ଭବାନୀପାଟଣା: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କଳାହାଣ୍ଡି । ନଦୀ ନାଳ ଝରଣାକୁ ନେଇ ପରିଚିତ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଭରି ରହିଛି ଖଣିଜ ସମ୍ପଦ । ୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟକମ୍ପାନୀ ବେଦାନ୍ତ । ଆଦିବାସୀ ଆଞ୍ଚଳରେ କମ୍ପାନୀ ପ୍ରତିଷ୍ଠା ହେଲେ ଜିଲ୍ଲାର ଉନ୍ନତି ହେବ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । କରିଥିବା ବେଳେ ଖଣି ଖନନକୁ ବିରୋଧ କରି ସ୍ବାଭିମାନ ମଞ୍ଚର ପ୍ରତିବାଦ କରିଛି ।
ତେବେ ଜିଲ୍ଲାର ଉନ୍ନତି ପାଇଁ ବେଦାନ୍ତକୁ ଖଣି ଖନନ ପାଇଁ ଅନୁମତି ପ୍ରଦାନ ଦାବିରେ ସାଇନିଂ କଳାହାଣ୍ଡି ସଂଗଠନ ପକ୍ଷରୁ ଦାବି କରାଯାଇଥିବା ବେଳେ ଏହାକୁ ତୀବ୍ର ନିନ୍ଦା କରିଛି କଳାହାଣ୍ଡି ସ୍ବାଭିମାନ ମଞ୍ଚ । ବେଦାନ୍ତ ସହ ବିଭିନ୍ନ କମ୍ପାନୀମାନଙ୍କୁ ଖଣି ଖନନ ପାଇଁ ଅନୁମତି ମିଳିଲେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ। ଆଉ ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ବିକାଶ ହେବ। ଏହା ସରକାରଙ୍କ ଏକ ମନଗଢା ଗପ ବୋଲି ମଞ୍ଚ କହିଛି । କମ୍ପାନୀ କେବଳ ନିଜ ସ୍ବର୍ଥ ପାଇଁ ନୀରିହ ଲୋକଙ୍କ ଫାଇଦା ନେଉଛି ।
ତେବେ ପୂର୍ବରୁ ଖଣି ଖନନ ପାଇଁ ନିୟମଗିରିକୁ ବେଦାନ୍ତ ଚୟନ କରିଥିବା ବେଳେ ନିୟମଗିରି ପାହାଡ଼ରେ ବସବାସ କରିଥିବା ଅଧିବାସୀ ନିୟମଗିରିକୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ । ନିୟମଗିରି ସୁରକ୍ଷା ସମିତି ଆନ୍ଦୋଳନ ପୂର୍ବକ ଜାତୀୟ ଗ୍ରୀନ ଟ୍ୟୁବନାଲର ଦ୍ବାରସ୍ଥ ହୋଇଥିଲା । ଆଉ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିୟମଗିରି ସୁରକ୍ଷା ସମିତିର ସପକ୍ଷରେ ଯାଇ ଖଣି ଖନନ ଆବେଦନକୁ ରଦ୍ଦ କରିଥିଲେ । ଏହା ସହ ନିୟମଗିରିରେ ଖଣି ଖନନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିଲେ । ଗୋଟିଏ ପଟେ ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ବିକାଶ ହେବ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖୁଥିବା ବେଳେ ସେହି ପାହାଡ଼ରେ ଉପରେ ବସବାସ କରୁଥିବା ଅଧିବାସୀ ଏହାକୁ ବିରୋଧ କରିବାକୁ ଲାଗିଲେଣି ।
ଏବେ ବେଦାନ୍ତ ଭଳି ଅନେକ ବହୁ ରାଷ୍ଟ୍ରୀୟ କମ୍ପାନୀ ମାନଙ୍କର ନଜର ଜିଲ୍ଲାର ଅନ୍ୟ ବକ୍ସାଇଟ ଖଣି ଉପରେ ପଡିଛି । ଗୋଟିଏ ପଟେ ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ବିକାଶ ହେବ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖୁଥିବା ବେଳେ ସେହି ପାହାଡ଼ରେ ଉପରେ ବସବାସ କରୁଥିବା ଅଧିବାସୀ ଏହାକୁ ବିରୋଧ କରିବାକୁ ଲାଗିଲେଣି । ତେବେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଥିବା ବେଳେ ସରକାରଙ୍କ କମ୍ପାନୀ ପ୍ରୀତିକୁ ନିନ୍ଦା କରିଛନ୍ତି ।
ଇଟିଭି ଭାରତ, ଭବାନୀପାଟଣା