ETV Bharat / state

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ନେଟୱାର୍କ, କଳାହାଣ୍ଡିର ବିକାଶରେ ସାଜୁଛି ବାଧକ

author img

By

Published : Jan 23, 2022, 2:47 PM IST

କଳାହାଣ୍ଡିର ଉପାନ୍ତ ଅଞ୍ଚଳରେ ଅପହଞ୍ଚ ହୋଇଛି ନେଟୱାର୍କ । ପାହାଡ ଚଢି ବଣବୁଦା ଡେଇଁ ନେଟୱାର୍କ ପାଇଁ ବୁଲୁଛନ୍ତି ଲୋକେ । କୋରୋନା ଯୋଗୁଁ ରାଜ୍ୟରେ ଅନଲାଇନ ପାଠପଢା ଚାଲିଥିବାବେଳେ ଏଥିରୁ ବଞ୍ଚିତ ହେଉଛନ୍ତି ଏହି ଆଦିବାସୀ ବଣମୁଲକର ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ନେଟୱାର୍କ, ବିକାଶରେ ସାଜୁଛି ବାଧକ

ଭବାନୀପାଟଣା: ସମ୍ପ୍ରତି ଇଣ୍ଟରନେଟ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଛି । ସରକାର ମଧ୍ୟ ଡିଜିଟାଲ ଇଣ୍ଡିଆ ସ୍ବପ୍ନ ପୂରଣ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି । ସରକାରୀ ଠୁ ବେସରକାରୀ ଯାଏଁ ସବୁଠି ପେପରଲେସ୍ କାର୍ଯ୍ୟ ପାଇଁ ଆହ୍ବାନ ଦେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ସିଙ୍ଗିଲ କ୍ଲିକ୍‌ରେ ସରୁଛି ବଡ ବଡ କାର୍ଯ୍ୟ । ସରକାର ଏପରି ଭାବେ ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖୁଥିବାବେଳେ କଳାହାଣ୍ଡି ଭଳି ଆଦିବାସୀ ଆଧ୍ୟୁଷିତ ଜିଲ୍ଲାରେ ଅନଲାଇନ ବ୍ୟବସ୍ଥାର ଚିତ୍ରପଟ୍ଟ ରହିଛି କିଛି ଭିନ୍ନ । ବହୁ ଉପାନ୍ତ ଅଞ୍ଚଳକୁ ଏବେ ବି ପହଞ୍ଚିପାରିନି ମୋବାଇଲ ସେବା ।

ସରକାରୀ ରିପୋର୍ଟ ଅନୁଯାୟୀ, ଜିଲ୍ଲାର ୩୧୦ ପଞ୍ଚାୟତରୁ ୪୬ଟି ପଞ୍ଚାୟତର ଶତାଧିକ ଗାଁକୁ ଆଦୌ ନେଟ୍‌ୱର୍କ ସୁବିଧା ମିଳୁନାହିଁ । ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରବଣ ଅଞ୍ଚଳକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମୋବାଇଲ ଟାୱାର ପ୍ରତିଷ୍ଠା କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର କଳାହାଣ୍ଡି ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପ୍ରଶାସନ ଓ BSNL କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୂଳ-ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର, କଲମପୁର ପ୍ରମୁଖ ଅଞ୍ଚଳର ଅଧିକାଂଶ ପଞ୍ଚାୟତରେ ବର୍ଷ ବର୍ଷ ଧରି ଲୋକେ ମୋବାଇଲ୍ ନେଟୱର୍କ ସମସ୍ୟା ଯୋଗୁଁ ନାକେଦମ୍ ହେଉଛନ୍ତି ।

ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଓ BSNL କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କରିବା ସତ୍ତ୍ବେ ମୋବାଇଲ ସେବା ସ୍ଵାଭାବିକ ହୋଇପାରୁନି । ଫଳରେ ଏହି ଚାରୋଟି ବ୍ଲକ୍‌ର ଶତାଧିକ ପଞ୍ଚାୟତରେ ବ୍ୟାଙ୍କିଂ ସେବା ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାମ ବାଧାପ୍ରାପ୍ତ ହେଉଛି ।

ସବୁଠୁ ପଛୁଆ ବ୍ଲକ୍ ଭାବେ ପରିଚିତ ଥୁଆମୂଳ ରାମପୁରରେ ନେଟ୍‌ୱାର୍କ ସମସ୍ୟା ଲାଗି ରହୁଥିବାରୁ କିଛି ପଞ୍ଚାୟତ ଅଞ୍ଚଳରେ ଲୋକେ ବିଚ୍ଛିନ୍ନାଞ୍ଚଳ ଭଳି ଜୀବନ ବିତାଉଛନ୍ତି । ଜିଲ୍ଲା ସଦର ମହକୁମାରୁ ୫୦ କିମି ଦୂରରେ ଥିବା ଏହି ବ୍ଲକ୍ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଚିର ଅବହେଳିତ ହୋଇଚାଲିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ସମାନ ଅବସ୍ଥା କଲମପୁର ବ୍ଲକ୍‌ରେ ମଧ୍ୟ ରହିଛି । ସେହିପରି ଗତ ଦୁଇ ବର୍ଷ ହେଲାଣି କୋରୋନା ଯୋଗୁଁ ଅନଲାଇନରେ ପାଠପଢା ଚାଲିଛି । ହେଲେ ସରକାର ଡିଜିଟାଲ୍ ଇଣ୍ଡିଆର ପରିକଳ୍ପନା କରୁଥିବାବେଳେ ଏହି ଉପାନ୍ତ ଅଞ୍ଚଳ ପିଲାଙ୍କ ପାଠପଢାରେ ବାଧକ ସାଜିଛି ନେଟୱାର୍କ । ଅନେକ ପିଲା ଡ୍ରପଆଉଟ୍ ମଧ୍ୟ ହୋଇସାରିଛନ୍ତି ।

ସେହିପରି ମାଓବାଦୀଙ୍କ କରିଡରରେ ଥିବା ଜିଲ୍ଲାର ମଦନପୁର ରାମପୁର ବ୍ଲକ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଧିକାଂଶ ପଞ୍ଚାୟତରେ ମୋବାଇଲ୍ ନେଟୱର୍କ ସମସ୍ୟା ଲାଗିରହିଛି । ଦେଶର ଏକ ବଡ଼ ଶିଳ୍ପାନୁଷ୍ଠାନ ଭାବେ ପରିଗଣିତ ବେଦାନ୍ତ ଆଲୁମିନା ରହିଥିବାବେଳେ ଲାଞ୍ଜିଗଡ଼ ବ୍ଲକର ଅନେକ ପଞ୍ଚାୟତରେ ମୋବାଇଲ ନେଟୱର୍କ ସେବା ସ୍ଵାଭାବିକ ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଗତ ୬ ତାରିଖରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ BSNL TDMଙ୍କ ସହିତ ଆଲୋଚନା କରି ଜିଲ୍ଲାରେ ୫୧୬ ଟି ମୋବାଇଲ ଟାୱାର ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଜିଲ୍ଲାରେ ଏବେ ଦୂର ସଞ୍ଚାର କ୍ଷେତ୍ରରେ ଏକ ପରିବର୍ତ୍ତନ ଆସିବା ନେଇ ଆଶା ସଞ୍ଚାର ହୋଇଛି ।

କଳାହାଣ୍ଡିରେ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.