ETV Bharat / state

ଅସଲି ପୋଲିସ ହାତରେ ନକଲି ପୋଲିସ, ଖାକି ପୋଷାକରେ ଖେଳାଇ ଥିଲେ ଆତଙ୍କ - ଡକାୟତ ଗ୍ୟାଙ୍ଗ

ନିଦ ହଜାଇଥିବା ଏକ ୧୩ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ । ଅଧିକ ପଢନ୍ତୁ

dacoit gang arrested
ପୋଲିସ ପଞ୍ଝା ଡକାୟତ ଗ୍ୟାଙ୍ଗ
author img

By

Published : Jun 30, 2023, 2:16 PM IST

ପୋଲିସ ପଞ୍ଝା ଡକାୟତ ଗ୍ୟାଙ୍ଗ

ଭବାନୀପାଟଣା: କଳାହାଣ୍ଡି ପୋଲିସକୁ ସଫଳତା । ନିଦ ହଜାଇଥିବା ଏକ ୧୩ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ । ଯୋଜନା କରି ପୋଲିସ ପୋଷାକ ବ୍ୟବହାର କରି ଅନେକ ସୁନା ବ୍ୟବସାୟୀଙ୍କୁ ଲୁଟିବାର ଲାଗିଥିଲେ ଏହି ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ । ଶେଷରେ କଳାହାଣ୍ଡି ପୋଲିସ ହାବୁଡ଼ରେ ପଡି ଯାଇଛନ୍ତି ଚତୁର ଡକାୟତ ।

କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅଭିଳାଷ ଜି ଦେଇଥିବା ସୁଚନା ଅନୁଯାୟୀ ଗତ ୧୬ ତାରିଖ ଦିନ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଜକିଶୋର ନାଗ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କୁ କମ ଦରରେ ସୁନା ଯୋଗାଇ ଦେବା ସହ ଅଧା କିଲୋ ସୁନା ତାଙ୍କୁ ୧୩ ଲକ୍ଷ ଟଙ୍କାରେ ଦେବା ପାଇଁ କହି ଭବାନୀପାଟଣା ସହର ନିକଟକୁ ଡାକି ଥିଲେ । ସେହି ବ୍ୟକ୍ତି ଟଙ୍କା ନେଇ ଆସିବା ପରେ ତାଙ୍କୁ ସୁନା ବଦଳରେ ପ୍ରଥମେ ସୁନା ବାବଦକୁ ନେଇ ଆସିଥିବା ୧୩ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ମାରିଥିଲେ । ଏନେ ବ୍ୟକ୍ତି ଜଣକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି କଳାହାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅନେକ ତଥ୍ୟ ଓ ଅଭିଯୋଗ ପୋଲିସ ହାତରେ ଲାଗିଥିଲେ। ଏହି ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରିଥିଲା କଳାହାଣ୍ଡି ପୋଲିସ । ସମସ୍ତ ଅଭିଯୁକ୍ତମାନଙ୍କୁ ବଲାଙ୍ଗୀର ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏହି ଡକାୟତ ଗ୍ୟାଙ୍ଗ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ ବରଂ ଏମାନେ ନକଲି ସୁନା କାରବାର କରୁଥିବା ବେଳେ ଅନେକ ସମୟରେ ପୋଲିସ ଓ CRPFର ପୋଷାକ ପିନ୍ଧି ସୁନା ଯୋଗାଇ ଦେବା ପାଇଁ ଗ୍ରାମାଞ୍ଚଳର ସୁନା ବ୍ୟବସାୟୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଫୋନ କରି ବିଭିନ୍ନ ସ୍ଥାନକୁ ଡାକି ଲୁଟପାଟ କରୁଥିଲେ ।

ଏହା ବି ପଢନ୍ତୁ...ପୋଲିସ ପଞ୍ଝାରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ, 6 ଗିରଫ

ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୫ ଲକ୍ଷ ୭୪ ହଜାର ୫ ସହ ଟଙ୍କା ଜବତ କରାଯାଇଥିବା ବେଳେ ଡକାୟତି ବ୍ୟବହାର କରାଯାଇଥିବା ଗୋଟିଏ ବୁଲେଟ ବାଇକ, ଅସଲି ସୁନା ଗହଣା, ପ୍ରାୟ ୨ ସହ ଗ୍ରାମ ନକଲି ସୁନା,ଓ ମାରନସ୍ତ୍ର ସମେତ ନକଲି ପୋଲିସ ଓ CRPF ପୋଷାକକୁ ଜବତ କରିଛି ପୋଲିସ । ଗିରଫ ଆନ୍ତଃ ଜିଲ୍ଲା ଡକାୟତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଜକିଶୋର ନାଗ, ବିନୟ ସେଠ,ବବିଲୁ ରଣା, ଭବାନୀପାଟଣା ସହରର ଜାନୀଳା ହେମନ୍ତ କୁମାର, ସୁଶାନ୍ତ ନାଏକ, ମହେନ୍ଦ୍ର ମହତ, ମାନସ ବିଶି,ରବୀନ୍ଦ୍ର ନାଏକ,ସୁଦାମ ନାଏକ,ସାହନ୍ତ ନାଏକ, ସୁଜିତ ବାଗ, ଉମାଶଙ୍କର ତାଣ୍ଡି ଓ ଖିତିଶ ନାଏକ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.