ETV Bharat / state

ଭିଜିଲାନ୍ସ ଜାଲରେ କଳାହାଣ୍ଡି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ

ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ାରେ ଜଳ ବିଭାଜିକା ଉନ୍ନୟନ ବିଭାଗର ସହକାରୀ ନିର୍ଦ୍ଦେଶକ । ୬୦ ହଜାର ଟଙ୍କା ସହ କର୍ମୀ ଙ୍କୁ ମାଗିଥିଲେ ଅତିରିକ୍ତ ସହକାରୀ ନିର୍ଦେଶକ ଅଧିକାରୀ। ଅଧିକ ପଢନ୍ତୁ

author img

By

Published : Jan 12, 2023, 10:51 PM IST

director of watershed
ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ

ଭବାନୀପାଟଣା: ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ାରେ ପଡ଼ିଲେ ସରକାରୀ ବାବୁ। ନିଜ କାର୍ଯ୍ୟାଳୟର ଅନ୍ୟ ଅଧିକାରୀଙ୍କଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ। କଳାହାଣ୍ଡି ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ ଜନୈକ ବ୍ୟକ୍ତଙ୍କଠାରୁ ଲାଞ୍ଚ ନେଉଥିଲେ । ଏହି ସମୟରେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ଏହାପରେ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।

ଭିଜିଲାନ୍ସ ବିଭାର ସୂଚନା ଅନୁଯାୟୀ ଲାଞ୍ଚ ନେଇ ଧରା ପଡ଼ିବା ପରେ ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ ତାଙ୍କର ବେହରାଗୁଡାରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ । କାର୍ଯ୍ୟରତ ସହକର୍ମୀଙ୍କଠାରୁ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦରମା ପ୍ରାୟ ୩ ଲକ୍ଷ ଟଙ୍କାର ବିଲ୍‌ କରାଇ ଦେବା ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସରକାରୀ ବାବୁ । ସହକର୍ମୀ ଜଣକ ଏହାକୁ ଭିଜିଲାନ୍ସ ବିଭାଗକୁ ଜଣାଇବା ସହ ଅତିରିକ୍ତ ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳଙ୍କ ଦାବି ମୁତାବକ ଟଙ୍କା ଦେଇଥିଲେ । ଭିଜିଲାନ୍ସ ବିଭାଗ ଅଧିକାରୀ ପୂର୍ବ ଯୋଜନା ଅନୁଯାୟୀ ସରକାରୀ ବାବୁ ଟଙ୍କା ନେବା ବେଳେ ମାଡ଼ି ବସିଥିଲେ ।

ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼଼ିବା ପରେ ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ ପ୍ରକ୍ରିୟାକୁ ଜାରି ରଖିଥିଲା ଭିଜିଲାନ୍ସ । ଅନ୍ୟପଟେ ସରକାରୀ ବାବୁଙ୍କୁ ଗିରଫ କରି ଭିଜିଲାନ୍ସ କାର୍ଯ୍ୟାଳୟ ରଖି ପଚରାଉଚରା କରୁଛି ଭିଜିଲାନ୍ସ ବିଭାଗ ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.