋକେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ କଳା ଚଷମା, ପାଣି ବୋତଲ ନେଇ ବାହାରକୁ ବାହାରିବା ଦେଖିବାକୁ ମିଳୁଛି ।

ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଦେଉଛି । ଶରୀରକୁ ଟିକେ ଆରାମ ଦେବା ପାଇଁ ଏବେ ସହରରେ ଥିବା ଫଳ ରସ ଦୋକାନରେ ଜମୁଛି ଲୋକଙ୍କ ଭିଡ଼ । ଏସବୁ ଭିତରେ ସମସ୍ତ ଜରୁରୀ କାଳୀନ ପରିସ୍ଥିତିର ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପୌର ନିର୍ବାହୀ ଅଧିକାରୀ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.