ETV Bharat / state

ପୁଣି ଦାଦନ ଦୁଃଖ, ତାମିଲନାଡୁରେ ଗୋଟିଏ ପରିବାରର ୬ ଜଣଙ୍କୁ ବନ୍ଧକ ରଖିଲା ଇଟାଭାଟି ମାଲିକ

କଳାହାଣ୍ଡି ଦାଦନ ଶ୍ରମିକଙ୍କ କରୁଣ କାହାଣୀ ସମ୍ନାକୁ ଆସିଛି। ତାମିଲନାଡୁର ବୀରାକୁପମ ନିକଟରେ ବନ୍ଧକ ପଡିଛନ୍ତି କଳାହାଣ୍ଡି ଦାଦନ ଖଟିବାକୁ ଯାଇଥିବା ପରିବାର । ଅଧିକ ପଢ଼ନ୍ତୁ

ଦାଦାନ ଖଟିବାକୁ ଯାଇ ବନ୍ଧକ ପଡିଲେ  ଗୋଟିଏ ପରିବାରର ୬ ସଦସ୍ୟ

author img

By

Published : Mar 10, 2023, 6:23 PM IST

ଦାଦାନ ଖଟିବାକୁ ଯାଇ ବନ୍ଧକ ପଡିଲେ ଗୋଟିଏ ପରିବାରର ୬ ସଦସ୍ୟ

କଳାହାଣ୍ଡି: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇ ପଡିଲେ ବନ୍ଧକ । ଦଲାଲର ପ୍ରଲୋଭନରେ ପଡି ନିର୍ଯାତନାର ଶିକାର ହେଲେ କଳାହାଣ୍ଡିର ଗୋଟିଏ ପରିବାରର ୬ ସଦସ୍ୟ । ଟଙ୍କା ରୋଜଗାର ପାଇଁ ଦାଦନ ଖଟିବାକୁ ଯାଇଥିବା ପରିବାରକୁ ବନ୍ଧକ ରଖିଛି ମାଲିକ । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି । କେତେବେଳେ ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇ କିଏ ପଙ୍ଗୁ ହୋଇ ଫେରୁଛି ତ ପୁଣି ଆଉ କାହାର ଫେରୁଛି ମୃତଦେହ । ଗତ ୪ ଦିନ ମଧ୍ୟରେ ଜିଲ୍ଲାକୁ ଦୁଇଜଣ ଦାଦନ ଶ୍ରମିକଙ୍କ ମୃତଦେହ ନିଜ ଭିଟାମାଟିକୁ ଫେରିଥିବା ବେଳେ ଦାଦନ ପ୍ରଥାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରଚେଷ୍ଟା ଫେଲ ମାରିଛି ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିସର ଗାଁରୁ ଗୋଟିଏ ଶ୍ରମିକ ପରିବାର ତାମିଲନାଡୁର ବୀରାକୁପମ ନିକଟରେ ବନ୍ଧକ ପଡିଥିବା ଜଣାପଡିଛି । ଗାଁର ଜଣେ ଦାଦନ ଦଲାଲଙ୍କ କଥାରେ ପଡି ୭ ମାସ ତଳେ ପରିବାର ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେମାନେ ଏକ ଇଟାଭାଟିରେ ନିୟୋଜିତ ଥିଲେ । ତେବେ ଦଲାଲ ଜଣକ ଇଟାଭାଟି ମାଲିକଠାରୁ ଟଙ୍କା ଧରି ଚମ୍ପଟ ମାରିଥିବାରୁ ଉକ୍ତ ଶ୍ରମିକମାନଙ୍କୁ ଇଟାଭାଟି ମାଲିକ ଟଙ୍କା ନଦେଇ ଏବେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଦାଦନ ଶ୍ରମିକ। ଏବେ ଉକ୍ତ ୬ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଭିଡିଓ ଜରିଆରେ ନିବେଦନ କରିଛନ୍ତି ପରିବାର ଲୋକେ ।

କାମ କରିବା ପରେ ପାରିଶ୍ରମିକ ଦେଉନଥିବା ବେଳେ ଖାଇବାକୁ ମଧ୍ୟ ଦେଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତେବେ ଏକ କୋଠରୀରେ ବନ୍ଦ କରି ରଖୁଥିବାରୁ ଭୋକ ଶୋଷରେ ରହି ଏହି ଶ୍ରମିକମାନେ ସେଠାରେ ବନ୍ଧାପଡିଛନ୍ତି । ସେହିପରି ସେଠାରୁ ଉଦ୍ଧାର କରିବା ପାଇଁ କାନ୍ଦିକାନ୍ଦି ଏକ ଭିଡିଓବାର୍ତ୍ତା ଜରିଆରେ ନିବେଦନ କରୁଥିବା ଭିଡିଓ ଭାଇରାଲ ହୋଇଛି। ସେଠାରେ ଚିଙ୍ଗୁଡ଼ିସର ଗାଁର ମନ ଶବର, ଗୋପୀ ଶବର, ତାରା ଶବର, ସନେତ ଶବର, ଉକିଆ ଶବର ଓ ସଞ୍ଜିତ ଶବର ଗୋଟିଏ ପରିବାରର ୬ଜଣ ସଦସ୍ୟ ରହିଥିବା ଜଣାପଡିଛି । ଏଥରେ ମହିଳା ଓ ଛୋଟ ଛୁଆ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।

ପେଟପାଟଣା ଆଶାରେ ଗରୀବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏମିତି ଘଟଣା ପ୍ରତ୍ୟେକ ଦିନ ଗଣମାଧ୍ୟମର ଶିରୋନାମା ପାଳଟୁ ଥିବା ବେଳେ ଏବେ ପୁଣି ସେହି ଦାଦନ ଦୁଃଖର ଘଟଣା ସାମ୍ନାକୁ ଆସିଛି ଦାଦନ ଖଟିବାକୁ ଯାଇ ଏବେ ପରିବାର ବନ୍ଧକ ପଡ଼ିଛନ୍ତି । ସରକାର ଗରିବ ଖଟିଖିଆଙ୍କୁ ୧୦୦ ଦିନର କର୍ମ ନିଯୁକ୍ତି ଯୋଗାଇ ଦେଉଥିବା କଥା କହୁଥିବା ବେଳେ ତୃଣମୂଳସ୍ଥରର ସରକାରୀ ଯୋଜନାର ସଠିକ ରୂପାୟନ ହୋଇପାରୁ ନାହିଁ । ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.