ETV Bharat / state

କମ୍ପାନୀର ତାଡନାରେ ବିସ୍ଥାପିତ ଛଟପଟ

କଳାହାଣ୍ଡି ଜିଲ୍ଲାକୁ ବେଦାନ୍ତ କମ୍ପାନୀ ପାଦ ଦେବାର ଆଜକୁ ୧୬ ବର୍ଷ ବିତିଯାଇଛି ଆଉ ସବୁ ଆଶା ଆଶାରେ ହିଁ ରହିଯାଇଛି । ଆଜି କମ୍ପାନୀରେ ଆଲୁମିନା ଉତ୍ପାଦନ ଚାଲିଛି ସେପଟେ କିନ୍ତୁ ବିସ୍ଥାପିତ କମ୍ପାନୀର ତାଡନାରେ ଛଟପଟ । ନାଁ ଅଛି ଜମିବାଡି ନାଁ ଅଛି ଘରଦ୍ବାର ।

author img

By

Published : Aug 12, 2019, 5:52 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: କମ୍ପାନୀ ଆସିଛି ଆମର ବିକାଶ ହେବ । ନିଯୁକ୍ତି ସହ ରୋଜଗାର ବଢିବ । ସାମାଜିକ ସ୍ଥିତିରେ ସୁଧାର ଆସିବ । ଏମିତି କିଛି ଆଶା ନେଇ କମ୍ପାନୀ ହାତରେ ସବୁକିଛି ଟେକି ଦେଇ ବିସ୍ଥାପିତ ଏବେ ବେସାହାରା । କଳାହାଣ୍ଡି ଜିଲ୍ଲା କୁ ବେଦାନ୍ତ କମ୍ପାନୀ ପାଦ ଦେବାର ଆଜକୁ ୧୬ ବର୍ଷ ବିତିଯାଇଛି ଆଉ ସବୁ ଆଶା ଆଶାରେ ହିଁ ରହିଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିଜମା ରାଜ୍ୟ ସରକାର ଯୋଗାଇ ଦେଲେ । ଆଉ ବିସ୍ଥାପିତ ହେଲା ଅନେକ ଗାଁ । ଆଜି କମ୍ପାନୀରେ ଆଲୁମିନା ଉତ୍ପାଦନ ଚାଲିଛି ସେପଟେ କିନ୍ତୁ ବିସ୍ଥାପିତ କମ୍ପାନୀର ତାଡନାରେ ଛଟପଟ । ନାଁ ଅଛି ଜମିବାଡି ନାଁ ଅଛି ଘରଦ୍ବାର । ଏମିତି କିଛି ଅଭିଯୋଗ ଆସିଥିଲା ଆରପିଡିଏସି ବୈଠକରେ ।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ର ଅଷ୍ଟମ ଆରପିଡିଏସି ବୈଠକ । ଏଥିରେ କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ସାଂସଦ, ଲାଞ୍ଜିଗଡ଼ ବିଧାୟକ, ଲାଞ୍ଜିଗଡ଼ ବେଦାନ୍ତ ସିଇଓଙ୍କ ସମେତ ଲାଞ୍ଜିଗଡ଼ ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀମାନେ ଯୋଗଦେଇଥିଲେ ।

ବୈଠକରେ ବିସ୍ଥାପିତଙ୍କ ଥଇଥାନ ପ୍ୟାକେଜ ଏବଂ ବେଦାନ୍ତ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ବନ୍ଦଗୁଡା, ରେଙ୍ଗୋପାଲି ଏବଂ କୋଠ ଦୁଆର ଗ୍ରାମବାସୀଙ୍କ ଥଇଥାନ ସମ୍ପର୍କରେ ଆଲୋଚନା ହେବା ସହ ରେଡ଼ମଡ଼ ପଣ୍ଡ ଦ୍ବାରା ପ୍ରଭାବିତ ସମ୍ପର୍କରେ ଆଲୋଚନା ହୋଇଛି । ଏଥିସହ ବେଦାନ୍ତ ଆଲୁମିନା କାରଖାନା ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ବେଦାନ୍ତ ଆଲୁମିନା ଏନେଇ ୧୧୭.୯୮ ଏକର ଜମି ଅଧିଗ୍ରହଣ କରିଛି । ହେଲେ ରେଙ୍ଗୋପଲି ଓ ବନ୍ଦଗୁଡ଼ା ଗାଁ ର ଅଧିଗୃହୀତ ଜମିର ୮୦ ପ୍ରତିଶତ କ୍ଷତିପୂରଣ ଅର୍ଥ ଆଜି ପର୍ଯ୍ୟନ୍ତ ପୈଠ ହୋଇନଥିବା ବେଳେ ଏହି ମାମଲାଟି କୋର୍ଟର ବିଚାରଧୀନ ଅଛି । ଏହି ଗାଁ ର ୨୩୪ ଟି ପରିବାର ପ୍ରକଳ୍ପ ପ୍ରଭାବିତ ବୋଲି ଚିହ୍ନଟ ହୋଇଛି । ଏହି ବୈଠକରେ ୨୩୪ ଟି ପରିବାର ନିମନ୍ତେ ବୁଝାମଣାରେ ଏକକାଳିନ ସେଟେଲମେଣ୍ଟ ପ୍ୟାକେଜ ପାଇଁ ଚୂଡାନ୍ତ ହୋଇଛି।

୧୦୮ ଜଣ କର୍ମନିଯୁକ୍ତି ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆରଡିସି ଏହି ପ୍ରସଙ୍ଗରେ କ୍ଷେତ୍ର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କମ୍ପାନୀ ଆସିଛି ଆମର ବିକାଶ ହେବ । ନିଯୁକ୍ତି ସହ ରୋଜଗାର ବଢିବ ସାମାଜିକ ସ୍ଥିତିରେ ସୁଧାର ଆସିବ । ଏମିତି କିଛି ଆଶା ନେଇ କମ୍ପାନୀ ହାତରେ ସବୁକିଛି ଟେକି ଦେଇ ବିସ୍ଥାପିତ ଏବେ ବେସାହାରା । କଳାହାଠି ଜିଲ୍ଲା କୁ ବେଦାନ୍ତ କମ୍ପାନୀ ପାଦ ଦେବାର ଆଜକୁ ୧୬ ବର୍ଷ ବିତିଯାଇଛି ଆଉ ସବୁ ଆଶା ଆଶା ରେ ହିଁ ରହିଯାଇଛି ।

Body:୨୦୦୩ ମସିହା ରେ କଳାହାଠି ଜିଲ୍ଲା ରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିଜମା ରାଜ୍ୟ ସରକାର ଯୋଗାଇ ଦେଲେ । ଆଉ ବିସ୍ଥାପିତ ହେଲା ଅନେକ ଗାଁ । ଆଜି କମ୍ପାନୀ ରେ ଆଲୁମିନା ଉତ୍ପାଦନ ଚାଲିଛି ସେପଟେ କିନ୍ତୁ ବିସ୍ଥାପିତ କମ୍ପାନୀ ର ତାଡନା ରେ ଛଟପଟ । ନାଁ ଅଛି ଜମିବାଡି ନାଁ ଅଛି ଘରଦ୍ୱାର । ଏମିତି କିଛି ଅଭିଯୋଗ ଆସିଥିଲା ଆରପିଡିଏସି ବୈଠକ ରେ ।
ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ଆରଡିସି ଟି ଆଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ ର ଅଷ୍ଟମ ଆରପିଡିଏସି ବୈଠକ ଏଥିରେ କଳାହାଣ୍ଡି ଜିଲାପାଳ, କଳାହାଣ୍ଡି ସାଂସଦ, ଲାଞ୍ଜିଗଡ଼ ବିଧାୟକ, ଲାଞ୍ଜିଗଡ଼ ବେଦାନ୍ତ ସିଇଓ , ସମେତ ଲାଞ୍ଜିଗଡ଼ ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀମାନେ ଯୋଗଦେଇଥିଲେ। ବୈଠକରେ ବିସ୍ଥାପିତଙ୍କ ଥଇଥାନ ପେକେଜ ଏବଂ ବେଦାନ୍ତ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ବନ୍ଦଗୁଡା,ରେଂଙ୍ଗୋପାଲି ଏବଂ କୋଠ ଦୁଆର ଗ୍ରାମବାସୀ ଙ୍କ ଥଇଥାନ ସମ୍ପର୍କରେ ଆଲୋଚନା ହେବାସହ ରେଡ଼ ମଡ଼ ପଣ୍ଡ ଦ୍ୱାରା ପ୍ରଭାବିତ ସମ୍ପର୍କରେ ଆଲୋଚନା ହୋଇଛି । ଏଥିସହ ବେଦାନ୍ତ ଆଲୁମିନା କାରଖାନା ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।
ବାଇଟ- ମନୋଜ ମହାପାତ୍ର ବେଦାନ୍ତ ବିସ୍ଥାପିତConclusion:ବେଦାନ୍ତ ଆଲୁମିନା ଏନେଇ ୧୧୭.୯୮.ଏକର ଜମି ଅଧିଗ୍ରହଣ କରିଛି । ହେଲେ ରେଙ୍ଗୋପଲି ଓ ବନ୍ଦଗୁଡ଼ା ଗାଁ ର ଅଧିଗ୍ରୁହୀତ ଜମିର ୮୦ ପ୍ରତିଶତ କ୍ଷତିପୂରଣ ଅର୍ଥ ଆଜି ପର୍ଯ୍ୟନ୍ତ ପଇଠ ହୋଇ ନଥିବା ବେଳେ ଏହି ମାମଲାଟି କୋର୍ଟର ବିଚାରଧୀନ ଅଛି।
ଏହି ଗାଁ ର ୨୩୪ ଟି ପରିବାର ପ୍ରକଳ୍ପ ପ୍ରଭାବିତ ବୋଲି ଚିନ୍ହଟ ହୋଇଛି। ଏହି ବୈଠକରେ ୨୩୪ ଟି ପରିବାର ନିମନ୍ତେ ବୁଝାମଣାରେ ଏକକାଳୀନ ସେଟଲମେଣ୍ଟ ପ୍ୟାକେଜ ପାଇଁ ଚୂଡାନ୍ତ ହୋଇଛି। ୧୦୮ ଜଣ କର୍ମନିଯୁକ୍ତି ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆରଡିସି ଏହି ପ୍ରସଙ୍ଗ ରେ କ୍ଷେତ୍ର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି।
ବାଇଟ- ଟି, ଆଓ ଆରଡିସି ଦକ୍ଷିଣାଞ୍ଚଳ ଆରଡିସି
ପିଟୁସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.