ETV Bharat / state

ଅଭିଯୁକ୍ତଙ୍କ ଦଫା କୋହଳ କରିବାକୁ ପୋଲିସ ନେଇଛି 55 ହଜାର ଲାଞ୍ଚ! - କୁଟୁରୁ ପୋଲିସ ଓ ଜୟପାଟଣା ପୋଲିସ

ଅଭିଯୁକ୍ତଙ୍କୁ ଖସେଇ ଦେବାକୁ ପୋଲିସ ନେଇଛି ଲାଞ୍ଚ । ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିବାର ପାଖରୁ ନେଇଛନ୍ତି ଲାଞ୍ଚ । ଫାଣ୍ଡିର ଗ୍ରାମରକ୍ଷୀ ସାଜିଛନ୍ତି ଲାଞ୍ଚ କାରବାରର ସୂତ୍ରଧର ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Oct 6, 2019, 1:43 AM IST

Updated : Oct 6, 2019, 9:36 AM IST

କଳାହାଣ୍ଡି: ଗୋଟିଏ ପଟେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଉତ୍ତମ ଶାସନ ଓ ସୁବିଧା ଦେବାକୁ ଆରମ୍ଭ କରିଛନ୍ତି ‘ମୋ ସରକାର’ ଯୋଜନା । ଯାହାରି ମାଧ୍ୟମରେ ଖୋଦ ରାଜ୍ୟ ମୁଖିଆ ଜନତାଙ୍କ ସମସ୍ୟା ବୁଝିବେ । ଆଉ ପ୍ରାଥମିକତା ଭିତ୍ତିରେ ଥାନା ଓ ଡାକ୍ତରଖାନାକୁ ଏହି ଯୋଜନାରେ ସାମିଲ କରାଯାଇଛି । ହେଲେ ରାଜ୍ୟରେ ପୋଲିସ ବାବୁ କେମିତି ଦେଉଛନ୍ତି ସେବା ଓ ଲୁଟୁଛନ୍ତି ଟଙ୍କା ଏହି ଗୋଟିଏ ଘଟଣାରୁ ସ୍ପଷ୍ଟ ଅନୁମେୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମିନଗୁର ପଞ୍ଚାୟତ ଭଁଇରି ଗାଁର । ଘଟଣା 18 ଅଗଷ୍ଟ 2019ର ଭଁଇରି ଗ୍ରାମର ଏକ ଘରୁ ଜଣେ ଯୁବକଙ୍କ ଝୁଳନ୍ତା ମୃତଦେହ ଜୟପାଟଣା ପୋଲିସ ଉଦ୍ଧାର କରିଥିଲା। ମୃତ ଯୁବକଙ୍କ ମା' ଶରଧା ନାଏକ ହତ୍ୟା ଅଭିଯୋଗ ଆଣି କୁଟୁରୁ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ କିଛିଲୋକଙ୍କୁ ଆଣି ପଚରା ଉଚୁରା କରି ଛାଡିଦେଇଥିଲା ଏଥିରେ ନିରାଶ ହୋଇ ଶରଧା ନାଏକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶରେ ଘଟଣାର ପୁଣିଥରେ ତଦନ୍ତ କରିଥିଲା କୁଟୁରୁ ପୋଲିସ । ପରେ ମିଳିତ ଭାବେ କୁଟୁରୁ ପୋଲିସ ଓ ଜୟପାଟଣା ପୋଲିସ ମିନଗୁର ଗାଁର 2ଜଣ ବାପ ପୁଅ ଶଙ୍କର ରଣା ଓ ନିରାକାର ରଣା ଙ୍କୁ ଏହି ହାତ୍ୟାକାଣ୍ଡର ଅଭିଯୋଗ ଦର୍ଶାଇ ଗିରଫ କରି କୋର୍ଟ ଚାଳଣା କରିଥିଲା ।

ଏହିଠାରୁ ଆରମ୍ଭ ହୋଇଥିଲା ପୋଲିସର ଅସଲ ଚରିତ୍ର । ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିବାରର ଅଭିଯୋଗ ଅନୁଯାୟୀ ଜଣେ ନିର୍ଦିଷ୍ଟ ଗ୍ରାମରକ୍ଷୀ କୁଆଡେ ଦଫାରେ କହୋଳ କରିବା ସହ କେମିତି ଶୀଘ୍ର ଅଭିଯୁକ୍ତ ବାହାରକୁ ଆସିବେ ସେ ଦାୟିତ୍ବ ନେଇଥିଲେ । ଆଉ କାମ ପାଇଁ ଅଭିଯୁକ୍ତଙ୍କ ପରିବାର ପାଖରୁ 55ହଜାର ଟଙ୍କା ମଧ୍ୟ ଗ୍ରାମରକ୍ଷୀ ନେଇଛନ୍ତି । ପରବର୍ତ୍ତୀ ଅବସ୍ଥାରେ କାମ ନହେବାରୁ ଅଭିଯୁକ୍ତଙ୍କ ପରିବାର ବର୍ଗ ଫାଣ୍ଡିକୁ ଆସି ଅଭିଯୋଗ କଲା ପରେ ଘଟଣାଟି ସାମନାକୁ ଆସିଛି ।

ଅଭିଯୁକ୍ତଙ୍କ ପରିବାର ବର୍ଗ ଏବେ ଗ୍ରାମରକ୍ଷୀଙ୍କ ନା ରେ ଅଭିଯୋଗ କରିବା ସହ ମାମଲା ଦାୟର କରିଛନ୍ତି । ଆଉ ଗ୍ରାମରକ୍ଷୀ ସିଧା ସିଧା ଅଭିଯୋଗ କରିଛନ୍ତି ଫାଣ୍ଡି ଅଧିକାରୀ ବିରୋଧରେ । ଏହାସହ ଏତଲା ମଧ୍ୟ ଦେଇଛନ୍ତି । ଏବେ କିଏ ଠିକ ଥାନା ଅଧିକାରୀ ନା ଗ୍ରାମରକ୍ଷୀ ତାକୁ ନେଇ ଉଠିଛି ପ୍ରଶ୍ନ । ଜଣେ ବୃଦ୍ଧା ମା ନିଜ ପୁଅକୁ ହରାଇ ନ୍ୟାୟ ମାଗୁଥିବା ବେଳେ ପୋଲିସ ଅଧିକାରୀଙ୍କ ଏପରି କାରନାମାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠି ପ୍ରଶ୍ନ ଉଠୁଛି ଫାଣ୍ଡି ଅଧିକାରୀ କହିଥିଲେ କି ଗ୍ରାମରକ୍ଷୀଙ୍କୁ ଲାଞ୍ଚ ଆଣିବାକୁ । ନା ଗ୍ରାମରକ୍ଷୀ ନିଜେ ନିଜେ ଏତେ ବଡ ସାହାସ କରିଥିଲେ । ଜଣେ ଗ୍ରାମରକ୍ଷୀ ଏଥିରେ ଏକା ସାମିଲ ଥିବା ସନ୍ଦେହ । ତେବେ ଏହି ଘଟଣାରେ ପୋଲିସ ଉପରିସ୍ଥ ଅଧିକାରୀ କି ପଦକ୍ଷେପ ନେଉଛନ୍ତି , ମୁଖ୍ୟମନ୍ତ୍ରୀ କେଉଁ ଢଙ୍ଗରେ ଏଠି ମୋ ସରକାରକୁ ପରିଚାଳନା କରୁଛନ୍ତି ତାକୁ ଅପେକ୍ଷା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଖାକି ପୋଷାକଧାରୀ ଚୋର କିଏ ?
ଆସମୀଙ୍କୁ ଖସାଇବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କୁଟୁରୁ ଫାଣ୍ଡି ଅଧିକାରୀ ଙ୍କ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଟି ସତ ହେଲେ ସାଙ୍ଘାତିକ। ସ୍ୱଚ୍ଛ ଆଇନ ସୁରକ୍ଷା ପାଇଁ ଯେଉଁ ପୋଲିସ ବାବୁ ମାନଙ୍କୁ ଅସ୍ତ୍ର କରିଛନ୍ତି କିନ୍ତୁ ସେମାନେ ଯେ ଏବେ ଜନତାଙ୍କୁ ଶୋଷଣ କରିବାରରେ ପଛାଉନଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତ ୧୯/୦୮/୧୯ ରିଖ ଦିନ ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଳକ ମିନଗୁର ପଞ୍ଚାୟତ ଭଁଇରି ଗାଁ ରେ ଏକ ବନ୍ଦ କୋଠରୀରୁ ବେକରେ ଦଉଡି ଦେଇ ଜଣେ ଯୁବକ ର ଝୁଳନ୍ତା ମୃତଦେହ ଜୟପାଟଣା ପୋଲିସ ଉଦ୍ଧାର କରିଥିଲା। Body:ମୃତକ ଯୁବକ ର ମାଁ ପୁଅକୁ ହତ୍ୟା କରାଯାଇଥିବା ନେଇ କୁଟୁରୁ ଫାଣ୍ଡି ରେ ଅଭିଯୋଗ ମଧ୍ୟ କରିଥିଲେ।ଏ ନେଇ ଜୟପାଟଣା ପୋଲିସ ମିନଗୁର ଗାଁର ସନ୍ଦେହ ରେ ଆସୁଥିବା କିଛି ଲୋକଙ୍କୁ ଡାକି ପଚରାଉଚରା କରି ଛାଡ଼ିଦେଇଥିଲା ଏ ନେଇ ମୃତ ଯୁବକ ର ମା ଏକ ନିରପେକ୍ଷ ତଦନ୍ତ କରାଯାଉ ବୋଲି ଜିଲ୍ଲା ପୋଲିସ ଆରକ୍ଷୀ ଙ୍କ ଦ୍ଵାରସ୍ଥ ହେବା ପରେ ଜୟପାଟଣା ପୋଲିସ ପୁଣି ମିନଗୁର ଗାଁ ର ଦୁଇ ଜଣ ବାପାପୁଅ ଶଙ୍କର ରଣା ଓ ନିରାକାର ରଣା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।କିନ୍ତୁ ଗିରଫ କରିବା ଆଗରୁ ହତ୍ୟା କେଶରେ ସେମାନଙ୍କୁ ଖସେଇବା ପାଇଁ ୫୫ ହଜାର ଟଙ୍କା ଲାଞ୍ଚ ନେଇଥିଲା ପୋଲିସ। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ କୁଟୁରୁ ଫାଣ୍ଡି ରେ କାର୍ଯ୍ୟରତ ଥିବା ଏକ ଗ୍ରାମରକ୍ଷୀ କୁଟୁରୁ ଫାଣ୍ଡି ଅଧିକାରୀ, ଜୟପାଟଣା ଥାନା ଅଧିକାରୀ ଓ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ନାଁ ରେ ଟଙ୍କା ଆଣିଥିବା ଅଭିଯୋଗ କରିଛନ୍ତି ଗିରଫ ହୋଇଥିବା ପରିବାର ଲୋକେ। ଅନ୍ୟପଟେ ଉକ୍ତ ଗ୍ରାମରକ୍ଷୀ ମୁଁ କୁଟୁରୁ ଫାଣ୍ଡି ଅଧିକାରୀ କହିବାରୁ ଟଙ୍କା ଆଣିଥିବା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ନିଜ ନିଜ ଭିତରେ ଛନ୍ଦାଛନ୍ଦି ହୋଇ ଏବେ ଖାକି ପୋଷାକ ଭିତରେ କିଏ ଚୋର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପରେ ଜଣାପଡିବ ବୋଲି ଅଞ୍ଚଳରେ ଦାବି ଜୋର ଧରିଛି।
ମୃତକ ଯୁବକ ର ମାଁ ପୁଅକୁ ହତ୍ୟା କରାଯାଇଥିବା ନେଇ କୁଟୁରୁ ଫାଣ୍ଡି ରେ ଅଭିଯୋଗ ମଧ୍ୟ କରିଥିଲେ।ଏ ନେଇ ଜୟପାଟଣା ପୋଲିସ ମିନଗୁର ଗାଁର ସନ୍ଦେହ ରେ ଆସୁଥିବା କିଛି ଲୋକଙ୍କୁ ଡାକି ପଚରାଉଚରା କରି ଛାଡ଼ିଦେଇଥିଲା ଏ ନେଇ ମୃତ ଯୁବକ ର ମା ଏକ ନିରପେକ୍ଷ ତଦନ୍ତ କରାଯାଉ ବୋଲି ଜିଲ୍ଲା ପୋଲିସ ଆରକ୍ଷୀ ଙ୍କ ଦ୍ଵାରସ୍ଥ ହେବା ପରେ Conclusion:ଜୟପାଟଣା ପୋଲିସ ପୁଣି ମିନଗୁର ଗାଁ ର ଦୁଇ ଜଣ ବାପାପୁଅ ଶଙ୍କର ରଣା ଓ ନିରାକାର ରଣା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।କିନ୍ତୁ ଗିରଫ କରିବା ଆଗରୁ ହତ୍ୟା କେଶରେ ସେମାନଙ୍କୁ ଖସେଇବା ପାଇଁ ୫୫ ହଜାର ଟଙ୍କା ଲାଞ୍ଚ ନେଇଥିଲା ପୋଲିସ। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ କୁଟୁରୁ ଫାଣ୍ଡି ରେ କାର୍ଯ୍ୟରତ ଥିବା ଏକ ଗ୍ରାମରକ୍ଷୀ କୁଟୁରୁ ଫାଣ୍ଡି ଅଧିକାରୀ, ଜୟପାଟଣା ଥାନା ଅଧିକାରୀ ଓ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ନାଁ ରେ ଟଙ୍କା ଆଣିଥିବା ଅଭିଯୋଗ କରିଛନ୍ତି ଗିରଫ ହୋଇଥିବା ପରିବାର ଲୋକେ। ଅନ୍ୟପଟେ ଉକ୍ତ ଗ୍ରାମରକ୍ଷୀ ମୁଁ କୁଟୁରୁ ଫାଣ୍ଡି ଅଧିକାରୀ କହିବାରୁ ଟଙ୍କା ଆଣିଥିବା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ନିଜ ନିଜ ଭିତରେ ଛନ୍ଦାଛନ୍ଦି ହୋଇ ଏବେ ଖାକି ପୋଷାକ ଭିତରେ କିଏ ଚୋର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପରେ ଜଣାପଡିବ ବୋଲି ଅଞ୍ଚଳରେ ଦାବି ଜୋର ଧରିଛି।
ବାଇଟ-ଶରଧା ନାଏକ (ଅଭିଯୋଗ କାରୀ)
ବାଇଟ-ରତ୍ନା ରଣା(ମୃତକ ଙ୍କ ସମ୍ପର୍କୀୟ)
ବାଇଟ-କୁର୍ତ୍ତିବାସ ପୂଜାରୀ(କୂଟରୁ ଫାଣ୍ଡି ଅଧିକାରୀ)
Last Updated : Oct 6, 2019, 9:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.