ETV Bharat / state

ଛାଡଖାଇ ପାଳୁଛି କଳାହାଣ୍ଡି, ଆମିଷ ବଜାରରେ ପ୍ରବଳ ଭିଡ

author img

By

Published : Nov 9, 2022, 1:17 PM IST

ଆଜି ଛାଡଖାଇରେ ଚଳଚଞ୍ଚଳ ଆମିଷ ବଜାର । ଭବାନୀପାଟଣାରେ ମାଛ ଓ ମାଂସ ବଜାରରେ ଲୋକଙ୍କ ଖଚାଖଚ୍ ଭିଡ । ଅଧିକ ପଢନ୍ତୁ

ଛାଡଖାଇ ପାଳୁଛି କଳାହାଣ୍ଡି, ଆମିଷ ବଜାରରେ ପ୍ରବଳ ଭିଡ
ଛାଡଖାଇ ପାଳୁଛି କଳାହାଣ୍ଡି, ଆମିଷ ବଜାରରେ ପ୍ରବଳ ଭିଡ

ଭବାନୀପାଟଣା: ସରିଛି ଧର୍ମର ମାସ କାର୍ତ୍ତିକ । ଆଜି ଛାଡଖାଇ(Chhadakhai) ପାଳୁଛି ସାରା ଓଡିଶା । ବୁଧବାରରେ ଛାଡଖାଇ ପଡିଥିବାରୁ ଆମିଷ ବଜାର ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମାସେ ହେଲା ପାଟିରେ ଆମିଷ ବାଜି ନଥିବାରୁ ମାଛ ମାଂସ ପାଇଁ ବଜାରରେ ନାହିଁ ନଥିବା ଗହଳି ଲାଗିଛି । ସକାଳୁସକାଳୁ ଭବାନୀପାଟଣା ସହରର ମାଛ ଓ ମାଂସ ବଜାରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳୁ ବ୍ୟବସାୟୀ ମାଛ, ମାଂସ ସାଙ୍ଗକୁ ଚିଙ୍ଗୁଡି, କଙ୍କଡା ପସରା ମେଲାଇ ବସିଛନ୍ତି । ଛାଡଖାଇ ଯୋଗୁଁ ବିଶେଷକରି ମାଛ ଓ ମାଂସ ଦର ଆକଶ ଛୁଆଁ ହୋଇଛି । ତେବେ ଚଢା ଦର ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହାମଧ୍ୟ ପଢନ୍ତୁ: କଟକରେ ଛାଡ଼ଖାଇ ମାଡ, ଉଠୁଛି ପଡୁଛି ଆମିଷ ବଜାର

ବୁଧବାର ଆମିଷ ବାରରେ ଛାଡଖାଇ ପଡୁଥିବାରୁ ବଜାରରେ ଅତ୍ୟଧିକ ଗହଳି ଲାଗିବାର ଆଶା କରାଯାଉଥିଲା । ଆଜି ଛୋଟ ବଡ ସବୁ ଆମିଷ ବଜାରରେ ଆଶାନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି । ଲୋକଙ୍କ ଭିଡ ଯେମିତି, ମାଛ ଓ ମାଂସ ଦର ମଧ୍ୟ ସେମିତି ରହିଛି । ଛେଳି ମାଂସ କିଲୋପ୍ରତି ୬୫୦ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡି ୫୦୦, ମାଛ ୨୦୦ରୁ ୨୫୦ ଟଙ୍କା ରହିଛି । ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ମାସେ ହେଲା ବେପାର ମାନ୍ଦା ଥିବାରୁ ଆଜି ଟିକେ ଭଲ ବେପାର ଆଶାରେ ରହିଛନ୍ତି ବେପାରୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.