ETV Bharat / state

କଳାହାଣ୍ଡି ଏସପିଙ୍କୁ ଭାବବିହ୍ବଳ ବିଦାୟ ଦେଲେ ଜିଲ୍ଲାବାସୀ

author img

By

Published : May 6, 2022, 7:38 AM IST

ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ବଦଳି ଘୋଷଣା ପରେ କଳାହାଣ୍ଡି ଏସପିଙ୍କୁ ବ୍ରହ୍ମପୁରକୁ ବଦଳି କରାଯାଇଛି । ଡ଼. ଶ୍ରବଣ ବିବେକ ଦୀର୍ଘ ୧୬ ମାସ ଧରି କଳାହାଣ୍ଡି ଜିଲ୍ଲା ଏସପି ଭାବରେ କାର୍ଯ୍ୟ ତୁଲାଇ ଆସିଥିଲେ । ଅଧିକ ପଢନ୍ତୁ

କଳାହାଣ୍ଡି ଏସପିଙ୍କୁ ଭାବବିହ୍ବଳ ବିଦାୟ ଦେଲେ ଜିଲ୍ଲାବାସୀ
କଳାହାଣ୍ଡି ଏସପିଙ୍କୁ ଭାବବିହ୍ବଳ ବିଦାୟ ଦେଲେ ଜିଲ୍ଲାବାସୀ

ଭବାନୀପାଟଣା: ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ବଦଳି ଘୋଷଣା ପରେ କଳାହାଣ୍ଡି ଏସପିଙ୍କୁ ବ୍ରହ୍ମପୁରକୁ ବଦଳି କରାଯାଇଛି । ଡ଼. ଶ୍ରବଣ ବିବେକ ଦୀର୍ଘ ୧୬ ମାସ ଧରି କଳାହାଣ୍ଡି ଜିଲ୍ଲା ଏସପି ଭାବରେ କାର୍ଯ୍ୟ ତୁଲାଇ ଆସିଥିଲେ । ଜଣେ ୟଙ୍ଗ ଆଣ୍ଡ ଡାଇନାମିକ ଅଧିକାରୀ ଭାବରେ ଜିଲ୍ଲାବାସୀଙ୍କ ବିଶ୍ୱାସ ଭାଜନ ହୋଇପାରିଥିଲେ ଶ୍ରବଣ । ତାଙ୍କର ଯୋଗଦାନ ପରେ ଗଞ୍ଜେଇ ମାଫିଆଙ୍କ ଠାରୁ ଆରମ୍ଭ କରି ଚୋରି ଡକାୟତ ମାନଙ୍କ ମନରେ ଛନକା ପଶିଥିଲା । ଏହାସହ କୋଭିଡ ମହାମାରୀ ସମୟରେ ଆଇନଶୃଙ୍ଖଳା ସ୍ଥିତି ହେଉ କିମ୍ଭା ମାଣିକେଶ୍ୱରୀଙ୍କ ପବିତ୍ର ଛତ୍ର ଯାତ୍ରା ହେଉ ଲୋକଙ୍କୁ ସୁରକ୍ଷା ଯୋଗାଇ ବେଶ ଚର୍ଚ୍ଚାରେ ରହିଥିଲେ ଆଇପିଏସ ଡ଼ା ଶ୍ରବଣ ବିବେକ ।

ଏହାସହ ବିଗତ କିଛି ଦିନ ତଳେ ଦୁଇ ଆତ୍ମସମର୍ପଣ କରିଥିବା ମାଓବାଦୀ ରାମଦାସ ଓ କଲମଦେଇଙ୍କ ବିବାହ କରାଇ ରାଜ୍ୟରେ ଚର୍ଚ୍ଚା ସାଉଁଟିଥିଲେ ସେ । ତାଙ୍କର ବଦଳି ପରେ କଳାହାଣ୍ଡି ପୋଲିସ ବିଭାଗ ଆଇପିଏସ ଶ୍ରବଣ ବିବେକଙ୍କୁ ଗୁରୁବାର ବିଦାୟ ଭାବବିହ୍ବଳ ସମ୍ବର୍ଦ୍ଧନା ଦେଇଛି । ଜିଲ୍ଲା ପୋଲିସ ପକ୍ଷରୁ ଏସପିଙ୍କ ଆବାସିକ କାର୍ଯ୍ୟାଳୟରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି କଲେଜ ଛକ ଠାରେ ବାଣ ବଜାଇ ଡିଜେ ଲଗାଇ ଏସପିଙ୍କୁ କାନ୍ଧରେ ବସାଇ ଶୋଭାଯାତ୍ରା କରିଥିଲେ ପୋଲିସ କର୍ମୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.