ETV Bharat / state

କଳାହାଣ୍ଡି ରାସ୍ତା ପାଲଟିଛି ଗାଈଗୁହାଳ - stray cattles creates traffic problem

ରାସ୍ତାରେ ବୁଲୁଛନ୍ତି ଗାଈ ପଲ । ବୁଲା ଗୋରୁ ଗାଈଙ୍କ ଭିଡ଼ ନେଇ ବଢୁଛି ଲୋକଙ୍କ ସମସ୍ୟା । ଅଧିକ ପଢ଼ନ୍ତୁ

କଳାହାଣ୍ଡି ରାସ୍ତା ପାଲଟିଛି ଗାଈଗୁହାଳ
କଳାହାଣ୍ଡି ରାସ୍ତା ପାଲଟିଛି ଗାଈଗୁହାଳ
author img

By

Published : Sep 5, 2022, 12:17 PM IST

Updated : Sep 5, 2022, 1:24 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ମୁଖ୍ୟ ରାସ୍ତା ପାଲଟିଛି ଗାଈଗୁହାଳ । ରାସ୍ତାରେ ଜମୁଛି ଗାଈପଲଙ୍କ ଭିଡ଼ । ଯୁଆଡେ ଦେଖିଲେ ବୁଲୁଛନ୍ତି ଗାଈ ପଲ । ଦିନ ତ ଦିନ ସନ୍ଧ୍ୟା ହେଲେ ଏହି ବୁଲା ଗୋରୁ ଗାଈଙ୍କ ଭିଡ଼ ବଢି ଯାଉଛି । ବୁଲା ଗୋରୁ ଗାଈ ଭିଡ଼ ନେଇ ବଢୁଛି ଲୋକଙ୍କ ସମସ୍ୟା । ସ୍ଥାନୀୟ ଘୋଡାଘାଟ ଛକ, ଷ୍ଟ୍ୟାଚୁ ଛକ, କଲେଜ ଛକ, ଗାନ୍ଧୀ ମାର୍ଗ, ଗୋଶାଲପଡ଼ା ଛକ, ଶକ୍ତିନାଗର ପଡା ରାସ୍ତାରେ ଶୋଇ ରହୁଛନ୍ତି ଗାଈଗୋରୁ । ଫଳରେ ଯାତାୟତ ସମୟରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଲୋକେ ।

କଳାହାଣ୍ଡି ରାସ୍ତା ପାଲଟିଛି ଗାଈଗୁହାଳ

ଏହି ସବୁ ଛକ ଗୁଡିକ ସହରର ମୁଖ୍ୟ ତଥା ଜନଗହଳିପୂର୍ଣ୍ଣ ସ୍ଥାନ । ଏହି ବାଟ ଦେଇ ଦୈନିକ ଶହଶହ ଲୋକ ବିଭିନ୍ନ କାମରେ ଯାତାୟତ କରନ୍ତି । ବହୁ ସଂଖ୍ୟାରେ ଗାଡ଼ି ମୋଟର ଚଳାଚଳ ହେଉଛି । ତେବେ ଦିନ ରାତି ଏଠାରେ ଗାଈ ଗୋରୁ ଛକ ଗୁଡ଼ିକୁ କବଜା କରି ରଖୁଥିବାରୁ ଯାତାୟତରେ ଅସୁବିଧା ହେଉଛି । ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି ।

ଯେଉଁଥିପାଇଁ ଉଭୟ ମଣିଷ ଓ ଗାଈଗୋରୁଙ୍କ ଜୀବନ ଯାଉଛି । ଗାଈଗୋରୁ ପାଳନ କରିଥିବା ସହରାଞ୍ଚଳର ଲୋକେ ନିଜ ନିଜ ଗାଈଗୋରୁ ଗୁହାଳରେ ରଖିବା ବଦଳରେ ବାହାରକୁ ଛାଡି ଦେଉଛନ୍ତି । ସେମାନଙ୍କ ପାଇଁ କୌଣସି କଟକଣା ଜାରି କରାଯାଉନାହିଁ । ଫଳରେ ଗାଈ ପଲ କେବଳ ଯେ ସହର ଭିତରେ ଏଭଳି ସମସ୍ୟା ସୃଷ୍ଟି କରୁଛନ୍ତି ତାହା ନୁହେଁ ବରଂ ୨୬-ନମ୍ବର ଜାତୀୟ ରାଜପଥ ଉପରେ ମଧ୍ୟ ଶୋଇ ରହୁଛନ୍ତି ।

ଯାହାଦ୍ବାରା ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି କେତେବେଳେ ଗାଈଗୋରୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷର ଜୀବନହାନୀ ହେଉଛି । ସହରରେ ବୁଲା ଗାଈଗୋରୁ ନିୟନ୍ତ୍ରଣ କରିବାକୁ କୌଣସି ପ୍ରକାର ଉଦ୍ୟମ ହେଉନାହିଁ । ସହରରେ କାଞ୍ଜିଆ ହୁଦା ନଥିବାରୁ ତାହା ସମ୍ଭବ ହୋଇପାରୁନାହିଁ । ଏନେଇ ପୌର ଅଧ୍ୟକ୍ଷାଙ୍କୁ ପଚାରିବାରୁ ତହସିଲଦାରଙ୍କ ସହ ଆଲୋଚନା କରାଯାଇଛି ।

କାଞ୍ଜିଆ ହୁଦା ପାଇଁ ୧୦ ଡିସମିଲ ଜାଗା ଯୋଗାଇ ଦେଇଛନ୍ତି । ଯଥାଶୀଘ୍ର ସେହି ଜମିରେ କାଞ୍ଜିଆହୁଦା ନିର୍ମାଣ କରାଯିବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି । ତେବେ ଯଦି କାଞ୍ଜିଆହୁଦା ନିର୍ମାଣ ନହେବ ତାହାଲେ ଆଗକୁ ବଡ଼ ସମସ୍ୟା ସୃଷ୍ଟି ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Sep 5, 2022, 1:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.