ଭବାନୀପାଟଣା: ଦୀର୍ଘ ୧୦ ମାସ ପରେ ଖୋଲିଲା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କ ମନ୍ଦିର। ପ୍ରଥମେ ଦର୍ଶନ କରୁଛନ୍ତି ଭବାନୀପାଟଣାବାସୀ । କୋଭିଡ ଗାଇଡ଼ ଲାଇନ ସହ ମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।
ମା'ଙ୍କ ଦର୍ଶନ ପାଇଁ ସକାଳୁ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ପ୍ରବେଶ ପାଇଁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ ସମୟରେ ମାକ୍ସ, ଥର୍ମାଲ ଚେକିଂ ଓ ସାମାଜିକ ଦୂରତା ଭଳି ପଦକ୍ଷେପ ଗୁଡିକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ସେପଟେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି।
ତେବେ ମା'ଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିଥିଲେ ମଧ୍ୟ ମନ୍ଦିର ଭିତରକୁ ଧୂପ ,ଦୀପ ,ଫୁଲ, ନୈବେଦ୍ୟ ଆଦି ନେଇପାରିବେ ନାହିଁ । କୋଭିଡ କଟକଣା ଯୋଗୁଁ ବେଢ଼ା ଦର୍ଶନ ଏବଂ ମନ୍ଦିରର ଗମ୍ଭୀରା ପ୍ରବେଶକୁ ନିଷିଦ୍ଧ କରାଯାଇଛି। ସେପଟେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କେବଳ ଭବାନୀପାଟଣାବାସୀ ମାଣିକେଶ୍ଵରୀଙ୍କ ଦର୍ଶନ କରିପାରିବେ । ୧୬ ତାରିଖରୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ମା' ଙ୍କ ଦର୍ଶନର ସୁଯୋଗ ପାଇବେ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ