ଭବାନୀପାଟଣା: ବଜାର ଉପରେ ହୋଇଛି ମହଙ୍ଗା ମାଡ଼ । ଗ୍ୟାସଠାରୁ ଆରମ୍ଭ କରି ତେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନଜୀବିକା ଉପରେ ବେଶ ପ୍ରଭାବ ପକାଇଛି । ଆଜି (ସୋମବାର) ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ କଳାହାଣ୍ଡି ମହିଳା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ଦର ଉପରେ ରୋକ ଲଗାଇବା ଲାଗି ସେମାନେ ଦାବି କରିଛନ୍ତି ।
ମହିଳା କଂଗ୍ରେସ ଭବାନୀପାଟଣା ଘୋଡାଘାଟ ଛକରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ । ମହିଳା କଂଗ୍ରେସ କର୍ମୀମାନେ ଗ୍ୟାସ ସିଲିଣ୍ଡର ରଖି ଏହା ସମ୍ମୁଖରେ କାଠ ଜାଳି ପ୍ରତିବାଦ କରିଛନ୍ତି । ଯଥାଶୀଘ୍ର ସରକାର ଅହେତୁକ ଦର ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ଦାବି କରିଛି ମହିଳା କଂଗ୍ରେସ ।
ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାର ଅନେକ ମହିଳା କଂଗ୍ରେସର କର୍ମକର୍ତ୍ତା ମାନେ ସାମିଲ ହୋଇ ପ୍ରତିବାଦ କରିଥିଲେ । ମହଙ୍ଗା ମାଡ଼କୁ ନେଇ ବିଭିନ୍ନ ସମୟରେ ରାଜନୈତିକ ଦଳ ପ୍ରତିବାଦ କରି ଆସୁଥିବା ବେଳେ ଏବେ ମହିଳା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରି ଏହାର ପ୍ରତିବାଦ କରିଛି ।
ଇଟିଭି ଭାରତ, କଳାହାଣ୍ଡି