ଭବାନୀପାଟଣା: ସହିଦ ସପ୍ତାହକୁ ନେଇ ସଜାଗ କଳାହାଣ୍ଡି ପୋଲିସ । ମାଓ ଉପଦୃତ ଅଞ୍ଚଳରେ ହାଇ ଆଲର୍ଟ ଜାରୀ କରିଛି ଜିଲ୍ଲା ପୋଲିସ ପ୍ରଶାସନ । ଏନେଇ କଳାହାଣ୍ଡି ଏସପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି ।
ସରକାରଙ୍କ ମାଓ ଦମନନୀତିକୁ ନେଇ ପ୍ରତିବାଦ କରି ଆସୁଥିବା ମାଓ ସଂଗଠନ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଛି । ଏନେଇ ଜିଲ୍ଲାର ମାଓ ଅଧ୍ୟୁଷିତ ଅଞ୍ଚଳରେ ଫୋର୍ସ ମୁତୟନ କରି ସଜାଗ ଥିବା କଳାହାଣ୍ଡି ପୋଲିସ ସୂଚନା ଦେଇଛି । ତେବେ ସହିଦ ସପ୍ତାହକୁ ଦୃଷ୍ଟିରେ ଜିଲ୍ଲାରେ କୁମ୍ବିଂ ଅପରେସନ ଜାରି ରହିଥିବା ବେଳେ ମାଓ ଉପଦ୍ରୁତ ଅଞ୍ଚଳରେ ହାଇ ଏଲର୍ଟ ଜାରି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନକ୍ସଲ ମାନଙ୍କ ପକ୍ଷରୁ ଜିଲ୍ଲାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ