ETV Bharat / state

ବଦଳିଲା କଳାହାଣ୍ଡି ମେଡ଼ିକାଲ କଲେଜ ନାଁ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଆଦିବାସୀ ସଂଘ - ରେଣ୍ଡୋ ମାଝୀଙ୍କ ନାଁରେ ହେଲା କଳାହାଣ୍ଡି ମେଡ଼ିକାଲ କଲେଜ

କଳାହାଣ୍ଡି ମେଡ଼ିକାଲ କଲେଜକୁ ଆଦିବାସୀ ସର୍ଦ୍ଦାର ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରାଗଲା । ଦୀର୍ଘ ବର୍ଷର ଦାବି ପୂରଣ ହୋଇଥିବା ଯୋଗୁଁ ଜିଲ୍ଲା ଆଦିବାସୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

kalahandi medical collage
କଳାହାଣ୍ଡି ମେଡ଼ିକାଲ କଲେଜ
author img

By

Published : Jun 7, 2023, 7:53 AM IST

କଳାହାଣ୍ଡି ମେଡ଼ିକାଲ କଲେଜ

ଭବାନୀପାଟଣା: ଆଦିବାସୀ ସର୍ଦ୍ଦାର ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ ହୋଇଛି କଳାହାଣ୍ଡି ମେଡ଼ିକାଲ କଲେଜ । ଗତ ସୋମବାର କଲେଜର ନାମ ପରିବର୍ତ୍ତନ କରି ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରିବାକୁ ଘୋଷଣା କରିଥିଲେ । ଏହାକୁ ନେଇ ସମଗ୍ର ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଆଦିବାସୀ ସଂଘ ମଧ୍ୟ ଖୁସି ପ୍ରକଟ କରିଛି । କଲେଜର ନାମ ପରିବର୍ତ୍ତନ କରି ରେଣ୍ଡୋ ମାଝୀଙ୍କ ନାମ ରଖିବାରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆଦିବାସୀ ସଂଘର ସଭାପତି ପ୍ରକାଶ ମାଝୀ, ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ଋତୁରାଜ ମାଝୀଙ୍କ ସମେତ ଅନେକ ବରିଷ୍ଠ ଆଦିବାସୀ ନେତା ସାମିଲ ହୋଇଥିଲେ । ମେଡ଼ିକାଲ କଲେଜର ନାମକରଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି, " ଦୀର୍ଘ ଦିନରୁ ଜିଲ୍ଲାବାସୀ କଳାହାଣ୍ଡି ମେଡ଼ିକାଲ କଲେଜକୁ ଆଦିବାସୀ ସର୍ଦ୍ଦାର ଶହୀଦ ରେଣ୍ଡୋ ମାଝୀଙ୍କ ନାଁମରେ ନାମିତ କରିବା ପାଇଁ ଦାବି କରି ଆସୁଥିବା ବେଳେ ବର୍ତ୍ତମାନ ଏହା ପୂରଣ ହୋଇଛି । କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି। "

ଅନ୍ୟପଟେ ଥୁଆମୂଳ ରାମପୁର ଠାରେ ଏକ ଆଦିବାସୀ ବିଦ୍ୟାଳୟ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ଆଦିବାସୀ ବିଦ୍ୟାଳୟ ମୟୂରଭଞ୍ଜ ଜିଲ୍ଲାକୁ ସ୍ଥାନାନ୍ତର ହୋଇଛି । ଯାହାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଜିଲ୍ଲା ଆଦିବାସୀ । କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ବିଦ୍ୟାଳୟ କରିବାକୁ ସଂଘ ଦାବି କରିଛି । ସେହିପରି ନକଲି ଆଦିବାସୀଙ୍କୁ ଚିହ୍ନଟ କରିବା ପାଇଁ ଆସନ୍ତା ଦିନରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ଆଦିବାସୀ ସଂଘର ସଭାପତି ।

ସୂଚନା ଥାଉକି, ୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସରକାରୀ ମେଡିକାଲ କଲେଜପାଇଁ ଶିଳାନ୍ୟାସ କରାଯାଇଥିଲା । ବର୍ତ୍ତମାନ କଲେଜ ପାଇଁ କୋଠା ନିର୍ମାଣ ସରିଥିବା ବେଳେ ଟିଚିଂ ହସ୍ପିଟାଲ ନିମନ୍ତେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଟିଚିଂ ହସ୍ପିଟାଲ ନିର୍ମାଣ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଅସ୍ଥାୟୀ ଭାବରେ ଟିଚିଂ ହସ୍ପିଟାଲ ନିର୍ମାଣ ହୋଇଛି । ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଥିବା ବେଳେ ଡାକ୍ତରୀ ପଢ଼ିବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.