ଭବାନୀପାଟଣା: କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ଗୁଳି ବିନିମୟ ନେଇ କଳାହାଣ୍ଡି ଏସପିଙ୍କ ପ୍ରେସମିଟ । ଏହା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯିବା ସହ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା କଳାହାଣ୍ଡି ଏସପି ବାତୁଳ ଗଙ୍ଗାଧର ସୂଚନା ଦେଇଛନ୍ତି ।
କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ଗତ ଦୁଇ ମାସ ମଧ୍ୟରେ ମାଓବାଦୀଙ୍କ ସହ ସାତ ଥର ଗୁଳିବିନିମୟ ହୋଇଛି । ଜାରକା ରିଜର୍ଭ ଜଙ୍ଗଲରେ ଗତ ୧୫ ଓ ୧୬ ତାରିଖରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ କଳାହାଣ୍ଡି ଏସପି କହିଛନ୍ତି । ଏହା ସହ ସର୍ଚ୍ଚ ଅପରେସନ ସମୟରେ ଗୋଟିଏ ଇନସାସ ରାଇଫଲ ସହ ୯ ଗୋଟି ଜୀବନ୍ତ ଗୁଳି ,୪ ଗୋଟି କିଟ ବ୍ୟାଗ, ଔଷଧ, ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଳି ବିନିମୟ ପରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିବା କଳାହାଣ୍ଡି ଏସପି ପ୍ରକାଶ କରିଛନ୍ତି ।
ସୂଚନାଥାଉକି କିଛି ଦିନତଳେ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ମାଓ ଅପରେସନରେ ୫ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଏସଓଜି ଯବାନ ଶହୀଦ ହୋଇଥିଲେ ।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ