ETV Bharat / state

ବଢୁଛି ଆକ୍ରାନ୍ତ ସଂଖ୍ୟା, ବ୍ୟାଙ୍କରେ ଭିଡ କହୁଛି କେତେ ସଚେତନ ରାଜ୍ୟବାସୀ

author img

By

Published : Jun 24, 2020, 8:37 PM IST

ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଘରେ ରହିବା ସହ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବାକୁ ନେଇ ସରକାର ଗୁରୁତ୍ବ ଦେଇଛନ୍ତି । ବ୍ୟାଙ୍କ ସାମ୍ନାରେ କୋରୋନାକୁ ନେଇ କେତେ ସଚେତନ ଲୋକେ ତାହା ଜଣାପଡୁଛି । ଅଧିକ ପଢନ୍ତୁ...

kalahandi-people-did-not-obey-the-covid19-guideline
ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ଲୋକେ ମନୁନାହାନ୍ତି ସାମାଜିକ ଦୂରତ୍ବ

ଭବାନୀପାଟଣା: ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଭାଇରସ ପ୍ରଭାବକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ସରକାର । ଦେଶରେ ଚତୁର୍ଥ ପର୍ଯାୟ ଲକଡାଉନ ଘୋଷଣା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ସବୁ ନିଆଯାଇଛି । ଲୋକଙ୍କ ଆବଶ୍ୟକତାକୁ ଦେଖି କିଛି ମାତ୍ରାରେ ଦୋକାନ ବଜାର ସହ ବ୍ୟାଙ୍କ ପ୍ରତିଷ୍ଠାନମାନ ଖୋଲା ରହୁଥିବା ବେଳେ ଲୋକେ ଆଉ ପୂର୍ବ ପରି ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳୁଛି ।

କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢିଚାଲିଥିବା ବେଳେ ଘରେ ରହିବା ସହ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବାକୁ ନେଇ ସରକାର ଗୁରୁତ୍ବ ଦେଇଛନ୍ତି । ହେଲେ ବ୍ୟାଙ୍କ ସାମ୍ନାର ଏ ଦୃଶ୍ୟ ହିଁ ବୟାନ କରୁଛି ମାସ୍କ ପିନ୍ଧା ମଣିଷମାନେ କେତେ ସଚେତନ । ସାମାଜିକ ଦୂରତ୍ବ କଥା ପଛେ ଥାଉ ଗୋଟିଏ ପାଖେ ଗହଳି କରି କିଏ ରୁଣ୍ଡ ହୋଇ ବସିଛି ତ ଆଉ କେତେ ଜଣ ଗେଟ ସାମ୍ନାରେ ଠେଲାପେଲା ହୋଇ ଯିବା ଆସିବା କରୁଛନ୍ତି । ଯାହା ପରୋକ୍ଷରେ ରୋଗ ସଂକ୍ରମଣର କାରଣ ବି ସାଜିପାରେ । ଯଦିଓ ଏଯାଏଁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହୁଛି ତେବେ ଏଭଳି ସ୍ଥିତି ଆସନ୍ତା ଦିନରେ ରୋଗୀ ସଂଖ୍ୟା ବୃଦ୍ଧି ସହ ଗୋଷ୍ଠୀ ସଂକ୍ରମଣର କାରଣ ବି ସାଜିପାରେ । ଏନେଇ ପ୍ରଶାସନିକ ପଦକ୍ଷେପ ସହ ଲୋକେ ସଚେତନ ହେବା ଜରୁରୀ ହୋଇପଡିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.