ଭବାନୀପାଟଣା: ଶିକ୍ଷାବିତ ଶିବରାମ ନାୟକ ପାଇଲେ ‘ଏସିଆ ପେସିଫିକ୍ ଏକ୍ସସିଲେନ୍ସସି ଆୱାର୍ଡ। ସାମାଜିକ ଉନ୍ନତିମୂଳକ ସଚେତନତା ତଥା ଅଞ୍ଚଳରେ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବାରେ ଶ୍ରେଷ୍ଠ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଗଲା।
ଭବାନୀପାଟଣାସ୍ଥିତ ସ୍ବାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିବରାମ ନାୟକ ‘ଏସିଆ ପେସିଫିକ୍ ଏକ୍ସସିଲେନ୍ସସି ଆୱାର୍ଡ ହାସଲ କରିଛନ୍ତି । ଦିଲ୍ଲୀର ଗୁରୁଗ୍ରାମର ଏକ ହୋଟେଲରେ ଏହି ସମ୍ମାନ ଦିଆଯାଇଛି। ଏହି ସମ୍ମାନ ସଭାରେ ମୁଖ୍ୟ ଅତିଥି ରୂପେ ବଲିଉଡ ନାୟିକା ଅମିଶା ପଟେଲ ଉପସ୍ଥିତ ଥିଲେ। ଏଥିସହ ଏସିଆ ପେସିଫିକ ଚାମ୍ବର ଅଫ୍ କମର୍ସ ନିର୍ଦ୍ଦେଶକ ଡ. ରାକେଶ ମିତଲ, ନିର୍ଦ୍ଦେଶକ ଏସିଆ ଆଫ୍ରିକା ଡେଭଲପମେଣ୍ଟ କାଉନସିଲ ଡ. ରିପୁ ରଞ୍ଜନ ସିଂହା ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏସିଆ ପେସିଫିକ ଚାମ୍ବର ଅଫ କମର୍ସ ଓ ଏସିଆ ଆଫ୍ରିକା ଡେଭଲପମେଣ୍ଟ କାଉନସିଲର ମିଳିତ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ