କଳାହାଣ୍ଡି: ଭବାନୀପାଟଣା ସହର ସ୍ଥିତ ଓପନ ସେଲଟର ହୋମ (ମୁକ୍ତ ଆବାସ)ରୁ ୨ ଜଣ ନାବାଳିକା ନିଖୋଜ ଘଟଣାରର ପର୍ଦ୍ଦାଫାସ କରିଛି କଳାହାଣ୍ଡି ପୋଲିସ । ମୁକ୍ତ ଆବାସରୁ ୨ ନାବାଳିକା ହୋଇଥିଲେ ଅପହରଣ ।
ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେ କଳାହାଣ୍ଡି ପୋଲିସ ଦୀର୍ଘ ଏକ ମାସ ପରେ ଅପହରଣର ସୁରାଗ ପାଇ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜୟପାଟଣା ଅଞ୍ଚଳର ପୂର୍ଣ୍ଣ ଚନ୍ଦ୍ର ଛତ୍ରିଆ । ସେ ୨ ନାବାଳିକା ଙ୍କୁ ଅପହରଣ କରି କର୍ଣ୍ଣାଟକ ଓ ତାମିଲନାଡୁ ରାଜ୍ୟକୁ ଚାଲାଣ କରି ଉଭୟଙ୍କୁ ଇଟାଭାଟି ଓ ଟେଲରିଂ କରଖାନାରେ କାମ କରାଉଥିଲା ବୋଲି କଳାହାଣ୍ଡି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହା ସହ ମୁକ୍ତ ଆବାସର ପରିଚାଳନା ଦାୟିତ୍ବରେ ଥିବା ନେହେରୁ ସେବା ସଂଘର ସୁରକ୍ଷା ବ୍ୟବସ୍ଥା ଓ ଦାୟିତ୍ବ ହୀନତା ମଧ୍ୟ ପୋଲିସ ତଦନ୍ତରେ ଜଣାପଡିଛି ତେବେ ଏନେଇ ସଂପୃକ୍ତ ସଂସ୍ଥାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ