ETV Bharat / state

ବିଦ୍ୟାଳୟରେ ନକଲି ଭିଜିଲାନ୍ସ ଅଧିକାରୀ, ପୋଲିସର ତଦନ୍ତ ଜାରି - କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ

ନିଜକୁ ଭିଜିଲାନ୍ସ ଅଧିକାରୀ କହି ସ୍କୁଲରେ ପଶି ଆତଙ୍କ ଖେଳାଇଥିବା 2ଜଣ ଏବେ ପୋଲିସ କବଜାରେ । କଳାହାଣ୍ଡି ଜିଲ୍ଲରେ ଏହି ଘଟଣା ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Sep 28, 2019, 5:23 PM IST

କଳାହାଣ୍ଡି: ବିଦ୍ୟାଳୟରେ ନକଲି ଭିଜିଲାନ୍ସ ଅଧିକାରୀ । ଶିକ୍ଷାଦାନ ଚାଲିଥିବା ବେଳେ ହଠାତ ସ୍କୁଲରେ ପଶି ଭିଜିଲାନ୍ସ ଅଧିକାରୀର ପରିଚୟ ଦେଇ ଚଢାଉ କଲେ । ଏହାସହ ବିଭିନ୍ନ କାଗଜ ପତ୍ର ମାଗି ଯାଞ୍ଚ ଆରମ୍ଭ କଲେ । ଶିକ୍ଷକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲରେ ଶିକ୍ଷାଦାନ ଚାଲିଥିବା ବେଳେ ହଠାତ ଦୁଇଜଣ ଅଜଣା ବ୍ୟକ୍ତି ଆସି ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଏମିତି କାଣ୍ଡ ଭିଆଇଛନ୍ତି । ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ମ. ରାମପୁର ପୋଲିସ ପହଞ୍ଚି ଉଭୟଙ୍କୁ ନିଜ ହେପାଜକୁ ନେଇଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉଭୟ ସତିଶ ଚନ୍ଦ୍ର ଜାଲଓ ସୁଧାକର ତ୍ରିପାଠୀ ବଲାଙ୍ଗୀର ଜିଲ୍ଲା ସଇଁତଲା ଅଞ୍ଚଳର ବୋଲି ଜଣା ପଡିଛି । ତେବେ କେଉଁ ଉଦ୍ଦେଶ୍ୟରେ ସେମାନେ ଏଭଲି କାଣ୍ଡ କଲେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଘଟଣାର ତଦନ୍ତ କରୁଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କର୍ଲାମୁଣ୍ଡା ନୋଡାଲ ସ୍କୁଲ ରେ ନକଲି ଭିଜିଲାନ୍ସ ଅଧିକାରୀ ।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ୨ ବ୍ୟକ୍ତି ନିଜକୁ ଭିଜିଲାନ୍ସ ଅଧିକାରୀ ର ପରିଚୟ ଦେଇ ତୁମୂଳ କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି। Body:ଅଟକ ଦୁଇ ଦୃବୁତ୍ତ ଙ୍କ ସୂଚନା ମତେ ସତିଶ ଚନ୍ଦ୍ର ଜାଲ ଓ ସୁଧାକର ତ୍ରିପାଠି ଓରଫ ତିବାରୀ ଙ୍କୁ ପୋଲିସ ମଦନପୁର ରାମପୁର ଥାନାରେ ଅଟକ ରଖି ତଦନ୍ତ କରୁଛି।ବିଶ୍ବସ୍ତ ସୁତ୍ରରୁ ପ୍ରକାଶ ଯେ ନର୍ଲା ବ୍ଲକ ସେରଗଡ ଗ୍ରାମର ସୁଧାକର ତିବାରୀ ଓ ସତିଶ ଚନ୍ଦ୍ର ଜାଲ ଘର ବଳାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳ ର ବୋଲି ଜଣା ପଡିଛି। ସଂପୃକ୍ତ ବ୍ୟକ୍ତି ଦ୍ବୟ ସିଧା ସଲଖ ଅର୍ତକିର୍ତ ଭାବରେ ସ୍କୁଲ ଶିକ୍ଷକ ରିଟର୍ଣ ନାଗ କୁ ଖୋଜି ସ୍କୁଲ ଭିତରକୁ ପ୍ରବେଶ କରି ତାଙ୍କୁ ତଣ୍ଟି ଚିପୁଥିବା ସମୟରେ Conclusion:ସ୍କୁଲର ଛାତ୍ରଛାତ୍ରୀ ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ ଦୁର୍ବୁତ୍ତ ଙ୍କୁ କାବୁ କରି ପୋଲିସ ରେ ଜିମା ଦେଇଥିଲେ।ଘଟଣା ସ୍ଥଳରେ ମ ରାମପୁର ପୋଲିସ ପହଞ୍ଚି ଦୁର୍ବୁତ୍ତ ଙ୍କୁ ଅଟକ ରଖି ତଦନ୍ତ ଚଲାଇଛି। ଏହାର ତଦନ୍ତ ଭାର କେସିଙ୍ଗା ଏସଡିପିଓ ଗୁପ୍ତେଶ୍ବର ଭୋଇ ନେଇଛନ୍ତି।
ବାଇଟ_ରିଟନ ବାଗ(ଶିକ୍ଷକ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.