ETV Bharat / state

ଜିଲ୍ଲାବାସୀଙ୍କ ସ୍ବପ୍ନ ହେଲା ପୂରଣ, କଳାହାଣ୍ଡି ମେଡ଼ିକାଲ କଲେଜକୁ ମିଳିଲା ଅନୁମୋଦନ - ମେଡ଼ିକାଲ କଲେଜକୁ ମିଳିଲା ଅନୁମୋଦନ

କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ଜିଲ୍ଲା ସରକାରୀ ମେଡିକାଲ କଲେଜକୁ ମିଳିଛି ଅନୁମୋଦନ । ଖୁବଶୀଘ୍ର ୧୦୦ ସିଟ ବିଶିଷ୍ଟ MBBS ପାଠପଢା ପାଇଁ ନାମଲେଖା ଆରମ୍ଭ ହେବ । ଅଧିକ ପଢନ୍ତୁ

Kalahandi Government Medical College
Kalahandi Government Medical College
author img

By

Published : Apr 12, 2023, 8:57 AM IST

କଳାହାଣ୍ଡିବାସୀଙ୍କ ସ୍ବପ୍ନ ହେଲା ପୂରଣ, କଳାହାଣ୍ଡି ମେଡ଼ିକାଲ କଲେଜକୁ ମିଳିଲା ଅନୁମୋଦନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି । ଜାତୀୟ ମେଡିକାଲ କମିସନ ପକ୍ଷରୁ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଆରମ୍ଭ ପାଇଁ ଅନୁମୋଦନ କରିଛି । ଏଥିରେ ଚଳିତ ବର୍ଷ ୧୦୦ ସିଟ୍ MBBS ପାଠପଢ଼ା ପାଇଁ ନାମଲେଖା ଆରମ୍ଭ ହେବ । ଜିଲ୍ଲାବାସୀ ସରକାରୀ ମେଡିକାଲ କଲେଜ ପାଇଁ ୨୦୦୪ ମସିହାରୁ ଆନ୍ଦୋଳନ ଆରମ୍ଭ କରି ୨୦୧୬ ମସିହାରେ ରାଜ୍ୟ ସରକାର ମେଡିକାଲ କଲେଜ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ।

ଜିଲ୍ଲାର ଜୁନାଗଡ଼ ବ୍ଲକ ଜାରିଙ୍ଗଠାରେ ତାମିଲନାଡୁର ସେଲ୍‌ଭାମ ଟ୍ରଷ୍ଟ ପକ୍ଷରୁ ମେଡିକାଲ କଲେଜ ସ୍ଥାପନ ହୋଇଥିଲା । ଏହି କଲେଜ ପାଇଁ ୨୦୦୫ ମସିହା ଫେବୃଆରୀ ୮ ତାରିଖରେ ଶିଳାନ୍ୟାସ ହୋଇଥିଲା । ୨୦୧୩- ୧୪ ମସିହାରେ ମେଡିକାଲ କଲେଜ ପାଠପଢ଼ା ଆରମ୍ଭ ହୋଇଥିଲା । ୨୦୧୪-୧୫ ମସିହାରେ ଏହି କଲେଜରେ ମିଥ୍ୟା ତଥ୍ୟ ଦେଇ ଏମସିଆଇ ପକ୍ଷରୁ ଅନୁମତି ହାସଲ କରିଥିବା ଅଭିଯୋଗ ହୋଇଥିଲା । ଫଳରେ କଲେଜରେ ପାଠପଢ଼ା ବନ୍ଦ ହୋଇଥିଲା । ଏଥିରେ ପଢୁଥିବା MBBS ଛାତ୍ରଛାତ୍ରୀଙ୍କୁ ରାଜ୍ୟର ଅନ୍ୟ କଲେଜମାନଙ୍କରେ ନାମ ଲେଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ।

କଳାହାଣ୍ଡି ମେଡ଼ିକାଲ କଲେଜ ଇତିହାସ :- ଏହି ମେଡିକାଲ କଲେଜ ଆରମ୍ଭ ହେବା ଦିନଠାରୁ ବିବାଦୀୟ ପରିସ୍ଥିତିରେ ଚାଲିଥିଲା । ସର୍ଦ୍ଦାର ରାଜା ମେଡିକାଲ କଲେଜରେ ବିଭିନ୍ନ ଅନିୟମିତତା ନେଇ ଇଡି ପକ୍ଷରୁ ତଦନ୍ତ ହୋଇଥିଲା । ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ଡବ୍ଲ୍ୟୁଓଡିସି ପକ୍ଷରୁ ୧୦ କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଏକର ଜମି ପ୍ରଦାନ କରାଯାଇଥିଲା । ୨୦୧୫ ମସିହାରୁ କଳାହାଣ୍ଡି ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ପାଇଁ ଜିଲ୍ଲାବ୍ୟାପୀ ଆନ୍ଦୋଳନ ହୋଇଥିଲା ।

ଏହା ବି ପଢନ୍ତୁ- ସାଇନିଂ କଳାହାଣ୍ଡିକୁ ମହଙ୍ଗା ପଡିଲା ମାଇନିଂ ଦାବି, ଦଳରୁ ବିଦା ହେଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ

୨୦୧୫ ମସିହା ଅଗଷ୍ଟ ମାସରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସ୍ବର୍ଗତ ଡ. ଅକ୍ଷୟ ନନ୍ଦଙ୍କ ନେତୃତ୍ବରେ ୪୮ ଘଣ୍ଟିଆ ଜିଲ୍ଲାରେ ବନ୍ଦ ପାଳନ ହୋଇଥିଲା । ଏହି ଆନ୍ଦୋଳନ ଜିଲ୍ଲାରେ ଉଗ୍ରରୂପ ଧାରଣ କରିଥିଲା । ୨୦୧୬ ମସିହା ଅଗଷ୍ଟ ୨୪ ତାରିଖରେ ଦାନ ମାଝୀ ନିଜ ସ୍ତ୍ରୀର ମୃତଦେହକୁ ବୋହି ନେବା ଘଟଣା ସାରା ବିଶ୍ବରେ ଚର୍ଚ୍ଚାକୁ ଆସିବା ପରେ ରାଜ୍ୟବ୍ୟାପୀ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା । ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ମେଲଘରା ଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଦାନ ମାଝୀ ଘଟଣାକୁ ଲୋକଲୋଚନରୁ ହଟାଇବା ପାଇଁ ରାଜ୍ୟ ସରକାର ଭଙ୍ଗାବାରୀ ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ।

ବହୁ ଦିନର ସ୍ବପ୍ନ ହେଲା ପୂରଣ: ୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସରକାରୀ ମେଡିକାଲ କଲେଜ ପାଇଁ ଶିଳାନ୍ୟାସ କରାଯାଇଥିଲା । ଏଥିରେ ୧୦୦ ସିଟ୍ MBBS ପାଠପଢ଼ା ପାଇଁ ଜାତୀୟ ମେଡିକାଲ କମିସନ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଗତକାଲି(ମଙ୍ଗଳବାର) କମିସନ ପକ୍ଷରୁ ୧୦୦ ସିଟ୍ ଏମ୍‌ବିବିଏସ୍ ପାଇଁ ଅନୁମୋଦନ ଦିଆଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ବହୁ ଦିନର ସ୍ବପ୍ନ ସାକାର ହେବାକୁ ଯାଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ବର୍ତ୍ତମାନ ସରକାରୀ ମେଡିକାଲ କଲେଜରେ ୫ ଜଣ ପ୍ରଫେସର, ୧୪ ଜଣ ଆସୋସିଏଟ ପ୍ରଫେସର, ୨୪ ଜଣ ଆସିଷ୍ଟାଣ୍ଟ ପ୍ରଫେସର ସମେତ ୪୩ ଜଣ ନିଯୁକ୍ତ ହୋଇସାରିଛନ୍ତି । ସେହିଭଳି ଡିନ୍‌ ଓ ଅଧ୍ୟକ୍ଷ ଭାବରେ ଡ. ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମେଡିକାଲ ଅଧୀକ୍ଷକ ଭାବରେ ପ୍ରଫେସର ହରେକୃଷ୍ଣ ଦଳେଇ ଯୋଗ ଦେଇଛନ୍ତି । ବର୍ତ୍ତମାନ ମେଡିସିନ, ସର୍ଜରି, ଆନାସ୍ଥେସିଆ, ପ୍ରସୂତି ଓ ସ୍ତ୍ରୀ ରୋଗ, ଫିଜିଓଲୋଜି, ବାୟୋକେମିଷ୍ଟ୍ରି ବିଭାଗର ପ୍ରଫେସରମାନେ ଯୋଗ ଦେଇଛନ୍ତି । ଧାର୍ଯ୍ୟ ପଦବୀର ୮୬ ପ୍ରତିଶତ ପଦବୀ ପୂରଣ ହୋଇସାରିଛି ।

ଏନେଇ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି," ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । କଳାହାଣ୍ଡି ସରକାରୀ ମେଡିକାଲ କଲେଜର ପ୍ରଥମ ସେସନ ଲାଗି ଆସନ୍ତା ଜୁଲାଇରେ ନାମଲେଖା ପ୍ରକ୍ରିୟା ଶେଷ ହେବ । ୧୦୦ ସିଟ ଲାଗି ଏମବିବିଏସ ମିଳିଛି । ଆଗାମୀ ଦିନରେ ସିଟ ସଂଖ୍ୟା ବୃଦ୍ଧି କରିବା ଲାଗି ଉଦ୍ୟମ କରାଯିବ । ଏହାସହ ଛାତ୍ରଛାତ୍ରୀ ଏଠାରେ କିଭଳି ପିଜି ପାଠ୍ୟକ୍ରମ କରିପାରିବେ ସେ ନେଇ ମଧ୍ୟ ପ୍ରୟାସ କରାଯିବ ।"

ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ୧୦୦ ସିଟ୍ ଲାଗି ନାମ ଲେଖାଇବେ । ବର୍ତ୍ତମାନ କଲେଜ ପାଇଁ କୋଠା ନିର୍ମାଣ ସରିଥିବା ବେଳେ ଟିଚିଂ ହସ୍ପିଟାଲ ଲାଗି ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଟିଚିଂ ହସ୍ପିଟାଲ ନିର୍ମାଣ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବା ନେଇ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଅସ୍ଥାୟୀ ଭାବରେ ଟିଚିଂ ହସ୍ପିଟାଲ ନିର୍ମାଣ ହୋଇଛି । ବହୁ ଦିନର ଜିଲ୍ଲାବାସୀଙ୍କ ସ୍ବପ୍ନ ସାକାର ହୋଇଥିବା ବେଳେ ଡାକ୍ତରୀ ପଢ଼ିବା ପାଇଁ ଆଗ୍ରହର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.