ETV Bharat / state

କଳାହାଣ୍ଡି ସୀମାରୁ ୨ ଗଞ୍ଜେଇ ମାଫିଆ ଗିରଫ, ଚାଲାଣ ହେଉଥିଲା ଉତ୍ତର ପ୍ରଦେଶ - ଗଞ୍ଜେଇ ମାଫିଆ

ସୀମାରେ ସକ୍ରିୟ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ । ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଜୟପାଟଣା ପୋଲିସ । ଅଧିକ ପଢନ୍ତୁ

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗଞ୍ଜେଇ ମାଫିଆ ଗିରଫ

author img

By

Published : Nov 21, 2021, 11:22 AM IST

ଭବାନୀପାଟଣା: ସୀମାରେ ସକ୍ରିୟ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ । ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଜୟପାଟଣା ପୋଲିସ । ମିଳିଥିବା ସୂଚନା ଅନୁୟାୟୀ କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଢୁଲୁ ଘାଟି ଦେଇ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଏକ ବିଶେଷ ସୁତ୍ରରୁ ପୋଲିସ ଖବର ପାଇଥିଲା । ଏନେଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଢୁଲୁ ଘାଟିରେ ଏକ ଜାଲ ନମ୍ବର ଥିବା ବୋଲେରୋକୁ ଯାଞ୍ଚ କରିଥିଲା ।

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗଞ୍ଜେଇ ମାଫିଆ ଗିରଫ

ତେବେ ଗାଡିରେ ଗଞ୍ଜେଇ ଥିବା ଜାଣି ପୋଲିସ ବୋଲେରୋଟିକୁ ଜବତ କରିବା ସହ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା ।ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ତେବେ ଚେକପୋଷ୍ଟ ମାନଙ୍କରେ ଯାଞ୍ଚ ଅଭାବରୁ ଏପରି ମାଫିଆ ମାନେ ଖସି ଯାଉଥିବାର ମଧ୍ୟ ନଜିର ରହିଛି । ଫଳରେ କଳାହାଣ୍ଡି ଦେଇ ଯାଇଥିବା ଏନଏଚ ୨୬ ଏବେ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପଲଟିଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ଏବେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.